ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ

ଭୁବନେଶ୍ୱର,୪।୩(ବ୍ୟୁରୋ): ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍‌ ରହୁଥିବାରୁ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ରାଜ୍ୟରେ ମୋଟ ୫୮,୦୮୯ଟି ପ୍ରାଥମିକ ସ୍କୁଲରେ ପାଠପଢ଼ା ଚାଲିଛି। ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାକୁ ଆଉ ଅଳ୍ପ ଦିନ ଥିବାରୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅନେକ ଅଭିଭାବକ ଆଗ୍ରହ ପ୍ରକାଶ କରୁ ନ ଥିବା ଜଣାପଡ଼ିଛି। ଅନେକ ସ୍କୁଲରେ ପିଲାଙ୍କ ଉପସ୍ଥାନ ଆଶାତୀତ କମ୍‌ ରହିଛି। ସେହିଭଳି ଅନେକ ସ୍କୁଲର ଛାତ୍ରୀଛାତ୍ର ଟିସି ନ ନେଇ ମଧ୍ୟ ଗୋଟିଏ ସ୍କୁଲ ଛାଡ଼ି ଅନ୍ୟ ସ୍କୁଲରେ ନାମ ଲେଖାଇଛନ୍ତି। ଫଳରେ ସ୍କୁଲ ଖୋଲିବା ପରେ ମଧ୍ୟ ପିଲାଙ୍କ ଉପସ୍ଥାନ ହାର ଖୁବ୍‌ କମ୍‌ ରହିଛି। ଏପରି କି ଯେଉଁ ପିଲାମାନେ ସ୍କୁଲ ଆସୁନାହାନ୍ତି ସେମାନେ ଅନ୍ୟତ୍ର ପଢ଼ୁଛନ୍ତି ନା ଅଧାରୁ ପଢ଼ା ଛାଡ଼ିଛନ୍ତି ତାକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ରାଜ୍ୟର ସରକାରୀ, ଘରୋଇ ଏବଂ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲଗୁଡ଼ିକୁ ଦୈନିକ କେତେ ଛାତ୍ରୀଛାତ୍ର ଆସୁଛନ୍ତି ତାହାର ଉପସ୍ଥାନ ବିଦ୍ୟାଳୟ ପକ୍ଷରୁ ଦାଖଲ କରାଯିବ। ମାର୍ଚ୍ଚ ଶେଷ ସୁଦ୍ଧା ଜିଲାୱାରୀ ରିପୋର୍ଟ ବିଭାଗକୁ ପ୍ରଦାନ କରିବେ। ସେହିପରି ସବୁ ସ୍କୁଲର ପାଠପଢ଼ାର ବ୍ୟବସ୍ଥା ଏବଂ ଶିକ୍ଷାଦାନ ଶୈଳୀ ନେଇ ଓସେପା ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି।
ମିଳିଥିବା ସୂଚନାନୁସାରେ, ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମୋଟ ୩୭,୭୧,୨୪୯ଜଣ ଛାତ୍ରୀଛାତ୍ର ଥିବାବେଳେ ଷଷ୍ଠରୁ ଅଷ୍ଟମ ମଧ୍ୟରେ ପିଲାଙ୍କ ସଂଖ୍ୟା ୨୨,୧୭,୦୦୦ ରହିଛି। ଜିଲାୱାରୀ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାରରୁ ଅଧିକ ଥିବାବେଳେ ଗଞ୍ଜାମରେ ୪ଲକ୍ଷ ୫୦ହଜାରରୁ ଊର୍ଦ୍ଧ୍ୱ, ମୟୂରଭଞ୍ଜରେ ୪ଲକ୍ଷରୁ ଅଧିକ, ସୁନ୍ଦରଗଡ଼ରେ ୨ଲକ୍ଷ ୯୦ହଜାରରୁ ଅଧିକ, ଯାଜପୁରରେ ୨ଲକ୍ଷ ୫୦ରୁ ଅଧିକ, ଖୋର୍ଦ୍ଧାରେ ୨ଲକ୍ଷ ୮୦ହଜାରରୁ ଅଧିକ, କଟକରେ ୨ଲକ୍ଷ ୭୫ହଜାରରୁ ଅଧିକ ଛାତ୍ରୀଛାତ୍ର ସ୍କୁଲରେ ଶିକ୍ଷାଦାନ କରୁଛନ୍ତି। ସେହିପରି ଅନ୍ୟ ଜିଲାଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ସର୍ବନିମ୍ନ ଦେଢ଼ ଲକ୍ଷରୁ ଅଧିକ ରହିଛି। ଶିକ୍ଷା ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ଲାଗି ନାମଲେଖା ସମୟରେ ଟିସି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିବାରୁ ଅନେକ ପିଲା ଗୋଟିଏ ସ୍କୁଲ ଛାଡ଼ି ଅନ୍ୟ ସ୍କୁଲରେ ନାମ ଲେଖାଇଛନ୍ତି। ଫଳରେ ବର୍ତ୍ତମାନ କେଉଁ ସ୍କୁଲରେ କେତେ ପିଲା ରହିଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହୋଇପାରିନାହିଁ। ତେବେ ଜିଲାୱାରୀ ୨୦୧୯ ଶିକ୍ଷାବର୍ଷରେ କେଉଁ ସ୍କୁଲରେ କେତେ ପିଲା ଥିଲେ ଏବଂ ବର୍ତ୍ତମାନ କେତେ ପିଲା ଅଛନ୍ତି ତାହାର ରିପୋର୍ଟ ପ୍ରଧାନଶିକ୍ଷକ ପ୍ରସ୍ତୁତ କରି ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବେ। ସବୁ ସ୍କୁଲର ରିପୋର୍ଟ ମିଳିବା ପରେ ଏପ୍ରିଲ ପ୍ରଥମ ସପ୍ତାହରେ ବିଭାଗ ପକ୍ଷରୁ ସମୀକ୍ଷା କରାଯିବ। ଏହାବ୍ୟତୀତ ମାର୍ଚ୍ଚରେ ପ୍ରତ୍ୟେକ ସ୍କୁଲରେ କେତେ ପିଲା ବାର୍ଷିକ ପରୀକ୍ଷା ଦେବେ ତାହାର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ବିଭାଗକୁ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri