ଗବେଷଣାର ଗତିପଥ

ସାମ୍ପ୍ରତିକ ସମୟରେ ବଦଳି ଯାଇଛି ବୈଜ୍ଞାନିକ ଗବେଷଣାର ଗତିପଥ। ପାରମ୍ପରିକ ଗବେଷଣା ସହିତ ଯୋଡ଼ି ହୋଇଯାଇଛି ଜୈବ ପ୍ରଯୁକ୍ତିବିଦ୍ୟା, ନାନୋବିଜ୍ଞାନ, ପରିବେଶ ବିଜ୍ଞାନ, ଆଣବିକ ବିଜ୍ଞାନ, କମ୍ପ୍ୟୁଟର ପ୍ରୟୋଗ, କୃତ୍ରିମ ବୁଦ୍ଧିମତ୍ତା, ଜଳବାୟୁ ପରିବର୍ତ୍ତନ ଆଦି ଅନେକ ବିଷୟ। ବିଭିନ୍ନ ବିଷୟମାନଙ୍କ ମଧ୍ୟରେ ସମନ୍ବୟ ଘଟାଇ ଜଟିଳ ଗବେଷଣାମାନ କରାଯାଉଛି। ବହୁବିଧ ଗବେଷଣାର ଫଳାଫଳ ଯୋଗୁ ବିକାଶ ଲାଭ କରୁଛି ନୂତନ ସାମଗ୍ରୀ ଏବଂ ସ୍ଥିରୀକୃତ ହେଉଛି ନବ୍ୟ କାର୍ଯ୍ୟପଦ୍ଧତି। ଏଥିସହିତ ବୈଜ୍ଞାନିକ ଗବେଷଣାକୁ ସ୍ବୀକୃତି ଦେଉଛି ଉଚ୍ଚକୋଟୀର ନିବନ୍ଧ, ବୈଜ୍ଞାନିକ ତଥ୍ୟ ସମ୍ବଳିତ ପୁସ୍ତକ ଏବଂ ଅନ୍ୟାନ୍ୟ ପ୍ରକାଶନ। ଗବେଷଣାରୁ ଉଦ୍ଭବ ଜ୍ଞାନକୌଶଳକୁ ସୁରକ୍ଷିତ କରିବା ପାଇଁ ଏହାର ଉଦ୍ଭାବକମାନଙ୍କୁ ପ୍ୟାଟେଣ୍ଟ୍‌ ପ୍ରଦାନ କରାଯାଉଛି।
ସାମ୍ପ୍ରତିକ ସମୟରେ ଭାରତରେ କରାଯାଉଥିବା ବୈଜ୍ଞାନିକ ଗବେଷଣା ବେଶ୍‌ ଅଗ୍ରଗତି ହାସଲ କରିପାରିଛି। ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣା ସମ୍ବନ୍ଧୀୟ ପ୍ରକାଶନର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିବା ଏହାର ପ୍ରମାଣ । ବିଗତ ୨୦୧୦-୨୦ ଦଶନ୍ଧି ମଧ୍ୟରେ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣା ସମ୍ବନ୍ଧୀୟ ପ୍ରକାଶନର ସଂଖ୍ୟା ଶତକଡ଼ା ୯.୪ ଭାଗ ହାରରେ ବୃଦ୍ଧି ପାଇଛି। ଏହି ସମୟ ଅବଧି ମଧ୍ୟରେ ବିଶ୍ୱରେ ଗବେଷଣା ସମ୍ପର୍କିତ ପ୍ରକାଶନର ଅଭିବୃଦ୍ଧି ହାର ମାତ୍ର ୪.୩ ପ୍ରତିଶତ ମଧ୍ୟରେ ସୀମିତ ରହିଛି। ୨୦୧୦ ମସିହାରେ ଭାରତର ବୈଜ୍ଞାନିକମାନଙ୍କ ଦ୍ୱାରା ୬୦,୫୫୫ ସଂଖ୍ୟକ ଗବେଷଣା ସଂକ୍ରାନ୍ତୀୟ ପ୍ରକାଶନ ରହିଥିବାବେଳେ ୨୦୨୦ ବେଳକୁ ଏହା ଅଢେଇ ଗୁଣ ବୃଦ୍ଧି ପାଇ ୧,୪୯,୨୧୩ରେ ପହଞ୍ଚତ୍ ପାରିଥିଲା।
ଗବେଷଣା ସମ୍ବନ୍ଧୀୟ ଗୋଟିଏ ପ୍ରକାଶନର ମାନ ଏହାର ଉଦ୍ଧୃତ (Citation) ସଂଖ୍ୟା ଉପରେ ନିର୍ଭର କରିଥାଏ। ଅର୍ଥାତ୍‌ ଗୋଟିଏ ଗବେଷଣା ନିବନ୍ଧର ତଥ୍ୟକୁ ଯେତେ ଅଧିକ ଗବେଷକ ସେମାନଙ୍କ ନିବନ୍ଧ ବା ପୁସ୍ତକ ପ୍ରକାଶନରେ ଉଲ୍ଲେଖ କରିଥିବେ ଅଥବା ଏହାର ତଥ୍ୟକୁ ନିଜ ପ୍ରକାଶନବେଳେ ବ୍ୟବହାର କରିଥିବେ, ଏହାର ମାନ ସେତେ ଉନ୍ନତ ବୋଲି ବୁଝିବାକୁ ହେବ। ତେବେ ଦେଖାଯାଏ ଯେ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ନିବନ୍ଧମାନଙ୍କୁ ବିଶେଷ ଭାବେ ଉଦ୍ଧୃତ କରାଯାଇ ନ ଥାଏ। ନେଚର ପତ୍ରିକାରେ ପ୍ରକାଶିତ ସୂଚନା ଅନୁସାରେ ୨୦୨୦ ମସିହାରେ ଭାରତରୁ ପ୍ରକାଶ ପାଇଥିବା ଗବେଷଣା ନିବନ୍ଧ ମଧ୍ୟରୁ ଶତକଡ଼ା ୩୦ ଭାଗକୁ କୌଣସି ବୈଜ୍ଞାନିକ ଉଦ୍ଧୃତ କରିନାହାନ୍ତି। ଏଥିରୁ ଜଣାପଡ଼େ ଯେ ଭାରତୀୟ ବୈଜ୍ଞାନିକଙ୍କ ଗବେଷଣା ଆଧାରିତ ପ୍ରକାଶନ ସଂଖ୍ୟା ଦୃଷ୍ଟିରୁ ଅଧିକ ହୋଇପାରେ, ମାତ୍ର ଏହା ବିଜ୍ଞାନ ଜଗତରେ ସେତେଟା ପ୍ରଭାବ ବିସ୍ତାର କରିପାରୁ ନାହିଁ। ଅବଶ୍ୟ କେତେକ ଭାରତୀୟ ବୈଜ୍ଞାନିକଙ୍କର ଉକତ୍ର୍ଷ ଗବେଷଣା ଅନ୍ୟମାନଙ୍କ ଦ୍ୱାରା ଆଦୃତି ଲାଭ କରିପାରିଛି। କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବାର ଆବଶ୍ୟକତା ରହିଛି।
ଆମ ଗବେଷଣା ପ୍ରକାଶନର ମାନ ହ୍ରାସପାଇବା ପଛରେ ବହୁବିଧ କାରଣ ରହିଛି। ସାଧାରଣତଃ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନର ଅଧ୍ୟାପକ ଏବଂ ବିଭିନ୍ନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ଅନେକ ସଂଖ୍ୟାରେ ଗବେଷଣା ନିବନ୍ଧ ରଚନା କରିଥାନ୍ତି। ସେମାନଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ଗବେଷଣା ନିବନ୍ଧର ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିଯୋଗୁ ଅଧିକ ସଂଖ୍ୟାରେ ଗବେଷଣା ନିବନ୍ଧ ପ୍ରକାଶ ପାଇଁ ସେମାନେ ଚାପଗ୍ରସ୍ତ ହୋଇଥାନ୍ତି। ଗବେଷଣାର ଗୁଣବତ୍ତା ଏବଂ ପତ୍ରିକାର ମାନ କଥା ବିଚାରକୁ ନ ନେଇ ଅଧିକ ସଂଖ୍ୟାରେ ନିବନ୍ଧ ପ୍ରକାଶ ପାଇଁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ଫଳରେ ଅନେକ ବୈଜ୍ଞାନିକଙ୍କ ଆଲେଖ୍ୟ ସ୍ଥାନୀୟ ପତ୍ରିକାରେ ପ୍ରକାଶିତ ହୁଏ, ଯାହାକି ଦେଶବିଦେଶର ଗବେଷକମାନଙ୍କ ନଜରକୁ ଆସି ନ ଥାଏ। ଏହାଛଡ଼ା ଆମ ଦେଶରେ ଉନ୍ନତ ମାନର ବୈଜ୍ଞାନିକ ଗବେଷଣା ପାଇଁ ଭିତ୍ତିଭୂମିର ଅଭାବ ରହିଛି। ଉଚ୍ଚ ମାନର ଗବେଷଣାଗାର ଏବଂ ଜଟିଳ ଯନ୍ତ୍ରପାତି ଉପଲବ୍ଧ ନ ହେବା କାରଣରୁ ଅତ୍ୟାଧୁନିକ ବିଷୟବସ୍ତୁ ଉପରେ ଗବେଷଣା କରିବା ସମ୍ଭବ ହୋଇ ନ ଥାଏ। ଏଥିପାଇଁ ଅର୍ଥର ଅଭାବ ଅନ୍ୟତମ କାରଣ ବୋଲି କେହି କେହି କହିଥାନ୍ତି।
ଆମ ଦେଶର ଗବେଷଣା ସମ୍ପର୍କିତ ଆଲେଖ୍ୟମାନ ବହୁଳ ଭାବେ ଇଂରାଜୀ ଭାଷାରେ ପ୍ରକାଶ ପାଇଥାଏ। କିନ୍ତୁ ଇଂରାଜୀ ଭାରତୀୟମାନଙ୍କର ମାତୃଭାଷା ନୁହେଁ। ଫଳରେ ଭାଷାଗତ ସମସ୍ୟା ଯୋଗୁ କେତେକ ବୈଜ୍ଞାନିକ ନିଜ ମତକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରିପାରି ନ ଥାନ୍ତି। ଫଳରେ ସେମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣାର ଫଳାଫଳ ବୃହତ୍ତର ବୈଜ୍ଞାନିକ ସମାଜରେ ଉପଯୁକ୍ତ ଭାବେ ଉପସ୍ଥାପିତ ହୋଇପାରେ ନାହିଁ। ଏକ ଅନୁଧ୍ୟାନରୁ ଜଣାଯାଏ ଯେ ମାତୃଭାଷା ଇଂରାଜୀ ହୋଇ ନ ଥିବା ବେଳେ ବୈଜ୍ଞାନିକମାନେ ଗବେଷଣା ପାଇଁ ଉପଯୋଗ କରୁଥିବା ସମୟର ଶତକଡ଼ା ପ୍ରାୟ ୨୦-୩୦ ଭାଗ ସମୟ ପାଣ୍ଡୁଲିପି ପ୍ରସ୍ତୁତି, ନିର୍ଭୁଲ ବ୍ୟାକରଣ ଚୟନ ଏବଂ ଭାଷା ସଂଶୋଧନ ପାଇଁ ବିନିଯୋଗ କରିଥାନ୍ତି। ଏହାଛଡ଼ା ଭାରତରେ ଅନେକ ନିମ୍ନମାନର ଗବେଷଣା ପତ୍ରିକା ପ୍ରକାଶିତ ହେଉଛି। ଗବେଷଣାରୁ ଉପଲବ୍ଧ ତଥ୍ୟ ଏବଂ ପ୍ରସ୍ତୁତ କରାଯାଇଥିବା ନିବନ୍ଧର ଯଥାଯଥା ସମୀକ୍ଷା ନ କରି ଏହିସବୁ ପତ୍ରିକା ସେ ସବୁକୁ ପ୍ରକାଶ କରିଥାନ୍ତି। କୌଣସି ସ୍ପଷ୍ଟୀକରଣ ବା ସଂଶୋଧନର ଆବଶ୍ୟକତା ନ ଥାଇ ଖୁବ୍‌ କମ୍‌ ସମୟ ମଧ୍ୟରେ ଲେଖା ପ୍ରକାଶ ପାଉଥିବାରୁ ଅନେକ ଗବେଷକ ପ୍ରଲୋଭିତ ହୋଇ ଏସବୁ ପତ୍ରିକାକୁ ନିବନ୍ଧମାନ ପଠାଇଥାନ୍ତି। କିନ୍ତୁ ଏହିସବୁ ପତ୍ରିକାରେ ପ୍ରକାଶିତ ତଥ୍ୟମାନ ଅନ୍ୟାନ୍ୟ ବୈଜ୍ଞାନିକମାନଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥାଏ।
କେତେକ ସମୟରେ ବହୁଳ ଭାବେ ପ୍ରଚଳିତ ତତ୍ତ୍ୱ, ପୂର୍ବରୁ ପ୍ରମାଣ ହୋଇସାରିଥିବା ସିଦ୍ଧାନ୍ତ ଅଥବା ପୂର୍ବରୁ ବିକଶିତ ସାମଗ୍ରୀ ଉପରେ ପୁନଃଗବେଷଣା କରାଯାଇଥାଏ। ଏହି ଗବେଷଣାର ଫଳାଫଳରେ କଣସି ନୂତନତ୍ୱ ନ ଥାଏ। ତେଣୁ ଏହି ଗବେଷଣାରୁ ନିଷ୍କର୍ଷ ତଥ୍ୟକୁ ନିବନ୍ଧ ଆକାରରେ ପ୍ରକାଶ କରାଗଲେ ଏଥିପ୍ରତି ଅନ୍ୟାନ୍ୟ ବୈଜ୍ଞାନିକମାନେ ଆକୃଷ୍ଟ ହୋଇ ନ ଥାନ୍ତି। ତେଣୁ ଏହି ତଥ୍ୟର ଉଦ୍ଧୃତ ପାଇଁ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ।
ଗବେଷଣାର ଫଳାଫଳ ଉପରେ ବୈଜ୍ଞାନିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ୟାଟେଣ୍ଟ୍‌୍‌ ପ୍ରଦାନ କରାଯାଇଥାଏ। ବିଗତ କେତେ ବର୍ଷ ମଧ୍ୟରେ ଭାରତରେ ପ୍ୟାଟେଣ୍ଟ୍‌ ଆବେଦନର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବା ଶୁଭ ଲକ୍ଷଣ । ଭାରତରେ ୨୦୨୩ରେ ୯୦,୩୦୦ ପ୍ୟାଟେଣ୍ଟ୍‌ ଆବେଦନ କରାଯାଇଛି। ଅର୍ଥାତ୍‌ ପ୍ୟାଟେଣ୍ଟ୍‌ ପାଇବା ପାଇଁ ପ୍ରତି ୬ ମିନିଟ୍‌ରେ ଗୋଟିଏ ଦରଖାସ୍ତ ଦାଖଲ ହୋଇଛି। ଭାରତରେ ଗବେଷଣାର ଅଗ୍ରଗତି ନେଇ ଏହି ପରିସଂଖ୍ୟାନ ସ୍ପଷ୍ଟ ସୂଚନା ପ୍ରଦାନ କରିଥାଏ। ପ୍ୟାଟେଣ୍ଟ୍‌୍‌ ମିଳିବା ପରେ ଏହାର ଯଥାଯଥ ଉପଯୋଗ ହେବା ଗୁରୁତ୍ୱପୂର୍ଣ୍ଣ ।
ଏହା ହୋଇପାରିଲେ ବୈଜ୍ଞାନିକ ଗବେଷଣାର ସୁଫଳ ସମାଜର ଉପକାରରେ ଆସିପାରିବ। କିନ୍ତୁ ଭାରତରେ ପ୍ରଦାନ କରାଯାଉଥିବା ପ୍ୟାଟେଣ୍ଟ୍‌୍‌ଗୁଡ଼ିକର ବ୍ୟାବସାୟିକ ଉପଯୋଗ ସେତେଟା ସନ୍ତୋଷଜନକ ନୁହେଁ। ଏହାର ବିଭିନ୍ନ କାରଣ ହୋଇପାରେ। ହୁଏତ ଆମ ପ୍ୟାଟେଣ୍ଟ୍‌ଗୁଡ଼ିକୁ ଗ୍ରହଣ କରିବା ପାଇଁ ଶିଳ୍ପଜଗତ ପ୍ରସ୍ତୁତ ହୋଇନାହିଁ। ନତୁବା ପ୍ୟାଟେଣ୍ଟ୍‌ ଗୁଡ଼ିକ ବ୍ୟାବସାୟିକ ଦୃଷ୍ଟିକୋଣରୁ ଲାଭଜନକ ହେବ ବୋଲି ଉଦ୍ୟୋଗୀମାନଙ୍କ ମନରେ ବିଶ୍ୱାସ ଜନ୍ମିପାରୁନାହିଁ। ବେଳେବେଳେ ପ୍ୟାଟେଣ୍ଟ୍‌ରେ ବିଶେଷ ନୂତନତ୍ୱ ନ ଥିଲେ ଏହା ଆକର୍ଷଣୀୟ ହୋଇପାରେ ନାହିଁ।
ଏସବୁ ଦୃଷ୍ଟିରୁ ବିଚାର କଲେ ଭାରତରେ ଗବେଷଣାର ରୂପରେଖରେ ପରିବର୍ତ୍ତନ ଅଣାଯିବା ଦରକାର। ଗବେଷଣାଜନିତ ପ୍ରକାଶନ ହେଉ ବା ପ୍ୟାଟେଣ୍ଟ୍‌ ପ୍ରଦାନ; ପ୍ରତି କ୍ଷେତ୍ରରେ ଗୁଣାତ୍ମକ ମାନ ଉପରେ ଗୁରୁତ୍ୱ ଦେବାକୁ ହେବ।
ଶତାବ୍ଦୀ ନଗର, ଭୁବନେଶ୍ୱର
ମୋ: ୯୪୩୭୪୪୫୧୮୪


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri