ଦିଗପହଣ୍ଡିରେ ସାଧାରଣତନ୍ତ୍ର ଦିବସ: ବିଧାୟକ କଲେ ବହୁମୁଖୀ ଭବନ ଉଦ୍‌ଘାଟନ

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଡିଓ ଅନାମିକା ପାଣ୍ଡେ,ଅତିରିକ୍ତ ବିଡିିଓ ଉମେଶ ଚନ୍ଦ୍ର ସେଠୀଙ୍କ ସମେତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ସେହିପରି କୋର୍ଟ କମ୍ପ୍ଲେକ୍ସ ପରିସରରେ ସିଭିଲ କୋର୍ଟ ସିନିୟର୍‌ ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସେହିପରି ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବଜାର ଗାନ୍ଧୀଛକଠାରେ ଏନଏସି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଦ୍ୟାଳୟ ଛାତ୍ରୀ ଛାତ୍ରଙ୍କ ପକ୍ଷରୁ ଅନୁଷ୍ଠିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ପରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଥିଲେ। ଏନଏସି କାର୍ଯ୍ୟର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏନଏସି ଉପାଧ୍ୟକ୍ଷା କେ.ପୂଜାଙ୍କ ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ପୁରସ୍କାର ବିତରଣ ଉତ୍ସବରେ ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ସେହିପରି ଦିଗପହଣ୍ଡି ଥାନା ସମ୍ମୁଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ବହୁମୁଖୀ ଭବନର ଶୁଭ ଉଦ୍‌ଘାଟନ କରିଥିଲେ ବିଧାୟକ।

ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସିଂ,ସହକାରୀ ଯନ୍ତ୍ରୀ ଇଂ.ଲଡୁ କିଶୋର ବେହେରା, ଏନଏସି ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଓ କାଉନସିଲର ବୃନ୍ଦ, ଉପସ୍ଥିତ ଥିଲେ। ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ଅବସରପ୍ରାପ୍ତ ଆଇଏଏସ ଡ଼. ବାଳକୃଷ୍ଣ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

ଦିଗପହଣ୍ଡି ଥାନାରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତହସିଲଦାର ସନ୍ତୋଷ କୁମାର ସାହୁ, ଖେମୁଣ୍ଡି କଲେଜରେ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ସରସତୀ ଶିଶୁ ବିଦ୍ୟାମନ୍ଦିରରେ ପରିଚାଳନା ସମିତି ସଭାପତି ରାମଚନ୍ଦ୍ର ବିଷୋୟୀ ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ପ୍ରହଲ୍ଲାଦ ଡାକୁଆ, ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ସହର ତଥା ଆଖପାଖ ଗ୍ରାମର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ,ମହାବିଦ୍ୟାଳୟ ଗୁଡିକରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?