ରେଡ୍‌ କାର୍ପେଟରେ ନଗ୍ନତା ଉପରେ କଟକଣା

କାନ୍ସ, ୧୪।୫: ୭୮ତମ ବାର୍ଷିକ କାନ୍ସ ଫିଲ୍ମ ଫେଷ୍ଟିଭାଲ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବରେ ସିନେମା ଏବଂ ଫ୍ୟାଶନ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶ ଲାଗି ରହିବ। ବଡ଼ ବଡ଼ ଷ୍ଟାର୍‌ମାନେ କାନ୍ସର ରେଡ୍‌ କାର୍ପେଟରେ ସେମାନଙ୍କ ଜଲଓ୍ବା ଦେଖାଉଥିବା ନଜରକୁ ଆସିବେ। ତେବେ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ସୋମବାର ଏହାର ଆୟୋଜକଙ୍କ ପକ୍ଷରୁ ଏକ ଗାଇଡଲାଇନ୍‌ ଜାରି କରାଯାଇଛି, ଯେଉଁଥିରେ ପୂର୍ବରୁ ରହିଥିବା ନିୟମରେ ପରିବର୍ତ୍ତନ କରାଯାଇଛି। ନୂତନ ଗାଇଡଲାଇନ ଅନୁଯାୟୀ, ଚଳିତ କାନ୍ସ ଫେଷ୍ଟିଭାଲର ରେଡ୍‌ କାର୍ପେଟରେ ନଗ୍ନତା ପ୍ରଦର୍ଶନକୁ ବାରଣ କରାଯାଇଛି। ସେହିପରି ରେଡ୍‌ କାର୍ପେଟରେ ଅତ୍ୟଧିକ ଓଜନଦାର ଏବଂ ଓଭର ସାଇଜ୍‌ ଆଉଟଫିଟ ପିନ୍ଧିବା ଉପରେ ମଧ୍ୟ କଟକଣା ଲଗାଯାଇଛି। କାନ୍ସ ଫିଲ୍ମ ଫେଷ୍ଟିଭାଲ ପକ୍ଷରୁ କୁହାଯାଇଛି, ଚଳିତ ଥର ରେଡ୍‌ କାର୍ପେଟ ପାଇଁ ଡ୍ରେସ୍‌ କୋଡ୍‌ ଖୁବ୍‌ ଆକର୍ଷଣୀୟ ହେବାକୁ ଯାଉଛି। ଫରାସୀ ନିୟମ ଏବଂ ଫ୍ୟାଶନ୍‌ର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ନୂତନ ନିୟମକୁ ପ୍ରସ୍ତୁତ କରାଯାଇଛି। ତେବେ ଏହି ନିୟମ ଜରିଆରେ ଫ୍ୟାଶନକୁ ନିୟନ୍ତ୍ରଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଆୟୋଜକ କହିଛନ୍ତି। ନଗ୍ନତା ଏବଂ ଭାରୀ ପୋଷାକ ଯୋଗୁ ରେଡ୍‌ କାର୍ପେଟରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଗାଇଡ୍‌ଲାଇନରେ ପରିବର୍ତ୍ତନ କରାଯାଇଛି। ଲମ୍ବା ଏବଂ ଭାରୀ ପୋଷାକ ଯୋଗୁ ଫେଷ୍ଟିଭାଲରେ ଅତିଥିମାନେ ଉଠିବା କିମ୍ବା ବସିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ନୂତନ ନିୟମ ଲାଗୁ କରାଯାଇଛି।
ଥର କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟରେ ଅନେକ ଭାରତୀୟ ଷ୍ଟାର୍‌ ନିଜ ଜଲଓ୍ବା ଦେଖାଉଥିବାର ନଜରକୁ ଆସିବେ। ଚଳିତ ଥର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜାହ୍ନବୀ କପୁର, ଶର୍ମିଳା ଟୋଗୋରଙ୍କ ସହ ଅଭିନେତା ଇଶାନ ଖଟ୍ଟର ମଧ୍ୟ କାନ୍ସର ରେଡ୍‌ କାର୍ପେଟରେ ନଜରକୁ ଆସିବେ। କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୫ରେ ୫ଟି ଭାରତୀୟ ସିନେମା ପ୍ରଦର୍ଶିତ କରାଯିବ। ଏହି ଇଭେଣ୍ଟରେ ୭୦ ଦଶକରେ ରିଲିଜ୍‌ ହୋଇଥିବା ଶର୍ମିଳା ଟାଗୋରଙ୍କ ଅଭିନୀତ ‘ଆରାନ୍‌ୟେର ଦୀନ ରାତ୍ରୀ’କୁ ପ୍ରଦର୍ଶିତ କରାଯିବ। ସେହିପରି ନୀରଜ ଘାୟଓ୍ବାନଙ୍କ ନିର୍ଦ୍ଦେଶିତ ‘ହୋମବାଉଣ୍ଡ’, ଅଭିନେତା ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନ୍‌ଭି ଦି ଗ୍ରେଟ’, ଶିଲାଦିତ୍ୟ ମୌଲିକଙ୍କ ନିର୍ଦ୍ଦେଶିତ ‘ଚରକ’ ଏବଂ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନ୍‌ଷ୍ଟିଟ୍ୟୁଟ (ଏସ୍‌ଆର୍‌ଏଫ୍‌ଟିଆଇ) ଦ୍ୱାରା ନିର୍ମିତ ଫିଲ୍ମ ‘ଏ ଡଲ୍‌ ମେଡ୍‌ ଅପ୍‌ ଅଫ୍‌ କ୍ଲେ’କୁ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୫ରେ ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri