ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଓକିଲ ରାଧାକାନ୍ତ ତ୍ରିପାଠୀ କିଛିମାସ ତଳେ ଏନେଇ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି କମିଶନ କ’ଣ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ଆଗାମୀ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଧାକାନ୍ତ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ, କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ଏସ୍‌ସି/ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ଏକ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୬ରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ କରିଥିଲେ। ଗତ ଜୁଲାଇରେ ମାଲକାନଗିରି ଜିଲା ଚମ୍ପାନଗରସ୍ଥିତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୨୦୧୫ ମାର୍ଚ୍ଚରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀ ଲାଲ ବିହାରୀ ହିମିରିକା ବିଭିନ୍ନ ଆବାସିକ ବିଦ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ୧୭ଜଣ ନାବାଳିକାଙ୍କ ପରିଚୟ ଦେଇଥିଲେ। ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ତେବେ ଏସବୁ ଘଟଣାରେ ଅଭିଯୁକ୍ତ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବିଭିନ୍ନ ଘଟଣାରେ ପୀଡିତାଙ୍କୁ କ୍ଷତିପୂରଣ ରାଶି ଦିଆଯାଇଛି କି ନାହିଁ ଏବଂ ଭବିଷ୍ୟତରେ ଏଭଳି ନ ଘଟିବା ପାଇଁ କି ପଦକ୍ଷେପ ନିଆଯାଇଛି, ଏସବୁ ଜାଣିବାକୁ କମିଶନଙ୍କ ନିକଟରେ ଅଭିଯୋଗକାରୀ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦…

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri