ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଳମ୍ବ ଘଟଣା: ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା ଦାୟୀ

ପୁରୀ ଅଫିସ, ୭ା୧୧:ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ପୁରୀ ଆସୁଛନ୍ତି। ସେହିପରି ପୁରୀରେ ରହି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି। ତେଣୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ ବସି ଶୃଙ୍ଖଳିତ ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ମାତ୍ର ଏହି ନୀତି ନିର୍ଘଣ୍ଟ କେବଳ ବୈଠକରେ ସୀମିତ ରହିଯାଉଛି। କାରଣ ଗତ ଦୁଇଦିନ ହେଲା ଶ୍ରୀମନ୍ଦିର ନୀତିକାନ୍ତିରେ ବହୁ ବିଳମ୍ବ ଘଟିଛି। ଏପରିକି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ହୋଇପାରି ନ ଥିଲା।
ଭକ୍ତମାନେ ଦର୍ଶନ କରିବା ଓ ମହାପ୍ରସାଦ ପାଇବାରେ ହଇରାଣ ହୋଇଛନ୍ତି। ସେହିପରି ନୀତି ବିଳମ୍ବ କାରଣରୁ ଭକ୍ତମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଅପେକ୍ଷା କରିବାକୁ ପଡୁଛି। ଏଥିଯୋଗୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ବୁଦ୍ଧିଜୀବୀ ଓ ଜଗନ୍ନାଥପ୍ରେମୀମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଶ୍ରୀମନ୍ଦିର ପ୍ରଶାସନର ଢ଼ିଲାପଣକୁ ଦାୟୀ କରିଛନ୍ତି।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମହାକାର୍ତ୍ତିକ ମାସ ଏବଂ ଅନ୍ୟାନ୍ୟ ଯାନିଯାତ୍ରା ତଥା ଭିଡ଼ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବା ଉଚିତ ନୁହେଁ। ଏଥିପାଇଁ ଜିଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ସଜାଗ ରହିବା ଆବଶ୍ୟକ। ଯଦି ପ୍ରଶାସନ ଏ ଦିଗରେ ସଜାଗ ନ ରହିବ ତେବେ କାହାକୁ ଆମେ କହିପାରିବା। ପବିତ୍ର କାର୍ତ୍ତିକ ମାସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରସାଦ ପାଇବାର ଆଶାନେଇ ପୁରୀ ଆସୁଛନ୍ତି। ମାତ୍ର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ସହ ଅବ୍ୟବସ୍ଥା କାରଣରୁ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଚନ୍ଦ୍ରଗ୍ରହଣ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ସଜାଗ ନ ରହିଲେ ସମସ୍ୟା ଦେଖାଦେଇପାରେ। ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ଆବାହକ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ଶ୍ରୀମନ୍ଦିର ନୀତିକାନ୍ତି ପରିଚାଳନାର ସମସ୍ତ ଦାୟିତ୍ୱ ଶ୍ରୀମନ୍ଦିର ପ୍ରଶାସନର। ସେହିପରି ସେବକମାନେ ଠିକ୍‌ ସମୟରେ ସେବା କରିବାର ନିୟମ ରହିଛି। ଏଥିଲାଗି ସ୍ବତନ୍ତ୍ର ଭାବେ ଜେଟିପି ନିୟୋଜିତ ରହିଛନ୍ତି। ମାତ୍ର ଏବେ ଦେଖିବାକୁ ମିଳୁଛି ମହାପ୍ରଭୁଙ୍କ ନୀତିରେ ବିଳମ୍ବ ଘଟୁଛି। ଫଳରେ ଭକ୍ତମାନେ ହଇରାଣ ହେଉଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାୟୀ। ନୀତି ବିଳମ୍ବ କରୁଥିବା ସେବକଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ବାରମ୍ବାର ବିଶୃଙ୍ଖଳା ଦେଖାଦେଉଛି। ପୁରୀ ବାସିନ୍ଦା ଗୋପାଳକୃଷ୍ଣ ବରାଳ କହିଛନ୍ତି, ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ ଲାଗି ପ୍ରଶାସନ ଅନୁମତି ଦେଲେ ଅଯଥା ଗହଳି ହୁଅନ୍ତା ନାହିଁ। ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ପାଇଁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବକ ସମ ପରିମାଣରେ ଦାୟୀ। ଏ ନେଇ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଅନ୍ୟପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହୋଇଥାଏ। ସେହିପରି କାର୍ତ୍ତକ ଏକାଦଶୀଠାରୁ ପୂର୍ଣ୍ଣିମା ତଥା ପଞ୍ଚୁକ ୫ଦିନ ମହାପ୍ରଭୁ ପାଞ୍ଚ ପ୍ରକାର ବେଶ ହୋଇଥାନ୍ତି। ଏହି ବେଶ କରିବା ପାଇଁ ପ୍ରାୟ ସାଢ଼େ ୩ ଘଣ୍ଟା ଲାଗିଥାଏ। ବାଳଭୋଗ ପାଇଁ ପ୍ରାୟ ୨ ଘଣ୍ଟା ଲାଗେ। ଏଥିପାଇଁ ମୋଟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାଉଛି। ମୁଖ୍ୟତଃ ହରି ଉତ୍ଥାପନା ଏକାଦଶୀରେ ଅଧିକ ନୀତି ରହିଥାଏ। ଉକ୍ତ ଦିନ ମହାପ୍ରଭୁଙ୍କର ଦୁଇଥର ବଡ଼ସିଂହାର ହୋଇଥାଏ। ତେଣୁ ସେହିଦିନ ନୀତି ଅଧିକ ଥିବାରୁ ରାତ୍ର ପହୁଡ଼ ହୋଇପାରି ନ ଥିଲା। ତେବେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବିଳମ୍ବ ହେଉଥିବା ଯାହା କୁହାଯାଉଛି, ତାହାର ମୁଖ୍ୟ କାରଣ ହେଉଛି ନୀତି ସମୟରେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉନାହିଁ। ଫଳରେ ଭକ୍ତମାନେ ବ୍ୟାରିକେଡ ମଧ୍ୟରେ ଠିଆହୋଇ ରହୁଛନ୍ତି ଓ ଗହଳି ସୃଷ୍ଟି ହେଉଛି। ପୂର୍ବରୁ ନୀତି ସମୟରେ ଭକ୍ତମାନେ ଯାଇ ଦର୍ଶନ କରୁଥିଲେ। ତେଣୁ ବିଶେଷ ଗହଳି ହେଉ ନ ଥିଲା। ପୂର୍ବପରି ନୀତି ସମୟରେ ଦର୍ଶନ ବ୍ୟବସ୍ଥା କରାଯିବା କଥା। ଏ କ୍ଷେତ୍ରରେ ପ୍ରଶାସନର ଦୂରଦୃଷ୍ଟିର ଅଭାବ ରହୁଛି। ବେଳେବେଳେ ମହାସ୍ନାନ ଯୋଗୁ ନୀତିରେ ବିଳମ୍ବ ହେଉଛି। ତେବେ ମୋଟାମୋଟି ଭାବେ ଦେଖିଲେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉଛି। ଅନ୍ୟପକ୍ଷରେ ଏ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri