ସଫଳତା ଦୋହରାଇବା ବିଜେଡିକୁ ଚାଲେଞ୍ଜ

ଯାଜପୁର,୭ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ପୌର ପରିଷଦ ସମେତ ଦଶରଥପୁର ବ୍ଲକର ୨୦ ଏବଂ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଯାଜପୁର ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା ବିଜେଡି ଲଗାତର ବିଜୟୀ ହୋଇଆସିଛି। ଏଥର ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇସାରିଛି। ବିଜେଡିରୁ ସୁଜାତା ସାହୁ ଓ ଭାଜପାରୁ ଗୌତମ ରାୟ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ହେଲେ ୨୦୧୯ ନିର୍ବାଚନରେ ଏଠାରେ ବିଜେଡିର ପ୍ରାୟ ୧୦% ଭୋଟ ହ୍ରାସ ପାଇଥିଲା। ଏଭଳିସ୍ଥଳେ ଏଥର ନୂଆମୁହଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଫଳରେ ସଫଳତା ଦୋହରାଇବା ବିଜେଡି ପାଇଁ ଚାଲେଞ୍ଜ ହେବ ବୋଲି କୁହାଯାଉଛି।
୧୯୫୭ରୁ ୨୦୦୪ ପର୍ଯ୍ୟନ୍ତ ଏହି ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ୨୦୦୯ରୁ ଏହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି। ସେବେଠାରୁ ପ୍ରଣବ ପ୍ରକାଶ ଦାସ(ବବି)୩ ଥର ବିଜେଡି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ୨୦୧୪ ନିର୍ବାଚନରେ ସେ କଂଗ୍ରେସର ସନ୍ତୋଷ କୁମାର ନନ୍ଦଙ୍କୁ ୮୪,୬୧୩ ଭୋଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ ବିଜୟୀ ହେବା ପରେ ତାଙ୍କୁ ଶକ୍ତିମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୨୦୧୭ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ମନ୍ତ୍ରୀ ଦାୟିତ୍ୱରୁ ଅବ୍ୟାହତ ଦିଆଯିବା ପରେ ସେ ରାଜ୍ୟ ବିଜେଡିର ସାଂଗଠନିକ ଦାୟିତ୍ୱରେ ରହିଆସିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଯାଜପୁର ସହରର ନବକଳେବର ହୋଇଥିବାବେଳେ ମେଡିକାଲ କଲେଜ ଖୋଲିଛି। ବରାହ, ବିରଜା, କୁସୁମା ଇତ୍ୟାଦି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି। ଏଠାରେ ୨୦୦୦ରେ ସୂର୍ଯ୍ୟମଣି ଜେନା, ୨୦୦୪ରେ ପରମେଶ୍ୱର ସେଠୀ ଓ ୨୦୦୯ରୁ ଆଜି ପର୍ଯ୍ୟନ୍ତ ବବି ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। କିନ୍ତୁ ଏଥର ବବିଙ୍କ ବଦଳରେ ଜଣେ ସାଧାରଣ ମହିଳା ସୁଜାତା ସାହୁଙ୍କୁ ଟିକେଟ ମିଳିଛି। ସମୟକ୍ରମେ ବିଜେଡି ପ୍ରତି ଜନସମର୍ଥନ ହ୍ରାସ ଏବଂ ପ୍ରାର୍ଥୀ ପରିବର୍ତ୍ତିନ ବିଜେଡିକୁ ବୁମେରାଂ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଗତ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ଏଠାରେ ବିଜେଡି ନିରଙ୍କୁଶ ସଫଳତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଉପରେ ଜିଲାବାସୀ ଭରସା ନ କରି ଭାଜପାକୁ ବିକଳ୍ପ ଦଳ ଭାବେ ମାନ୍ୟତା ଦେବାକୁ ଆଗଭର ହୋଇଥିଲେ। ଏହାପରେ ଭାଜପା ଏଠାରେ ଦ୍ୱିତୀୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ୨୦୧୯ରେ ଭାଜପା ପ୍ରାର୍ଥୀ ଗୌତମ ରାୟ ୫୯,୦୮୨ ଭୋଟ(୩୫.୬୮%) ପାଇଥିଲେ। ହେଲେ ଗତ ନିର୍ବାଚନ ଅପେକ୍ଷା ଏଥରର ସ୍ଥିତି ବଦଳିଛି। ପ୍ରାର୍ଥୀଙ୍କ ଲୋକପ୍ରିୟତା ଫଳାଫଳର ଚାବିକାଠି ହେବ ବୋଲି କୁହାଯାଉଛି। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ କର୍ମୀଙ୍କୁ ଉତ୍ସାହିତ କରିଛି, ମାତ୍ର ଭୋଟରଙ୍କ ନିକଟତର କରିପାରି ନ ଥିବା କୁହାଯାଉଛି। ତଥାପି ଭାଜପା ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାର କ୍ଷମତା ରଖିଛି ବୋଲି ଭାଜପା କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଏଠାରେ ମାତ୍ର ୨.୮୭ ପ୍ରତିଶତ ଭୋଟ ହାତେଇଥିଲା। ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସର ସମଦଶା ହେବ ବୋଲି ଆଲୋଚନା ହେଉଛି। ଭାଜପାର ଗତି ଅଭିବୃଦ୍ଧି ହୋଇଥିବାରୁ ଏଠାରେ ବିଜେଡି କର୍ମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ ବବି ସମ୍ବଲପୁର ଲୋକ ସଭା ଆସନରୁ ଲଢୁଥିବାରୁ ଯାଜପୁର ଉପରେ ସେତେଟା ଧ୍ୟାନଦେଇ ନ ପାରନ୍ତି। ତେଣୁ ଭାଜପା ଆଖିଦୃଶିଆ ରାଜନୈତିକ ପ୍ରଭାବ ପକାଇପାରିଲେ ବିଜେଡିକୁ ସହଜରେ ମାତ ଦେଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri