Categories: ବାଣିଜ୍ୟ

୬.୫ ବିଲିୟନ ଡଲାରରୁ ଅଧିକ ବଢ଼ିଲା ରିଜର୍ଭ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରର କାରବାରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବର୍ଷକରୁ ଅଧିକ ସମୟ ପରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି। ଦୀର୍ଘ ସମୟ ପରେ ଫୋରେକ୍ସ ରିଜର୍ଭ ଲଗାତର ହ୍ରାସର ଚାପରୁ ମୁକୁଳିଥିବା ବେଳେ ଭଣ୍ଡାରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ସେହିଭଳି ୨୦୨୨ ଅକ୍ଟୋବର ୨୮ ରେ ଶେଷ ହୋଇଥିବା ସପ୍ତାହର କାବାରର ଫଳାଫଳ ପରେ ବୈଦେଶିକ ମୁଦ୍ରାଭଣ୍ଡାରର ଅଭିବୃଦ୍ଧି ଦେଖିବାକୁ ମିଳିଥିବା ଜଣାପଡ଼ିଛି। ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସୂଚନା ଅନୁସାରେ ଚଳିତ ବର୍ଷ ଅକ୍ଟୋବର ୨୮ରେ ଶେଷ ହୋଇଥିବା ସପ୍ତାହର କାରବାରର ଫଳାଫଳ ପରେ ବିଦେଶୀ ମୁଦ୍ରାଭଣ୍ଡାରରେ ୬.୫୬ ବିଲିୟନ ଡଲାର ବୃଦ୍ଧି ହୋଇ ୫୬୧.୦୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ବର୍ଷ ସେପ୍ଟେମ୍ବର ପରେ ଏହା ବୈଦେଶିକ ମୁଦ୍ରାଭଣ୍ଡାରରେ ପ୍ରଥମ ଥର ପାଇଁ ବଡ଼ ଅଭିବୃଦ୍ଧି ବୋଲି କୁହାଯାଉଛି। ଏହି ଅଭିବୃଦ୍ଧି ସହ ଲଗାତର ୨ ସପ୍ତାହ ପାଇଁ ଜାରି ହ୍ରାସ ପରିମାଣ ମଧ୍ୟ ଶେଷ ହୋଇଯାଇଛି। ଅପରପକ୍ଷରେ ଆର୍‌ବିଆଇ ପକ୍ଷରୁ ଜାରି ତଥ୍ୟ ଅନୁସାରେ ନିକଟରେ ଶେଷ ହୋଇଥିବା ସାପ୍ତାହିକ କାରବାରର ଫଳାଫଳରେ ମୁଦ୍ରାଭଣ୍ଡାରର ଅଭିବୃଦ୍ଧି ଫରେନ କରେନ୍ସି ଆସେଟ୍‌ (ଏଫ୍‌ସିଏ) ରେ ହୋଇଥିବା ରିକୋଭରି ଯୋଗୁ ସମ୍ଭବ ହୋଇପାରିଛି। ବ୍ୟାଙ୍କର ତଥ୍ୟ ଅନୁସାରେ ୨୮ ଅକ୍ଟୋବରରେ ସମାପ୍ତ ସପ୍ତାହରେ ମୁଦ୍ରାଭଣ୍ଡାରର ଗୁରୁତ୍ୱପୂର୍ଣ୍ଣ ଘଟକ ମନେ କରାଯାଉଥିବା ଏଫ୍‌ସିଏ ୫.୭୭ ବିଲିୟନ ବୃଦ୍ଧି ହୋଇ ୪୭୦.୮୪ ବିଲିୟନ ଡଲାର ହୋଇଯାଇଛି। ଏଫ୍‌ସିଏକୁ ଡଲାରରେ ଦର୍ଶାଯାଏ ଓ ରିଜର୍ଭରେ ରଖାଯାଇଥିବା ୟୁରୋ, ପାଉଣ୍ଡ ଓ ୟେନ୍‌ ଭଳି ଅଣ ଡଲାର କରେନ୍ସି ମୂଲ୍ୟରେ ହୋଇଥିବା ହ୍ରାସ ବୃଦ୍ଧିର ପ୍ରଭାବକୁ ମଧ୍ୟ ସାମିଲ କରାଯାଇଛି। ଅର୍ଥାତ୍‌ ବୈଦେଶିକ ମୁଦ୍ରା ତୁଳନାରେ ଟଙ୍କାର ଉତ୍ତମ ପ୍ରଦର୍ଶନର ଲାଭ ବୈଦେଶିକ ମୁଦ୍ରାଭଣ୍ଡାରକୁ ମିଳିଛି।

Share