ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ କନ୍ଦାଗୁଡ଼ା-କେନ୍ଦୁଗୁଡ଼ା ଗାଁ: ରାସ୍ତା ସାଜିଛି ବାଧକ

ଥୁଆମୁଳ ରାମପୁର,୧୧।୩(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷକୁ ପଦାର୍ପଣ କଲାଣି। ଏଠି ଲୋକେ ସ୍ବାଧୀନତା ଚାଖି ଦେଶ ଦୁନିଆରେ ସ୍ବାଧୀନ ଭାବରେ ଘୁରି ବୁଲୁଛନ୍ତି। ନୂଆଁ ନୂଆଁ କୌଶଳ ଆପଣେଇ ନୂତନ ଜୀବନଶୈଳୀରେ ଝିଅପୁଅଙ୍କୁ ଉଚ୍ଚଶିକ୍ଷିତ କରିବାର ସୌଭାଗ୍ୟ ପ୍ରାପ୍ତ କଲେଣି, କିନ୍ତୁ ଆଜି ମଧ୍ୟ ଏମିତି ଗାଁ ରହିଛି, ଯେଉଁ ଗ୍ରାମର ଲୋକେ ନିଜ ପାଇଁ ଏବଂ ନିଜ ଛୁଆଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଭଳି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହିଛନ୍ତି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମ ପଞ୍ଚାୟତର। ଏହି ପଞ୍ଚାୟତକୁ ବିଜେଡି ସରକାରଙ୍କ ଶାସନ କାଳରେ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବରେ ମାନ୍ୟତା ଦିଆଯାଇଥିଲା। ହେଲେ ଏହି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା, ଉପର କନ୍ଦାଗୁଡା ଓ ତଲ କେନ୍ଦୁଗୁଡା ନାମକ ଦୁଇଗୋଟି ଗାଁ ରହିଛି। ଏହି ଗାଁକୁ ବାଘ ଝୋଲା ନାମକ ପାହଡ ଚାରିପଟେ ଢାଙ୍କି ରଖିଛି, ଯାହା ଏମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିଥିବା ଦେଖାଦେଇଛି।

ସରକାରଙ୍କ ବିଭିନ୍ନ ଯୋଜନା ସିନ୍ଧିପଦର ପଞ୍ଚାୟତ ମୁଖ୍ୟାଳୟଠାରେ ହିଁ ଅଟକି ଯାଉଛି। ଲୋକେ ଆବାସ ଯୋଜନାରେ ସାମିଲ ହୋଇ ଘରଖଣ୍ତେ କରିବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏହି ପାହାଡ଼ ବାଟଦେଇ ସେମାନେ ଘର ତିଆରି ସାମଗ୍ରୀ ନେବା ପାଇଁ ସମ୍ଭବ ହୁଏ ନାହିଁ କିମ୍ବା ପଞ୍ଚାୟତ ମୁଖ୍ୟାଳୟରେ ଥିବା ସ୍କୁଲ ଠାରେ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବା ପାଇଁ ସମ୍ଭବ ନୁହେଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ସେହିପରି ସ୍ବାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ଅପହଞ୍ଚ। ଏହି ଦୁଇଗୋଟି ଗାଁରେ ମୋଟ ୪୫ ରୁ ୫୦ ଘର ପରିବାର ବସବାସ କରୁଥିବା ବେଳେ ୨୨୦ ରୁ ୨୫୦ ଜନ ସଂଖ୍ୟା ଅଛି ସେଥି ମଧ୍ୟରେ ହାରାହାରି ୧୦୦ ରୁ ୧୨୦ ଭୋଟର ଅଛନ୍ତି l ହେଲେ ଏମାଙ୍କ ଦୁଃଖ କେହି ବୁଝୁ ନାହାନ୍ତି , ନା ର୍ନିବାଚିତ ଜନପ୍ରତିନିଧି ତାଙ୍କ ଦୁଃଖ ବୁଝିବା ପାଇଁ ଯାଉଛନ୍ତି ନା କୌଣସି ସରକାରୀ କର୍ମଚାରୀ ଯାଉଛନ୍ତି। କେବଳ ଭୋଟ ସମୟରେ ଭୋଟ ପିଛା ୫୦ ରୁ ୧୦୦ ଟଙ୍କା ଦେଇ ନିରୀହ ଆଦିବାସୀଙ୍କ ଭୋଟ ହାତାଉଥିବା କଥା କରିଛନ୍ତି l ଏହି ଗାଁରେ ବିଦ୍ୟାଳୟ ନାହିଁ, ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ, ସ୍ବାସ୍ଥ୍ୟ ସେବା କେନ୍ଦ୍ର ନ ଥିବା ସାଙ୍ଗକୁ ବିଦ୍ୟୁତ ଆଲୋକ ସାତସପନ ହୋଇପଡ଼ିଛି।

ଏହାସହିତ ପ୍ରଶାସନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଅଚଳାବସ୍ଥା ହୋଇଥିବା ଦେଖାଦେବା ସହ ସରକାରୀ ଯୋଜନା ପଥହୁଡିଛି l ଏହି ଗ୍ରାମବାସୀଙ୍କ ଯୋଜନା ଯାଉଛି କେଉଁ ଆଡେ ବୋଲି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ପ୍ରଶାସନ ପକ୍ଷରୁ ଏହି ପାହାଡ ଉପରେ ଏକ ସବୁ ଦିନିଆ ରାସ୍ତା ନିର୍ମାଣ କରି ଉକ୍ତ ଦୁଇଗୋଟି ଗ୍ରାମବାସୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଗ୍ରାମବାସୀମାନେ ଦାବି କରିବା ସହ କୁନି କୁନି ପିଲାମାନେ ମଧ୍ୟ ‘ଆମେ ପାଠ ପଢ଼ିବାକୁ ଚାହୁଁଛୁ. ଆମକୁ ଅଶିକ୍ଷିତ କରନାହିଁ, ଆମେ ଶିକ୍ଷିତ ହେବାକୁ ଚାହୁଁଛୁ। ଆମ ପାଇଁ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି ଶିକ୍ଷା ବ୍ୟବସ୍ଥା କରନ୍ତୁ ସରକାର କିମ୍ବା ବ୍ଲକ ଓ ଜିଲା ପ୍ରଶାସନ’ ବୋଲି ଗୁହାରି କରୁଛନ୍ତି l

ଏସଂପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ, ମୁଁ ସେ ଦୁର୍ଗମ ଅଞ୍ଚଳ କେବେ ଯାଇ ନାହିଁ ସମୟ ମିଳିଲେ ନିଶ୍ଚୟ ଯିବି ଏବଂ ଯାହା ତାଙ୍କ ମୌଳିକ ସୁବିଧା ପାଇବା କଥା ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଧୀରେ ଧୀରେ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି। ତେବେ ସେପଟେ ଏସଂପର୍କରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ମଧ୍ୟ କହିଛନ୍ତି କି ଯେ, ଯାହା ପଞ୍ଚାୟତ ସ୍ତରରେ ହୋଇପାରିବ ତାହା ଆମେ କରିବୁ ହେଲେ ଉକ୍ତ ଗ୍ରାମ କୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ସାଙ୍ଗକୁ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି l ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗ୍ରାମଗୁଡିକରେ ବସବାସ କରୁଥିବା ଜନସାଧାରଣଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଦିଗରେ ପ୍ରୟାସ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା l


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri