କାର୍ଯ୍ୟକାରୀ ହେଉନି ମାପଚୁପ ରିପୋର୍ଟ

ଯାଜପୁର ଅଫିସ,୨୮ା୧: ଗତ ପ୍ରାୟ ୩ ଦଶନ୍ଧି ହେବ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ହୋଇ ଆସିଛି। ଏଥିପାଇଁ ହାଇକୋର୍ଟ, ଏନ୍‌ଜିଟି, ରାଜ୍ୟ ସରକାର, ଜିଲା ପ୍ରଶାସନଙ୍କ ନିକଟରେ ଏକାଧିକ ଅଭିଯୋଗ ହୋଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ବିଡମ୍ବନା ଯେ, ଲୁଟ୍‌ ଅଭିଯୋଗରେ ସମ୍ପୃକ୍ତ ଅଧିକାରୀ ଓ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରଶାସନ ସୁପ୍ରିମକୋର୍ଟର ସହଯୋଗ ଲୋଡିଛି। ଏଥିପାଇଁ ସରକାର ସାରା ରାଜ୍ୟରେ ବଦନାମ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି(ଏସିଡିସି) ପକ୍ଷରୁ ଗତ ପ୍ରାୟ ୫ ମାସ ହେବ ପଦକ୍ଷେପ ଆରମ୍ଭ ହୋଇଛି। କିନ୍ତୁ ତାହା ବି ଏବେ ପୁଣି ନିଷ୍କ୍ରିୟ ହୋଇଯାଇଥିବା ମନେ ହୋଇଛି। ସାଟେଲାଇଟ ମାପଚୁପକୁ ପ୍ରାୟ ୨ ମାସ ଅତିକ୍ରାନ୍ତ ହୋଇଥିବାବେଳେ ସଂପୃକ୍ତ ସଂସ୍ଥା ମାଇ ୱାର୍ଲଡ କନ୍ସଲଟେନ୍ସି ରିପୋର୍ଟ ପ୍ରଦାନ କରି ସାରିଛି। ତଥାପି ଜିଲା ପ୍ରଶାସନ ପକ୍ଷରୁ ଜରିମାନା ଆଦାୟ ନିର୍ଦ୍ଦେଶ ଚୂଡ଼ାନ୍ତ କରି ପାରିନାହିଁ। ଏନେଇ ଜିଲାପାଳଙ୍କ ନିକଟରେ ମଧ୍ୟ ସୂଚନା ନ ଥିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି। ଏହି କ୍ରମରେ ମାପଚୁପ ସଂସ୍ଥା, ଜିଲା ପ୍ରଶାସନ ଏବଂ ଲିଜ୍‌ଧାରୀମାନଙ୍କ ମଧ୍ୟରେ ଏକ ବଡଧରଣର ଭିତିରିଆ ବୁଝାମଣା ହେଉଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲୁଟ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ଜିଲା ରାଜସ୍ବ ବିଭାଗ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ୧୦ ଜଣ ଲେଖାଏଁ ଉପଜିଲାପାଳ ଏବଂ ତହସିଲଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସୁପାରିଶ କରାଯାଇଥିଲା। କିନ୍ତୁ ତାହା କଳେବଳେ କୌଶଳ ଚପାଇ ଦିଆଯାଇଛି। ନିକଟରେ ସାଟେଲାଇଟ ମାପଚୁପ କରି ଲିଜ୍‌ଧାରୀ ରଞ୍ଜନ ଜେନା, ସରୋଜ ସାହୁ, ଚନ୍ଦ୍ରମଣି ପରିଡା ଓ ସାବିତ୍ରୀ ପରିଡାଙ୍କ ନାମରେ ୧୦୫ କୋଟି ଟଙ୍କା ଆଦାୟ ନୋଟିସ ହୋଇଥିଲା। ଏହି ନୋଟିସକୁ ପ୍ରାୟ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟଙ୍କାଟିଏ ବି ଆଦାୟ ହୋଇ ପାରିନାହିଁ। ସେହିପରି ତ୍ରିନାଥ ଜେନାଙ୍କ ନାମରେ ପ୍ରାୟ ୧୦ କୋଟି ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କା ନାମରେ ୧୫ କୋଟି ଟଙ୍କା ଆଦାୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ତାହାବି ନୋଟିସରେ ସୀମିତ ରହିଛି। ଅନ୍ୟପକ୍ଷେ ଡଙ୍କାରୀରେ ୮ ଏକର, ଲୁଣିବର ୧୨.୫୦ ଏକର ଏବଂ ବାଜବାଟି ପାହାଡରେ ୭ ଏକର ଜମିରେ ମାପଚୁପ ସମ୍ପନ୍ନ କରାଯାଇ ସଂସ୍ଥା ପକ୍ଷରୁ ଜିଲା ଓ ତହସିଲ ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ସୂଚନା ମିଳିଛି। ଏହି ୩ ଖାଦାନରୁ ପ୍ରାୟ ୧୦୦ କୋଟି ଟଙ୍କା ଜରିମାନା ଆଦାୟ ହେବାର ସମ୍ଭାବନା ରହିଛି। ଏହା ବି କେବଳ ରିପୋର୍ଟରେ ସୀମିତ ରହିଛି। ଏସିଡିସି, ଜିଲା ଓ ତହସିଲ ପ୍ରଶାସନ କେଉଁ ଉଦ୍ଦେଶ୍ୟ ରଖି ନୀରବ ରହିଛନ୍ତି ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର କାହାରିକୁ ବି ମାପଚୁପ ରିପୋର୍ଟ ଦେବା ପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି। ଏଥିରେ ବି ତହସିଲଦାରଙ୍କ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି କଳାପଥର ମାପଚୁପ ରିପୋର୍ଟ ଏବଂ ଜରିମାନା ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାରଙ୍କୁ ପଚାରି ନିଅନ୍ତୁ। ତାଙ୍କ ନିକଟରେ କୌଣସି ସୂଚନା ନାହିଁ। ତେବେ ଏନେଇ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାକୁ ତାଙ୍କ ମୋବାଇଲ ନମ୍ବରକୁ ମଙ୍ଗଳବାର ସନ୍ଧ୍ୟାରେ ଏକାଧିକ ଥର ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ। ଏଠାରେ ତହସିଲଦାର ଗଣମାଧ୍ୟମକୁ ଏଡାଇ ଯିବା ପଛରେ ବହୁତ ଗଭୀର ରହସ୍ୟ ଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri