ଇଣ୍ଡୋର ଷ୍ଟାଡିୟମ ନେଇ ୫ଟି ସଚିବଙ୍କୁ ଅନୁରୋଧ

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଭଞ୍ଜନଗର, ଦିଗପହଣ୍ଡି, ପୁରୁଷୋତ୍ତମପୁର, ଖଲିକୋଟରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଗୁରୁବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ପୃଥକ ପୃଥକ ଭାବେ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ, ଜନପ୍ରତିନିଧିମାନେ କଥା ହୋଇ ଅନୁରୋଧ କରିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପୃଥକ ପୃଥକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତମାନେ ପ୍ରଦାନ କରିଥିଲେ। ଉକ୍ତ ଅଞ୍ଚଳଗୁଡ଼ିକରେ ଜାତୀୟସ୍ତରରେ କ୍ରୀଡା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଖେଳାଳି ଅଛନ୍ତି । ଏଠାରେ ଭଲ ଖେଳପଡିଆର ଅଭାବ ରହିଥିବା ଯୋଗୁ ସେମାନଙ୍କ ଭିତରେ ପ୍ରତିଭା ଲୁକାଇତ ଅବସ୍ଥାରେ ରହିଛି। ଏଭଳି ଜାତୀୟସ୍ତରର ଖେଳାଳିମାନଙ୍କୁ ନେଇ ଉକ୍ତ ଅଞ୍ଚଳ ଗର୍ବଗୌରବ ଅନୁଭବ କରୁଛି । ସେମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲାଗି ଉତ୍ତମ ଖେଳପଡିଆର ନିହାତି ଆବଶ୍ୟକ ରହିଛି ।