ଲାଞ୍ଜିଗଡ଼ର ବିକାଶ ପାଇଁ ଜିଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୧୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବା ସହିତ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଏକ ୮ ଜଣିଆ ସଦସ୍ୟ ଶନିବାର କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ସୂଚନାନୁସାରେ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଚଳିତ ବର୍ଷ ୧୭/୦୨/୨୫ ତାରିଖରେ ଲାଞ୍ଜିଗଡ଼ ଅଞ୍ଚଳର ଜନସାଧାରଣ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ କିନ୍ତୁ ଆଜକୁ ୯ ମାସ ବିତିଯାଇଥିଲେ ସୁଦ୍ଧା ଲାଞ୍ଜିଗଡ଼ ରାସ୍ତା ସମ୍ପ୍ରସାରଣ କରିବାର ନା ଧରୁନାହାନ୍ତି ସଂପୃକ୍ତ ବିଭାଗ। ତେଣୁ ପୁଣି ଆଜି ଏକ ଆଠ ଜଣିଆ ପ୍ରତିନିଧିଦଳ ଯାଇ କଳାହାଣ୍ଡି ଜିଲାପାଳ ଶ୍ରୀଯୁକ୍ତ ସଚିନ ପାୱାର ପ୍ରକାଶଙ୍କୁ ଭେଟି ପୁଣି ଥରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ସ୍ମାରକ ପତ୍ରରେ ଲାଞ୍ଜିଗଡ଼କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯାଉ। ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ଅଣଓସାରିଆ ଥିବା ହେତୁ ଲାଞ୍ଜିଗଡ଼ ସହରରେ ସଦା ସର୍ବଦା ଟ୍ରାଫିକ ସମସ୍ୟା ରହୁଛି, ଭି ଲାଞ୍ଜିଗଡ଼ ସହର ଗୋଟେ ଶିଳ୍ପ ସହର ଯାହାଫଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟକ ଦିନ ଲାଞ୍ଜିଗଡ଼ ଦେଇ ଶହଶହ ଭାରୀଯାନ ଗାଡି ଯିବା ଆସିବI କରିଥାଏ ଯାହାଫଳରେ ରାସ୍ତା ଅଣ ଓସାରିଆ ଓ ବଡ଼ବଡ଼ ଯାନବାହନ ରାସ୍ତା ଉପରେ ଗାଈ ଗୋରୁ ରହୁଥିବା ହେତୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏହି ମୁଖ୍ୟ ରାସ୍ତା ଉପରେ ଯଦିଓ ଗୋଟେ ରୋଗୀକୁ ନେଇ ଯାଉ ଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମରେ ଫସିଯାଏ ଯାହା ଫଳରେ ସେହି ଦୁଇଶହ ମିଟର ରାସ୍ତାକୁ ଅତିକ୍ରମ କରି ବାହାରକୁ ଯିବାକୁ ହେଲେ ଅତି କମରେ ୪୦ ରୁ ୫୦ ମିନିଟ ସମୟ ଲାଗିଯାଇଥାଏ। ତେଣୁକରି ପେସନିଆ କହିବା ଅନୁସାରେ ଏହି ଲାଞ୍ଜିଗଡ଼ ସହର ଉପରେ ଲାଞ୍ଜିଗଡ ବ୍ଲକର ୧୨ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ତଥା ଲାଞ୍ଜିଗଡ ପଞ୍ଚାୟତ,ଜଗନ୍ନାଥପୁର ପଞ୍ଚାୟତ, ଛତ୍ରପୁର ପଞ୍ଚାୟତ,ତ୍ରିଲୋଚନପୁର ପଞ୍ଚାୟତ,ବିଜେପୁର ପଞ୍ଚାୟତ, ପାହାଡ଼ପଦର ପଞ୍ଚାୟତ,ମାଳିଯୁବଙ୍ଗ ପଞ୍ଚାୟତ, ଲIଖବାହଲି ପଞ୍ଚାୟତ,ବେନଗାଁ ପଞ୍ଚାୟତ,ଲାଞ୍ଜି ପଞ୍ଚାୟତ,ବନ୍ଧପlରି ପଞ୍ଚାୟତ ଇତ୍ୟାଦି ଗୁଡିକ ସହିତ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କାରଖାନାରେ କାମ କରୁଥିବା ହଜାର ହଜାର ଶ୍ରମିକ ଲାଞ୍ଜିଗଡ଼ ମାର୍କେଟ ଉପରେ ନିର୍ଭର କରିଥାନ୍ତି। ଯାହାଫଳରେ ଲୋକ ସଂଖ୍ୟା ହିସାବରେ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ଅଣଓସାରିଆ ହେlଇଥବା ହେତୁ ଲାଞ୍ଜିଗଡ଼ ସହର ଉପରେ ନିର୍ଭର କରୁଥିବା ୧୨ଟି ପଞ୍ଚାୟତ ଲୋକଙ୍କ ଅସନ୍ତୁଷ୍ଟ ବାତlବରଣ ଖେଳି ଯାଇଛି। ଏହି ପରିପେକ୍ଷୀରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ସହିତ ପୂର୍ବତନ ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ରାଜେନ୍ଦ୍ର ମାଳି, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ କୋଷାଧ୍ୟକ୍ଷ ମହେଶ୍ୱର ପତି,ଲାଞ୍ଜିଗଡ଼ ଉନ୍ନୟନ ପରିଷଦ ସମ୍ପାଦକ ଶ୍ରୀମୁଖ ଅଗସ୍ତି ପ୍ରମୁଖ ଯାଇ କଳାହାଣ୍ଡି ଜଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri