ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ

ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ ରବିବାର ଅପରାହ୍ନ ପ୍ରାୟ ୪ ଟାରେ ବଜ୍ରପାତ ଯୋଗୁ ପାଟପୁର ଠାକୁରାଣୀ ଯାତ୍ରା ପାଇଁ ଆସିଥିବା ମୀନା ବଜାରର ୨ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତକ ଦ୍ବୟ ହେଲେ ପୁରୀ ଜିଲା ନିରାକାରପୁର ଥାନା ଆଲିପଡା ଗ୍ରାମର ଡୁଗୁଲା ପ୍ରଧାନ ଏବଂ ଗଞ୍ଜାମ ଜିଲା ପୋଲସରା ଥାନା ଚଢିଆପଦା ଗ୍ରାମର ସନ୍ୟାସୀ ସାହୁ। ପାଟପୁର ଗ୍ରାମରେ ମାଁ ଠାକୁରାଣୀଙ୍କ ଯାତ୍ରା ପାଇଁ ମୀନା ବଜାର ଖୋଲା ଯାଇଥିଲା। ରବିବାର ଯାତ୍ରା ସରିବା ପରେ ଦୁଇ ଶ୍ରମିକ କାମ ସାରି ଖରାରୁ ଟିକେ ବିଶ୍ରାମ ନେବା ପାଇଁ ଆମ୍ବଗଛ ତଳେ ଆଶ୍ରୟ ନେବା ସହ ମୋବାଇଲ ବ୍ୟବହାର କରୁଥିଲେ। ଏହି ସମୟରେ ଆକାଶରେ କଳାମେଘ ସହ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା। ଆକସ୍ମିକ ବଜ୍ରପାତରେ ଉଭୟେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ଖବରପାଇ ଘଟଣାସ୍ଥଳରେ ପାଟପୁର ଥାନା ପୋଲିସ ପହଞ୍ଚି ଅଚେତ ଅବସ୍ଥାରେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିବା ପାଟପୁର ଥାନା ଆଇଆଇସି ଅଜୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri