ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ ଜଳଯୋଗାଣ କରାଯାଉଥିଲେ ସୁଦ୍ଧା ୧୧ଟି ପରିବାର ବାଦ ପଡିଛନ୍ତି। ଏ ନେଇ ଶୁକ୍ରବାର ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କ ନିକଟରେ ଉକ୍ତ ପରିବାର ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ କମିଟିର ମୁନା ମଲ୍ଲିକଙ୍କ ସମେତ ମମତା ମାଝୀ, ଝିନିମାରାଣୀ ମଲ୍ଲିକ, ପିଙ୍କୁ ମାଝୀ, ଆଲୋକ ମାଝୀ ପ୍ରମୁଖ ବିଡିଓ ପାତ୍ରଙ୍କୁ ନିବେଦନ କରିବା ପରେ ଏହାର ତଦନ୍ତ କରି ଶୀଘ୍ର ଜଳ ଯୋଗାଇଦେବାକୁ ବିଡିଓ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।