ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ; ସୌଭାଗ୍ୟ ବଦଳରେ ଆଣିବ ଦୁର୍ଭାଗ୍ୟ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏମିତିରେ ସମସ୍ତେ ଚାହାନ୍ତି ଏହି ବର୍ଷ ତାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟ ଆଣି ଆସୁ। ତେବେ ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ସୌଭାଗ୍ୟ ଆଣି ଆସିଥାଏ। ସେହିଭଳି କିଛି ଦୁର୍ଭାଗ୍ୟ, ଦୁଃଖ, ଦରିଦ୍ରତା ଆଣିଥାଏ। ସେସବୁକୁ ଘରେ ରଖିବା ଅଶୁଭ ହୋଇଥାଏ। ଆଜି ସେଭଳି କିଛି ଜିନିଷ ବିଷୟରେ ଆପଣଙ୍କୁ କହିବୁ ଯାହାକୁ ଆପଣ ନୂଆ ବର୍ଷ ହେବା ପୂର୍ବରୁ ଘରୁ ବାହାର କରିଦେବା ଉଚିତ। ଫଳରେ ଆଗାମୀ ବର୍ଷ ଆପଣଙ୍କ ଲାଗି ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ଆଣି ଆସିବ।

– ଭଙ୍ଗା ମୂର୍ତ୍ତି:-ଘରେ ଦେବାଦେବୀଙ୍କ ଭଙ୍ଗା ମୂର୍ତ୍ତୀ ରହିବା ବହୁତ ଅଶୁଭ। ଏଣୁ ଏଭଳି ମୂର୍ତ୍ତି ଘରେ ଥିଲେ ତାଙ୍କୁ ତୁରନ୍ତ ବିସର୍ଜନ କରିଦିଅନ୍ତୁ। ଏଭଳି ଠାକୁର ଘରେ ଏଭଳି ଫଟୋ ରଖନ୍ତୁ ନାହିଁ। ଏପରି କଲେ ଦରିଦ୍ରତା ବୃଦ୍ଧି ପାଇଥାଏ।

-ପୁରୁଣା ପୋଷାକ:-ପ୍ରାୟତଃ ସମସ୍ତଙ୍କ ଘରେ ପୁରୁଣା ପୋଷାକ ଥାଏ। ଏହାର କେହି ବ୍ୟବହାର କରନ୍ତି ନାହିଁ। ଏଣୁ ଏଭଳି ପୋଷାକ, ଚାଦର, କମ୍ବଳ ଭଳି ଜିନିଷ ଆଦି ରଖନ୍ତୁ ନାହିଁ।

-ଭଙ୍ଗା ଡଷ୍ଟବିନ୍‌:- ଘରେ ଭଙ୍ଗା ଡଷ୍ଟବିନ୍‌ ରଖିବା ଅଶୁଭ। ଘରେ ଏହାକୁ ରଖିଲେ ଦୁଃଖ-ଦରିଦ୍ରତା ଏବଂ ରୋଗ ବୃଦ୍ଧି ପାଇଥାଏ।

-ବନ୍ଦ ଘଣ୍ଟା:-ବନ୍ଦ ହୋଇଥିବା ଘଣ୍ଟା ଖରାପ ସମୟର ପ୍ରତୀକ। ଘରଲୋକଙ୍କ ପାଇଁ ଏହା ବହୁତ ଅଶୁଭ। ଏଣୁ ଆପଣ ଖରାପ ହୋଇଥିବା ଘଣ୍ଟା ଘରୁ ବାହାର କରିଦିଅନ୍ତୁ। ନଚେତ ବନ୍ଦ ଘଣ୍ଟାରେ ବ୍ୟାଟେରୀ ପକାନ୍ତୁ।

-ପୁରୁଣା ଖବରକାଗଜ-ଚିରା ବହି:-ଘରେ ପୁରୁଣା ଖବରକାଗଜ ଏବଂ ଚିରା ବହି ରହିବା ସାଧାରଣ କଥା। ହେଲେ ଏହାଦ୍ୱାରା ଘରେ ନକରାତ୍ମକତା ବୃଦ୍ଧି ପାଇଥାଏ। ଏହା ସ୍ବାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇଥାଏ। ଏଗୁଡ଼ିକୁ ବାହାର କରିଦିଅନ୍ତୁ।

-ଫଟା ବାସନ:- ରୋଷେଇ ଘରେ ଫଟା ବାସନ ରଖିବା ଅଶୁଭ। ବାସ୍ତୁ ଅନୁସାରେ ଏହା ନକରାତ୍ମକ ଉର୍ଜା ଆଣିଥାଏ। ଏହି କାରଣରୁ ପରିବାରସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri