ସୋରଡ଼ାରେ ସାଧାରଣତନ୍ତ୍ର ଦିବସ

ସୋରଡ଼ା,୨୬ା୧(ଡି.ଏନ୍‌.ଏ.): ସୋରଡ଼ାରେ ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ କାରୋନା କଟକଣା ଅନୁଯାୟୀ ପାଳନ ହୋଇଯାଇଛି। ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ତହସିଲଦାର ପ୍ରଫୁଲ କୁମାର ଡାକୁଆ, ଥାନାରେ ଆଇଆଇସି ରମେଶ କୁମାର ପ୍ରଧାନ, ଡାକ୍ତରଖାନାରେ ଡାକ୍ତର ସନ୍ତୋଷ କୁମାର ପଣ୍ଡା, ବ୍ଲକ କଲୋନୀ ବିଦ୍ୟାଳୟରେ ଶିକ୍ଷକ କାଳିଚରଣ ପ୍ରଧାନ, ବ୍ଲକ କାର୍ଯ୍ୟାଳୟରେ ବି ସିମାଞ୍ଚଳ ମଣ୍ଡଳ, ଋଷିକୁଲ୍ୟା ଆଇଟିଆଇରେ ସମାଜସେବୀ ଭଗବାନ ପଣ୍ଡା, ଏନ୍‌ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର, ଆରକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନିଲ କୁମାର ଦାସ, ଆରକେ କଲେଜରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅଗ୍ନିଶମ, ବ୍ୟାଙ୍କ,ପୋଷ୍ଟ ଅଫିସ, ଜନସ୍ବାସ୍ଥ୍ୟ,ରାସ୍ତା ଓ କୋଠାବାଡ଼ି ବିଭାଗ, ବଣିକସଂଘ, ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ମିଳିତ ସମାରୋହରେ ଲଡୁ କିଶୋର ଦାସ, ପିଙ୍କୁ ଅଧିକାରୀ, ଜଗନ୍ନାଥ ଦାସ,କାଳୀଚରଣ ପ୍ରଧାନ ପରିଚାଳନା କରିଥିଲେ।