ବନ୍ୟାରେ ଫସିଥିବା ଦୁଇ ଭାଇ, ଗର୍ଭବତୀଙ୍କୁ ଉଦ୍ଧାର କଲା ଏନ୍‌ଡିଆରଏଫ୍‌ ଟିମ୍‌

ଭଦ୍ରକ ଅଫିସ,୨୮ା୮: ବନ୍ୟାରେ ଫସି ରହିଥିବା ଦୁଇ ଭାଇ ଓ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଛି ଏନ୍‌ଡିଆରଏଫ୍‌ ଟିମ୍‌। ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପାଣି ଘେରରେ ଥିବା ଷୋଳମପୁର ନିଜ ଘରେ ଫସି ରହିଥିବା ଦୁଇ ଭାଇଙ୍କୁ ୩ଘଣ୍ଟା ଅପରେଶନ ପରେ ଉଦ୍ଧାର କରିଛନ୍ତି ଏହି ଟିମ୍‌। ବୈତରଣୀର ଆଖୁଆପଦାଠାରେ ଜଳସ୍ତର କମୁଥିବା ବେଳେ ତଳୁଆ ଅଞ୍ଚଳ ଜଳମଗ୍ନ ହେଉଛି। ଷୋଳମପୁରରେ ବଲଭୀଘାଟ ପାଖରେ ଗୁରୁବାର ରାତିରେ ଦୁଇ ଭାଇ ନିଜ ଘରେ ରହିଥିବା ବେଳେ ବନ୍ୟାପାଣି ହୋଇଯାଇଥିଲା। ପରେ ସେମାନେ ଭୟଭୀତ ହୋଇ ଭଣ୍ଡାରିପୋଖରୀ ବିଡିଓଙ୍କୁ ଯୋଗାଯୋଗ କରିଥିଲେ। ବିଡିଓଙ୍କ ନିର୍ଦ୍ଦେଶ ମତେ ଏହି ଟିମ୍‌ ମଧ୍ୟ ରାତିରେ ନଦୀରେ ଯାଇ ଦୁଇଭାଇଙ୍କୁ ଉଦ୍ଧାର କରିଥିଲେ। ସେହିପରି ଜଳହରି ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି।