ଦାରିଙ୍ଗବାଡି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଦିବସ ଓ ଭାରତ ମାତା ପୂଜନର ଦିତୀୟଦିନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ପ୍ରକାଶ ଯେ, ୩ ଦିନ ଧରି ଚାଲିଥିବା ଏହି ଉତ୍ସବର ଦିତୀୟ ଦିନ ଅର୍ଥାତ୍ ରବିବାର କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକର ଯେଉଁ ସମ୍ବିଧାନ ତିଆରି କରିଥିଲେ ତାହା ସମଗ୍ର ବିଶ୍ୱରେ ଆଉ କେଉଁ ଦେଶରେ ଦେଖିବା ବିରଳ ଯାହା ଆମର କର୍ତ୍ତବ୍ୟ ଦାୟିତ୍ୱବୋଧତା ସହ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ଦେଇଛି ବୋଲି କହିଥିଲେ। ସେହିପରି ଏଭଳି ଉତ୍ସବ ଦ୍ୱାରା ଅଞ୍ଚଳର ପରମ୍ପରା, ଐତିହ୍ୟ, ସଂସ୍କୃତି ଆଦି ମଧ୍ୟ ଆମ ସମ୍ବିଧାନ ଯାହା ଆମେ ପାଳନ କରୁଛେ ବୋଲି କହିଥିଲେ। ପରେ ଭାରତ ମାତା ପୂଜନ କମିଟି ପକ୍ଷରୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଓ କଳସ ନେଇ ଗାଁ ପରିକ୍ରମା କରାଯାଇଥିଲା। ଏହି ସମୟରେ ଅଞ୍ଚଳରେ ଦେଶାତ୍ମକ ଚେତନା ସୃଷ୍ଟି ହେବା ସହ ଶାନ୍ତି ମୈତ୍ରୀ ଓ ଭାଇଚାରା ସୃଷ୍ଟି ହୋଇଥିଲା।
ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଓଡ଼ିଶୀ ନୃତ୍ୟ ସମେତ ଗୋଟିପୁଅ ନୃତ୍ୟ, ଛଉ ନୃତ୍ୟ ସମେତ ବିଭିନ୍ନ ଲୋକକଳା ପ୍ରଦର୍ଶନ କରିବେ ସ୍ଥାନୀୟ ଓ ଜିଲା ବାହାରର କଳାକାରମାନେ ନିଆରା ଢଙ୍ଗରେ ପାଳନ କରାଯାଉଥିବା ଏହି ଉତ୍ସବ ଦେଖିବାକୁ ଓ ଏଥିରେ ଅଂଶ ଗ୍ରହଣ କରିବାକୁ ଜିଲା ଓ ଜିଲା ବାହାରର ଲୋକମାନେ ଯୋଗ ଦେଉଛନ୍ତ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କାର ଭାରତୀର ରାଜ୍ୟ ମୁଖ୍ୟ ଡଃ ଶାନ୍ତନୁ ରଥ, ନିରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା କରୁଛନ୍ତି ଗତ ୧୨ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ ଚକିତ ବର୍ଷ ୧୩ ବର୍ଷରେ ପହଞ୍ଚିଛି। କାର୍ଯ୍ୟକ୍ରମକୁ ସିମନବାଡ଼ି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି, ଲୋକନାଥ ମାଝୀ, ରାଜେଶ କୁମାର ସାହୁ, ଏସ୍. ସୁନୀଲ କୁମାର ସୁବୁଦ୍ଧି, ବିନୋଦ କୁମାର ସାହୁ, ସରୋଜ କୁମାର ସାହୁ, ଫ୍ରାଞ୍ଚିସ ପ୍ରଧାନ, ମୋହନ ପ୍ରଧାନ ସମେତ ଶତାଧିକ ଲୋକ ସହଯୋଗ କରୁଛନ୍ତି। ସୋମବାର ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ ବୋଲି କୁହାଯାଇଛି।


