Categories: ଫୁରସତ

କୁକୁରଙ୍କ ପାଇଁ ରେଷ୍ଟୁରାଣ୍ଟ

ଯେଉଁମାନେ ଘରେ ପେଟ୍‌ ରଖିଥାନ୍ତି, ସେମାନଙ୍କ ପାଇଁ ତାଙ୍କ ପେଟ୍‌ ପରିବାରର ସଦସ୍ୟ ଭଳି ହୋଇଥାନ୍ତି। ସେମାନେ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦେବାକୁ ଚାହାନ୍ତି। କିନ୍ତୁ ଯେତେବେଳେ କୌଣସି ରେଷ୍ଟୁରାଣ୍ଟକୁ ଯିବାକୁ ହୁଏ, ସେତେବେଳେ ସେମାନଙ୍କୁ ନେବା ସମ୍ଭବ ହୁଏନା। କାରଣ ଅଧିକାଂଶ ସ୍ଥାନରେ ପେଟ୍‌ଙ୍କୁ ନେବା ମନା ଥାଏ। ଏହାକୁ ଦୃଷ୍ଟିରେ ରଖି ଆମେରିକାର ସାନଫ୍ରାନ୍ସିସ୍କୋରେ ଏକ ଖାସ୍‌ ରେଷ୍ଟୁରାଣ୍ଟ ଖୋଲା ଯାଇଛି। ଏଠାରେ କେବଳ ପେଟ୍‌ ଡଗ୍‌ଙ୍କ ପାଇଁ ସ୍ବାଦିଷ୍ଟ ବ୍ୟଞ୍ଜନ ପରଷା ଯାଇଥାଏ। ଉକ୍ତ ରେଷ୍ଟୁରାଣ୍ଟର ନାମ ହେଉଛି ‘ଡଗ୍ୟୁ’। ଏଠି କୁକୁରଙ୍କ ମନପସନ୍ଦର ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଯେଉଁଥିରେ ପେଷ୍ଟ୍ରିଜ୍‌ ଓ ଚାରକୋଲ ସହ ମିଶ୍ରିତ କ୍ରିମି ଡ୍ରିଙ୍କ ଡଗୋଚିନୋ ଅନ୍ୟତମ। ରବିବାର ଦିନ ଏହା ‘ବୋନ ଆପେଟାଇଟ୍‌ କାଫେ’ରେ ପରିବର୍ତ୍ତିତ ହୋଇଯାଏ। ଆଉ ୩ କୋର୍ସ ମେନ୍ୟୁ ମିଳେ। ସେପୁଣି ସୁନ୍ଦରଭାବେ ଗାର୍ନିଶ କରାଯାଇ। ତେଣୁ ଏହି ରେଷ୍ଟୁରାଣ୍ଟକୁ ପେଟ୍‌ ମାଲିକମାନେ ବେଶ୍‌ ପସନ୍ଦ କରୁଛନ୍ତି।

Share