କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ ହାଇକୋର୍ଟ, ଏନ୍‌ଜିଟି, ରାଜ୍ୟ ସରକାର, ଜିଲା ପ୍ରଶାସନଙ୍କ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ବିଡମ୍ବନା ଯେ, ଲୁଟ୍‌ ଅଭିଯୋଗରେ ସମ୍ପୃକ୍ତ ଅଧିକାରୀ ଓ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରଶାସନ ସୁପ୍ରିମକୋର୍ଟର ସହଯୋଗ ଲୋଡିଛି। ଏଥିପାଇଁ ସରକାର ସାରା ରାଜ୍ୟରେ ବଦନାମ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ପକ୍ଷରୁ ଗତ ପ୍ରାୟ ୫ ମାସ ହେବ ପଦକ୍ଷେପ ଆରମ୍ଭ ହୋଇଛି। କିନ୍ତୁ ତାହା ବି ଏବେ ପୁଣି ନିଷ୍କ୍ରିୟ ହୋଇଯାଇଥିବା ମନେ ହୋଇଛି। ସାଟେଲାଇଟ ମାପଚୁପକୁ ପ୍ରାୟ ୨ ମାସ ଅତିକ୍ରାନ୍ତ ହୋଇଥିବାବେଳେ ସଂପୃକ୍ତ ସଂସ୍ଥା ମାଇ ୱାର୍ଲଡ କନ୍ସଲଟେନ୍ସି ରିପୋର୍ଟ ପ୍ରଦାନ କରି ସାରିଛି। ତଥାପି ଜିଲା ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ ନିର୍ଦ୍ଦେଶ ଚୂଡ଼ାନ୍ତ କରି ପାରିନାହିଁ। ଏନେଇ ଜିଲାପାଳଙ୍କ ନିକଟରେ ମଧ୍ୟ ସୂଚନା ନ ଥିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏହି କ୍ରମରେ ମାପଚୁପ ସଂସ୍ଥା, ଜିଲା ପ୍ରଶାସନ ଏବଂ ଲିଜ୍‌ଧାରୀମାନଙ୍କ ମଧ୍ୟରେ ଏକ ବଡଧରଣର ଭିତିରିଆ ବୁଝାମଣା ହେଉଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲୁଟ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ଜିଲା ରାଜସ୍ବ ବିଭାଗ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ୧୦ ଜଣ ଲେଖାଏଁ ଉପଜିଲାପାଳ ଏବଂ ତହସିଲଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସୁପାରିଶ କରାଯାଇଥିଲା। କିନ୍ତୁ ତାହା କଳେବଳେ କୌଶଳ ଚପାଇ ଦିଆଯାଇଛି। ନିକଟରେ ସାଟେଲାଇଟ ମାପଚୁପ କରି ଲିଜ୍‌ଧାରୀ ରଞ୍ଜନ ଜେନା, ସରୋଜ ସାହୁ, ଚନ୍ଦ୍ରମଣି ପରିଡା ଓ ସାବିତ୍ରୀ ପରିଡାଙ୍କ ନାମରେ ୧୦୫ କୋଟି ଟଙ୍କା ଆଦାୟ ନୋଟିସ ହୋଇଥିଲା। ଏହି ନୋଟିସକୁ ପ୍ରାୟ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟଙ୍କାଟିଏ ବି ଆଦାୟ ହୋଇ ପାରିନାହିଁ। ସେହିପରି ତ୍ରିନାଥ ଜେନାଙ୍କ ନାମରେ ପ୍ରାୟ ୧୦ କୋଟି ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କା ନାମରେ ୧୫ କୋଟି ଟଙ୍କା ଆଦାୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ତାହାବି ନୋଟିସରେ ସୀମିତ ରହିଛି। ଅନ୍ୟପକ୍ଷେ ଡଙ୍କାରୀରେ ୮ ଏକର, ଲୁଣିବର ୧୨.୫୦ ଏକର ଏବଂ ବାଜବାଟି ପାହାଡରେ ୭ ଏକର ଜମିରେ ମାପଚୁପ ସମ୍ପନ୍ନ କରାଯାଇ ସଂସ୍ଥା ପକ୍ଷରୁ ଜିଲା ଓ ତହସିଲ ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ସୂଚନା ମିଳିଛି। ଏହି ୩ ଖାଦାନରୁ ପ୍ରାୟ ୧୦୦ କୋଟି ଟଙ୍କା ଜରିମାନା ଆଦାୟ ହେବାର ସମ୍ଭାବନା ରହିଛି। ଏହା ବି କେବଳ ରିପୋର୍ଟରେ ସୀମିତ ରହିଛି। ଏସିଡିସି, ଜିଲା ଓ ତହସିଲ ପ୍ରଶାସନ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହିଛନ୍ତି ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର କାହାରିକୁ ବି ମାପଚୁପ ରିପୋର୍ଟ ଦେବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି। ଏଥିରେ ବି ତହସିଲଦାରଙ୍କ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି କଳାପଥର ମାପଚୁପ ରିପୋର୍ଟ ଏବଂ ଜରିମାନା ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାରଙ୍କୁ ପଚାରି ନିଅନ୍ତୁ। ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତେବେ ଏନେଇ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ। ଏଠାରେ ତହସିଲଦାର ଗଣମାଧ୍ୟମକୁ ଏଡାଇ ଯିବା ପଛରେ ବହୁତ ଗଭୀର ରହସ୍ୟ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri