Categories: ବାଣିଜ୍ୟ

‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ନବୀକରଣ

ନୂଆଦିଲ୍ଲୀ,୨୩।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ପକ୍ଷରୁ ଭାରତୀୟ ସେନା ସହ ହୋଇଥିବା ସ୍ବତନ୍ତ୍ର ବୀମା ସ୍କିମ୍‌ ‘ପିଏନ୍‌ବି ରକ୍ଷକ ପ୍ଲସ ସ୍କିମ୍‌’ର ବୁଝାମଣା ପତ୍ର (ଏମ୍‌ଓୟୁ)ର ନବୀକରଣ କରାଯାଇଛି। ଗୁରୁବାର ଦିଲ୍ଲୀର ଭାରତୀୟ ସେନା ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଉକ୍ତ ଚୁକ୍ତିର ନବୀକରଣ ଭାରତୀୟ ସେନାର ମେଜର ଜେନେରାଲ ଅଶୋକ ସିଂ ଏବଂ ପିଏନ୍‌ବି ସିଜିଏମ ସୁନୀଲ ସୋନିଙ୍କ ମଧ୍ୟରେ ହୋଇଥିଲା। ଏହି ପରିପ୍ରେକ୍ଷୀରେ ପିଏନ୍‌ବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜୟ ଦୁବେଙ୍କ ସମେତ ଉଭୟ ଭାରତୀୟ ସେନା ଓ ପିଏନବିର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏପରିକି ବ୍ୟାଙ୍କର ଫ୍ଲାଗଶିପ୍‌ ସ୍କିମ୍‌ ଅନ୍ତର୍ଗତ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ଉକ୍ତ ଉତ୍ପାଦଗୁଡିକ ଡିଜାଇନ୍‌ ହୋଇଥିବା ଜଣାପଡିଛି। ଏହି ଯୋଜନା ଜରିଆରେ ବ୍ୟକ୍ତିଗତ ଦୁର୍ଘଟଣା ବୀମା, ବାୟୁ-ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ ରହିଛି। ବିଶେଷକରି ସେନା, ପ୍ରତିରକ୍ଷା ବାହିନୀର ଭେଟେରାନ୍‌ ଏବଂ ପ୍ରଶିକ୍ଷାର୍ଥୀ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍‌ ଫୋର୍ସ, ରାଜ୍ୟ ପୋଲିସ୍‌ ଫୋର୍ସ, ମେଟ୍ରୋ ପୋଲିସ୍‌ ଏବଂ ଅବସରପ୍ରାପ୍ତ ପ୍ରତିରକ୍ଷା ପେନସନଭୋଗୀଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ ବୋଲି କୁହାଯାଇଛି।

Share