ପାଇକମାଳ,୧୨।୮(ବଡ ଶତପଥୀ):ବରଗଡ ଜିଲା ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ପାଇକମାଳ ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ପାଇକମାଳ ଥାନା ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ଦୀନବନ୍ଧୁ ଭୋଇଙ୍କ ପୁଅ ଚନ୍ଦ୍ରଶେଖର ଭୋଇ (୧୯)। କିଛିଦିନ ଆଗରୁ ତାଙ୍କର ମାନସିକ ସ୍ଥିତି ଠିକ ନ ଥିଲା। ସୋମବାର ତାଙ୍କ ବାପା ବିଲକୁ ପାଣି ମଡାଇବା ପାଇଁ ସାଙ୍ଗରେ ଯିବାକୁ କହିଥିଲେ ହେଲେ ସେ ନ ଯାଇ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ଡ୍ୟାମ ଆଡ଼କୁ ଯାଇଥିଲେ। ତାଙ୍କୁ ମଙ୍ଗଳବାର ଖୋଜାଖୋଜି କରିବା ପରେ ସକାଳେ ନିକଟସ୍ଥ ଜଙ୍ଗଲରେ ଗୋଟିଏ ଗଛରେ ଆତ୍ମହତ୍ୟା କରିଥିବା ଦେଖି ପାଇକମାଳ ପୋଲିସକୁ ଦୀନବନ୍ଧୁ ଖବର ଦେଇଥିଲେ । ଏନେଇ ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁଁ ପଦ୍ମପୁର ପଠାଇଛି । ଏନେଇ ପାଇକମାଳ ଥାନାରେ କେସ ନଂ ୧୨/୨୫ ରେ ମାମଲାରେ ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନା ଆଇଆଇସି କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି।


