ମତ୍ସ୍ୟଜୀବୀଙ୍କୁ ଦୁଃଖ ଦେଉଛି ସମୁଦ୍ର ପ୍ରବେଶ କଟକଣା

ମହାକାଳପଡ଼ା,୨୯ା୪ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଉପକୂଳ ଅଞ୍ଚଳରେ ୧୦ ହଜାରରୁ ଅଧିକ ପଞ୍ଜୀକୃତ ଓ ଅଣ ପଞ୍ଜୀକୃତ ମତ୍ସ୍ୟଜୀବୀ ନଦୀ, ସମୁଦ୍ର ଉପରେ ନିର୍ଭର କରିଥାନ୍ତି। ପରିବାର ପ୍ରତିପୋଷଣ ପାଇଁ କେବଳ ମାଛ ଧରିବା ଭରସା। ନଦୀ ସମୁଦ୍ରରୁ ମାଛ ମାରିଲେ ଘରେ ଚୁଲି ଜଳେ। ଅପରପକ୍ଷରେ ମତ୍ସ୍ୟ ଓ ବନ ବିଭାଗ ପକ୍ଷରୁ ସାମୁଦ୍ରିକ ପ୍ରବେଶ କଟକଣାକୁ ଜୋର୍‌ଦାର କରାଯାଇଛି। କାରଣ ଏପ୍ରିଲ ୧୫ ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ମାଛ ଯାଆଁଳା ଉତ୍ପାଦନ ବୃଦ୍ଧି ପାଇବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଏହି କଟକଣା ଲାଗୁ ହୋଇଛି। ଏହି ସମୟରେ ସମୁଦ୍ରକୁ ଯିବା ବାରଣ କରାଯାଇଛି। ଯନ୍ତ୍ରଚାଳିତ ଡଙ୍ଗା, ବଡ଼ ଟ୍ରଲରଗୁଡ଼ିକ ସମୁଦ୍ର ମଧ୍ୟରେ ପ୍ରବେଶକଲେ ଛୋଟ ଛୋଟ ମାଛ ଯାଆଁଳା ନାଞ୍ଜି ବା ମଶୁରି ଜାଲରେ ପଡ଼ି ନଷ୍ଟହେବା ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ବିଚିତ୍ରାନନ୍ଦ ବେହେରା ଓ ଫରେଷ୍ଟର ନବୀନ କୁମାର କହିଛନ୍ତି।
ଅପରପକ୍ଷରେ ଏହି ଅଞ୍ଚଳର ବହୁ ଗରିବ ଶ୍ରେଣୀର ମତ୍ସ୍ୟଜୀବୀ ପାରମ୍ପରିକ ଆହୁଲା ଡିଙ୍ଗିଗୁଡ଼ିକ ମହାନଦୀ ଗଳିଆ ଶାଖା ନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି। ଅନ୍ୟପକ୍ଷରେ ଏହି ଅଞ୍ଚଳର ବହୁ ମତ୍ସ୍ୟଜୀବୀ ସାମୁଦ୍ରିକ କଟକଣା ଲାଗୁ ହେଉଥିବାରୁ ବାଧ୍ୟହୋଇ ଦାଦନ ଖଟିବାକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ହରିପଦ ମଣ୍ଡଳ, ଦିନେଶ ଗିରି, ରାମକୃଷ୍ଣ ମଣ୍ଡଳ, ଖୋକନ ମଣ୍ଡଳ, ଶକ୍ତିପଦ ମାଇତି ପ୍ରମୁଖ ଏହା କହିଛନ୍ତି। ସ୍ଥାନୀୟ ମତ୍ସ୍ୟଜୀବୀ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିକଳ୍ପ ଜୀବିକା ନିର୍ବାହ ପାଇଁ ଥଇଥାନ ପ୍ୟାକେଜ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ବିଶେଷକରି ମହିଳା ମତ୍ସ୍ୟଜୀବୀମାନେ ନଦୀରେ ଛୋଟ ଛୋଟ ଆହୁଲା ଡିଙ୍ଗିରେ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳୁଛି। ବ୍ଲକର ବତିଘର, ଖରିନାସୀ, ରାମନଗର, ଜମ୍ବୁ, ସୁନିତି, ବଉଳକଣି ଆଦି ପଞ୍ଚାୟତ ସଂଖ୍ୟାଧିକ ମତ୍ସ୍ୟଜୀବୀ ନାହିଁ ନ ଥିବା ଦୁର୍ଦ୍ଦଶାରେ ଶିକାର ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ମହାକାଳପଡ଼ା ସାମୁଦ୍ରିକ ବିଭାଗ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲିକଙ୍କୁ ପଚାରିବାରେ ଜୁନ୍‌ ୧୪ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଲାଗୁ ହୋଇଥିବାରୁ ସରକାରୀ ନିୟମ ଅନୁସାରେ ସର୍ଭେ କରାଯାଇ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri