Categories: ବାଣିଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ଶ୍ରେଣୀଗୃହର ପୁନର୍ନିମାଣ

ଭୁବନେଶ୍ୱର,୬।୨: କାନାରା ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହର ମରାମତି କରାଯାଇଛି। ସ୍ଥାନୀୟ ପଳାଶପଲ୍ଲୀଠାରେ ଅବସ୍ଥିତ ଓଡ଼ିଶା ଆସୋସିଏଶନ ଅଫ୍‌ ଦି ଡେଫ୍‌ ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ସ୍କୁଲର ଶ୍ରେଣୀଗୃହ ଗତ ଫନୀ ବାତ୍ୟାରେ ଏକ ପ୍ରକାର ନଷ୍ଟ ହୋଇଯାଇଥିଲା। ଏପରିକି କାନାରା ବ୍ୟାଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଉକ୍ତ ଶ୍ରେଣୀଗୃହର ପୁନର୍ନିମାଣ ଓ ଆନୁଷଙ୍ଗିକ ବିକାଶ କରାଯାଇଥିଲା। ସେହିଭଳି ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଶେଷ ପରେ ଉଭୟ ବ୍ୟାଙ୍କ ଓ ଆସୋସିଏଶନ ପକ୍ଷରୁ ମିଳିତ ଭାବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ସର୍କଲ ଅଫିସ ଜିଏମ୍‌ ବି.ଏଲ୍‌. ମୀନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଡିଜିଏମ୍‌ ଭୁବନେଶ୍ୱର ଜି.ଏନ୍‌ ମୂର୍ତ୍ତିଙ୍କ ସମେତ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଆସୋସିଏଶନର କର୍ମକର୍ତ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share