Posted inଜାତୀୟ

ଖବରଦାତାଙ୍କ ଦୀପାବଳି ଉପହାର ମିଠା ଡବାରେ ନଗଦ ଟଙ୍କା, ଭାଜପାକୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୨୯।୧୦ : କର୍ନାଟକରେ ଶାସକ ଭାଜପା ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ଦ୍ୱାରା ଦୀପାବଳିରେ କିଛି ଖବରଦାତାଙ୍କୁ ମିଠା ଡବାରେ ଏକ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଶନିବାର ଏହାକୁ ‘ମିଠା ବକ୍ସ ଲାଞ୍ଚ’ କହି ଏହାର ନ୍ୟାୟିକ ତଦନ୍ତ ଦାବି କରିଛି। ତେବେ ଭାଜପା ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଏକ ରିପୋର୍ଟ ଅନୁଯାୟୀ, ମିଠା ଡବା ଗ୍ରହଣ କରିଥିବା ପ୍ରାୟ ୧୨ ଜଣ ଖବରଦାତାଙ୍କ ମଧ୍ୟରୁ ତିନିଜଣ ନଗଦ ଟଙ୍କା ପାଇଥିବା ସ୍ବୀକାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ କହିଛନ୍ତି ଯେ ସେମାନେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫେରାଇ ଦେଇଛନ୍ତି। ଦୁର୍ନୀତି ନିବାରଣ କାର୍ଯ୍ୟକର୍ତ୍ତା ଖବରଦାତାଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ କର୍ନାଟକ ଲୋକାୟୁକ୍ତ ପୋଲିସ ନିକଟରେ ବାସଭରାଜ ବୋମ୍ମାଇଙ୍କ ମିଡିଆ ପରାମର୍ଶଦାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ଅନ୍ୟ ଜଣେ ଖବରଦାତା କହିଛନ୍ତି, ଏନେଇ ମୁଁ ମୋର ସମ୍ପାଦକଙ୍କୁ ଏସମ୍ପର୍କରେ ଜଣାଇଥିଲି। ମୁଁ ସିଏମଓ ଅଧିକାରୀମାନଙ୍କୁ କହିଲି ଯେ ମୁଁ ଏହାକୁ ଗ୍ରହଣ କରିପାରିବି ନାହିଁ ଏବଂ ଏହା ଭୁଲ କାର୍ଯ୍ୟ। ସେ କହିଥିଲେ ଯେ ତାଙ୍କ ମିଠା ବାକ୍ସରେ ୧ ଲକ୍ଷ ଟଙ୍କା ନଗଦ ରହିଛି। କର୍ନାଟକ କଂଗ୍ରେସ ଟୁଇଟ କରି ଭାଜପାକୁ ପ୍ରଶ୍ନ କରିଛି, ଟିକସଦାତାଙ୍କ ଟଙ୍କାକୁ ଅପବ୍ୟବହାର କରି ଲାଞ୍ଚ ଦିଆଯାଇଛି କି? ଏହି ଅର୍ଥର ଉତ୍ସ କ’ଣ? କେତେ ଲାଞ୍ଚ ଦିଆଯାଇଥିଲା ଏବଂ ଏହାର ପ୍ରତିବଦଳରେ ତୁମେ କ’ଣ ପାଇଲ? ବିନା କାରଣରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ପେସିଏମ ବୋଲି କହି ନାହୁଁ।

କଂଗ୍ରେସର ଜୟରାମ ରମେଶଙ୍କ ସହିତ ରଣଦୀପ ସୁର୍ଜେ ୱାଲା ପ୍ରମୁଖ ବହୁ ନେତା ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ସୁର୍ଜେ ୱାଲା ଟୁଇଟ କରି କହିଛନ୍ତି, କର୍ନାଟକର ସାହସୀ ଖବରଦାତାମାନଙ୍କୁ ନମସ୍କାର। ସେମାନେ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଏବଂ ତାଙ୍କ କାର୍ଯ୍ୟାଳୟର ଲାଞ୍ଚ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି। ସେପଟେ ଏହି ଅଭିଯୋଗ ସତ୍ୟଠାରୁ ଦୂରରେ ବୋଲି ଦାବି କରି ଭାଜପା କଂଗ୍ରେସକୁ ଘେରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri