ବଡ଼ଙ୍କୁ ସମ୍ମାନ

ପରିବାର ହେଉଛି ଆମ ସମାଜର ଏକ ମୁଖ୍ୟ ଅଙ୍ଗ। ଯେଉଁ ପରିବାର ମଧ୍ୟରେ ପରସ୍ପର ସ୍ନେହ ଶ୍ରଦ୍ଧା ଥାଏ ତାହା ଏକ ଖୁସି ପରିବାର। ସେଥିପାଇଁ ଭକ୍ତକବି ମଧୁସୂଦନ ମଧ୍ୟ କହିଛନ୍ତି ,ବୈକୁଣ୍ଠ ସମାନ ଆହା ଅଟେ ସେହି ଘର ,ପରସ୍ପର ସ୍ନେହ ଯହଁି ଥାଏ ନିରନ୍ତର। ପରିବାର ମଧ୍ୟରେ ଅନେକ ପିତୃମାତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ କେତେଜଣ ଛୋଟପିଲା ମଧ୍ୟ ଥାଆନ୍ତି। ଏଠି ସମସ୍ତଙ୍କର ସମାନ ଭୂମିକା ରହିଛି। ସାଧାରଣତଃ ପିତା, ମାତା, ପୁଅ ,ଝିଅ, ଅଜା ,ଆଈ, ନାତିନାତୁଣୀ ,କାକା, ଖୁଡ଼ୀ, ପୁତୁରା ,ଝିଆରୀ ,ଭାଇଭଉଣୀ ଇତ୍ୟାଦିଙ୍କୁ ନେଇ ଏକ ପରିବାର ଗଠିତ ହୋଇଥାଏ। ଏହାକୁ ଯୌଥ ପରିବାର କୁହାଯାଏ। ଅବଶ୍ୟ ଏହି ପ୍ରକାରର ପରିବାର ଆଉ ଦେଖିବାକୁ ମିଳୁନାହଁି। ଏବେ ପରିବାର କହିଲେ ବାପା ,ମାଆ ଓ ସେମାନଙ୍କ ପୁଅ, ଝିଅଙ୍କୁ ନେଇ ଗଢ଼ା। ବର୍ତ୍ତମାନ ପିଲାମାନେ ନିଜର ପିତାମାତାଙ୍କ ବ୍ୟତୀତ ଆଉ ଯେଉଁ ତୃତୀୟ ବ୍ୟକ୍ତିକୁ ଜାଣନ୍ତି ସେ ହେଉଛନ୍ତି ଅଙ୍କଲ ,ଆଣ୍ଟି।
ବଡ଼ମାନଙ୍କୁ ସାନମାନେ ସମ୍ମାନ ଦେବା ଓ ସାନମାନଙ୍କୁ ବଡ଼ମାନେ ଶ୍ରଦ୍ଧା କରିବା ଏକ ନୈତିକତା। ଏହା ଏକ ସାମାଜିକ ପ୍ରଥା ,ପରମ୍ପରା ତଥା ଚଳଣି। ଯେଉଁ ପରିବାରରେ ବଡ଼ଙ୍କୁ ସମ୍ମାନ ସାନଙ୍କୁ ଶ୍ରଦ୍ଧା ନାହଁି ସେ ପରିବାର ଏକ ବିଶୃଙ୍ଖଳିତ ପରିବାର। ପରିବାରରୁ ହଁି ପିଲାମାନେ ଶିକ୍ଷା କରିଥାଆନ୍ତି ବଡ଼ମାନଙ୍କୁ ସମ୍ମାନ ଦେବା ଓ ସାନମାନଙ୍କୁ ଶ୍ରଦ୍ଧା କରିବା। ପରିବାର ବାହାରେ ଆହୁରି ଅନେକ ଗୁରୁଜନ ଶ୍ରେଣୀୟ ବ୍ୟକ୍ତି ଅଛନ୍ତି। ଅନେକ ବନ୍ଧୁବାନ୍ଧବ ଅଛନ୍ତି। ସାଙ୍ଗସାଥୀ, ସହକର୍ମୀ ଅଛନ୍ତି। ସମସ୍ତଙ୍କ ପ୍ରତି ଯଥା ସମ୍ମାନ ଜଣାଇବା ଏକ ବିଧି। ଏହା ଏକ ନୈତିକ ଶିକ୍ଷା ଯାହାକି ପରିବାରରୁ ହଁି ଶିକ୍ଷା କରାଯାଏ। ବଡ଼ ଦୁଃଖ ଓ ପରିତାପର ବିଷୟ ,ବର୍ତ୍ତମାନ ସେସବୁ ଲୋପପାଇଗଲାଣି। ଏବେ ପିଲାମାନେ ବଡ଼ମାନଙ୍କୁ ସମ୍ମାନ ଜଣାଇବା ତ ଦୂରର କଥା ମୁଣ୍ଡ ନୁଆଁଉନାହାନ୍ତି । ତାଙ୍କୁ ବିଦ୍ରୂପ ମଧ୍ୟ କରୁଛନ୍ତି। ଆଉ ସାନମାନଙ୍କୁ ଶ୍ରଦ୍ଧା ବଦଳରେ ମିଳୁଛି ନିର୍ଯାତନା। କେତେକ ଜାଗାରେ ସାନଝିଅମାନେ ପାଶବିକ ଅତ୍ୟାଚାରର ଶିକାର ମଧ୍ୟ ହେଉଛନ୍ତି।
ବର୍ତ୍ତମାନର ଅନୁଶାସନ ଢିଲା। ନା ଅଛି ପରିବାରରେ ଶୃଙ୍ଖଳିତ ଅନୁଶାସନ ନା ଅଛି ବିଦ୍ୟାଳୟରେ ଶୃଙ୍ଖଳା। ବିଦ୍ୟାଳୟ ହେଲା ଦଣ୍ଡମୁକ୍ତ। ପିଲା ହେଲେ ଉଚ୍ଛୃଙ୍ଖଳ। ଯେଉଁ ହାତଗଣତି କିଛି ପିଲା ଶୃଙ୍ଖଳା ରକ୍ଷା କରୁଥିଲେ, ସେମାନେ ମଧ୍ୟ ସମୟ ସୁଅରେ ପଡ଼ି ପରିବେଶର ପ୍ରଭାବରେ ପ୍ରଭାବିତ ହେଲେ। ରାସ୍ତାରେ ଯଦି ୪ଜଣ ପିଲା ଯାଉଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣ ତାଙ୍କ ଗୁରୁଙ୍କୁ ଦେଖିଲେ ନମସ୍କାର କରୁଛନ୍ତି। ଆଉ ୨ଜଣ ସେମିତି ଚାଲିଯାଉଛନ୍ତି। ଶ୍ରେଣୀ କୋଠରିକୁ ଶିକ୍ଷକ କିମ୍ବା କୌଣସି ପରିଦର୍ଶକ ଆସିଲେ କେତେଜଣ ପିଲା ଛଡ଼ା ହେଉଛନ୍ତି ତ କେତେକେ ବସିଥାଆନ୍ତି ବା ଡେରିରେ ଛିଡ଼ା ହୁଅନ୍ତି। ତାହା ପୁଣି ବାଧ୍ୟବାଧକତାରେ। ବିଦ୍ୟାଳୟରେ ସହକର୍ମୀମାନଙ୍କ ମଧ୍ୟରେ ମଧ୍ୟ ସେଇ ସମାନ କଥା। ପ୍ରଧାନ ଶିକ୍ଷକଙ୍କୁ କ୍ଷମତା ଭୟରେ ସମସ୍ତେ ନମସ୍କାର କରନ୍ତି। ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହକର୍ମୀ ପରସ୍ପର ନମସ୍କାର ପ୍ରତିନମସ୍କାରରେ ଥାଏ ପାତରଅନ୍ତର। ଅର୍ଥାତ୍‌ ଯାହାର ଯାହା ସହ ଭଲ ସମ୍ପର୍କ ସେମାନେ ପରସ୍ପର ନମସ୍କାର ହୁଅନ୍ତି। ଯାହା ସହ କିଛି ବି ମନୋମାଳିନ୍ୟ ଥାଏ ସେ ହୁଏ ଅଲୋଡ଼ା। ଏଠାରେ ଏକ ଛୋଟ ଘଟଣାର ଅବତାରଣା ଆବଶ୍ୟକ ପଡୁଛି। ଗୋଟିଏ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ନିଜର ଶୃଙ୍ଖଳିତ ଆଚରଣ ପାଇଁ ସହକର୍ମୀ ମହଲରେ ବେଶ୍‌ ଆଦର ପାଉଥିଲେ। ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ସେ ବିଦ୍ୟାଳୟରେ ଥାଅନ୍ତି ୨ ଜଣ ଠିକାରେ ନିଯୁକ୍ତ ଶିକ୍ଷୟିତ୍ରୀ। ଠିକାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଧାର୍ଯ୍ୟ ଛୁଟିଠାରୁ ଅଧିକ ନେଲେ ଦରମା କଟିଯାଏ। ସେ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ଜଣେ କୌଣସି ପରୀକ୍ଷା ଦେବା ପାଇଁ ଧାର୍ଯ୍ୟଠାରୁ ଅଧିକ ଦିନ ଛୁଟିନେଲେ। ମାସ ଶେଷକୁ ଯେତେବେଳେ ତାଙ୍କର ୫ ଦିନର ଦରମା କଟିଗଲା ସେତେବେଳେ ତାଙ୍କ ବାପା ଅସି ପ୍ରଧାନ ଶିକ୍ଷକଙ୍କୁ ପୂରା ଦରମା କରିବାକୁ କହିଲେ। ପ୍ରଧାନ ଶିକ୍ଷକ ମନାକଲେ। କାରଣ ସେ ସମସ୍ତଙ୍କୁ ସମାନ ଦେଖନ୍ତି। କୌଣସି ନିୟମ ବିରୋଧ କାମ କରନ୍ତିି ନାହଁି। ଯଦି ଜଣକ ପାଇଁ କିଛି କୋହଳ ମନୋଭାବ ଦେଖାନ୍ତି ,ଅନ୍ୟକୁ ମଧ୍ୟ ଦେଖାଇବାକୁ ପଡ଼ିବ। ସେ ଶିକ୍ଷୟିତ୍ରୀ ନିଜେ ପ୍ରଧାନ ଶିକ୍ଷକଙ୍କୁ ଅନୁରୋଧ କରିବା ବଦଳରେ ତାଙ୍କ ବାପାଙ୍କୁ ପଠାଉଛନ୍ତି। ପ୍ରଥମେ ସେ ନିଜେ ଅନୁରୋଧ କରିବା କଥା। ସେ କଥା ଭୁଲିଗଲେ , ତାଙ୍କ ବାପାଙ୍କୁ ପଠାଇଲେ। ଏ ଘଟଣା ପରେ ସେ ଶିକ୍ଷୟିତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ସମ୍ମାନଦେବା ବନ୍ଦ କରିଦେଲେ। କିନ୍ତୁ ମନେରଖିବାର କଥା ,ବଡ଼ଙ୍କୁ ସମ୍ମାନ ନ ଦେଲେ ବଡ଼ର କ୍ଷତି ହୁଏ ନାହଁି ବରଂ ସାନର ହଁି କ୍ଷତିହୁଏ।
ବୌଦ୍ଧ , ମୋ: ୯୪୩୭୨୯୮୭୧୪

 


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri