ଜଳକଷ୍ଟରେ ଜଗନ୍ନାଥପ୍ରସାଦବାସୀ

ଖଣ୍ଡପଡ଼ା,୧୪ା୫(ଅଜୟ କୁମାର ମହାରଣା):ଖଣ୍ଡପଡ଼ା ବ୍ଲ୍ଳକ ଅଧୀନ ଜଗନ୍ନାଥପ୍ରସାଦର ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଆବଶ୍ୟକ ପାନୀୟ ଜଳ ନ ପାଇ ଗ୍ରୀଷ୍ମ ପ୍ରବାହ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ଅଞ୍ଚଳକୁ ନିକଟସ୍ଥ ଶଙ୍ଖଝରି ନଦୀରୁ ପାଇପ ଲାଇନ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ମାତ୍ର ସମ୍ପୃକ୍ତ ପ୍ରକଳ୍ପ ଆବଶ୍ୟକ ଜଳ ଯୋଗାଇବାରେ ସାମର୍ଥ ହୋଇ ପାରୁ ନାହିଁ। ପଞ୍ଚାୟତର କାଦୁଆପଡା, କାଦୁଆପାଟଣା, ମହୁଲପଡା, ଦରଦା, କୁହାରା, ହାତକଟା, ଗୋପାଳପୁର ଆଦି ଅଞ୍ଚଳର ଜନସାଧାରଣ ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରୁଛନ୍ତି। ପ୍ରକଳ୍ପରୁ ଦିନେ ଛଡା ଦିନେ ତାହା ପୁଣି ମାତ୍ର ଘଣ୍ଟାକ ପାଇଁ ପାଣି ଯୋଗା ଯାଉଥିବା ଜଣାଯାଇଛି। ଅଧିକାଂଶ ସମୟରେ ପାଇପ ଲାଇନରେ ଗୋଳିଆ ପାଣି ଆସୁଥିବା ଅଭିଯୋଗ ହେଉଛି। ଗ୍ରାମରେ ଥିବା ଅଧିକାଂଶ ନଳକୂପ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ମୁନ୍ଦେ ପାଇଁ ହଇରାଣ ହେଉଛନ୍ତି। ଗୃହପାଳିତ ପ୍ରାଣୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଥିବା ଜଣାଯାଇଛି। ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଗ୍ରାମର ମହିଳାମାନେ ଦୀର୍ଘ ସମୟ ଧରି ଷ୍ଟାଣ୍ଡ ପୋଷ୍ଟ ନିକଟରେ ଅପେକ୍ଷା କରି ପାଣି ସଂଗ୍ରହ କରୁଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାଇପ ଲାଇନ ଯୋଗେ ଗ୍ରାମବାସୀଙ୍କୁ ଜଳ ଯୋଗାଣ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ମାତ୍ର ଗ୍ରାମବାସୀ ପାଇପରୁ ପାଣି ସଂଗ୍ରହ ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷ, ସରପଞ୍ଚ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ବ୍ଳକ ପ୍ରଶାସନ, ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri