Categories: ବାଣିଜ୍ୟ

ରେନୋର ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ

ନୂଆଦିଲ୍ଲୀ: ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ୍‌ ନିଓଟେକ୍‌ ଏଡିଶନ ୨୦୨୦ ବଜାରକୁ ଆସିଛି। ଏହାକୁ ଆକର୍ଷଣୀୟ ଏବଂ ସୁଲଭ କରି କମ୍ପାନୀ ପ୍ରସ୍ତୁତ କରିଥିବା କହିଛି। ନୂଆ ଯାନଟି ଏକ ଗେମ୍‌ ଚେଞ୍ଜର ହେବ ବୋଲି କମ୍ପାନୀ ଆଶାବାଦୀ ରହିଛି। ଏଥିରେ ଏସ୍‌ୟୁଭି ଇନ୍‌ସ୍ପାୟାର୍ଡ ଡିଜାଇନ ରହିଛି। ସେହିଭଳି ଷ୍ଟାଇଲ ଏବଂ ସେଗ୍‌ମେଣ୍ଟରେ ପ୍ରଥମ ଡୁଆଲ ଟୋନ୍‌ ଏକ୍ସଟେରିୟରକୁ ଏଥିରେ ସାମିଲ କରାଯାଇଛି। ୨୦.୩୨ ସେମିର ଟଚ୍‌ ସ୍କ୍ରିନ୍‌, ମେଡିଆ ନାଭିଗେଶନ ଇଭୋଲ୍ୟୁଶନ ଏବଂ ରିୟର କ୍ୟାମେରାକୁ ନିଓଟେକ ଏଡିଶନ ଭାବେ ଯୋଡ଼ାଯାଇଛି। ଏଥିରେ ଗ୍ରାହକ ଉନ୍ନତ ଇନ୍ଧନ ଦକ୍ଷତା, ସେଗ୍‌ମେଣ୍ଟ ଫାଷ୍ଟ ଫିଚର, ଉନ୍ନତ ଓନରଶିପ ଅଭିଜ୍ଞତା ଲାଭ କରିପାରିବେ। ରେନୋ କ୍ୱିଡ୍‌ ମଡେଲ ନିକଟରେ ୩.୫୦ ଲକ୍ଷ ବିକ୍ରି ସଫଳତା ହାସଲ କରିଛି। ବର୍ତ୍ତମାନର ମଡେଲ ତୁଳନାରେ ନୂଆ ମଡେଲଟିର ମୂଲ୍ୟ ସାମାନ୍ୟ ଅଧିକ ରହିଛି। ଯାନଟିର ଏକ୍ସ ଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୨.୯୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୫.୧୨ ଲକ୍ଷ ଟଙ୍କା ରହିଛି।

Share