ଭୁବନେଶ୍ୱର,୯।୭: ବିଜୁ ଜନତା ଦଳ(ବିଜେଡି)କୁ ବଡ଼ ଝଟ୍କା। ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ସୁନୀତା ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ିଥିଲେ।


