ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ କନ୍ଦାଗୁଡ଼ା-କେନ୍ଦୁଗୁଡ଼ା ଗାଁ: ରାସ୍ତା ସାଜିଛି ବାଧକ

ଥୁଆମୁଳ ରାମପୁର,୧୧।୩(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷକୁ ପଦାର୍ପଣ କଲାଣି। ଏଠି ଲୋକେ ସ୍ବାଧୀନତା ଚାଖି ଦେଶ ଦୁନିଆରେ ସ୍ବାଧୀନ ଭାବରେ ଘୁରି ବୁଲୁଛନ୍ତି। ନୂଆଁ ନୂଆଁ କୌଶଳ ଆପଣେଇ ନୂତନ ଜୀବନଶୈଳୀରେ ଝିଅପୁଅଙ୍କୁ ଉଚ୍ଚଶିକ୍ଷିତ କରିବାର ସୌଭାଗ୍ୟ ପ୍ରାପ୍ତ କଲେଣି, କିନ୍ତୁ ଆଜି ମଧ୍ୟ ଏମିତି ଗାଁ ରହିଛି, ଯେଉଁ ଗ୍ରାମର ଲୋକେ ନିଜ ପାଇଁ ଏବଂ ନିଜ ଛୁଆଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା, ପାନୀୟ ଜଳ ଭଳି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ରହିଛନ୍ତି। କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ସିନ୍ଧିପଦର ଗ୍ରାମ ପଞ୍ଚାୟତର। ଏହି ପଞ୍ଚାୟତକୁ ବିଜେଡି ସରକାରଙ୍କ ଶାସନ କାଳରେ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବରେ ମାନ୍ୟତା ଦିଆଯାଇଥିଲା। ହେଲେ ଏହି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା, ଉପର କନ୍ଦାଗୁଡା ଓ ତଲ କେନ୍ଦୁଗୁଡା ନାମକ ଦୁଇଗୋଟି ଗାଁ ରହିଛି। ଏହି ଗାଁକୁ ବାଘ ଝୋଲା ନାମକ ପାହଡ ଚାରିପଟେ ଢାଙ୍କି ରଖିଛି, ଯାହା ଏମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରିଥିବା ଦେଖାଦେଇଛି।

ସରକାରଙ୍କ ବିଭିନ୍ନ ଯୋଜନା ସିନ୍ଧିପଦର ପଞ୍ଚାୟତ ମୁଖ୍ୟାଳୟଠାରେ ହିଁ ଅଟକି ଯାଉଛି। ଲୋକେ ଆବାସ ଯୋଜନାରେ ସାମିଲ ହୋଇ ଘରଖଣ୍ତେ କରିବା ପାଇଁ ମଧ୍ୟ ବହୁତ ସଂଘର୍ଷ କରିବାକୁ ପଡୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏହି ପାହାଡ଼ ବାଟଦେଇ ସେମାନେ ଘର ତିଆରି ସାମଗ୍ରୀ ନେବା ପାଇଁ ସମ୍ଭବ ହୁଏ ନାହିଁ କିମ୍ବା ପଞ୍ଚାୟତ ମୁଖ୍ୟାଳୟରେ ଥିବା ସ୍କୁଲ ଠାରେ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପଠାଇବା ପାଇଁ ସମ୍ଭବ ନୁହେଁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ସେହିପରି ସ୍ବାସ୍ଥ୍ୟ ଓ ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ଅପହଞ୍ଚ। ଏହି ଦୁଇଗୋଟି ଗାଁରେ ମୋଟ ୪୫ ରୁ ୫୦ ଘର ପରିବାର ବସବାସ କରୁଥିବା ବେଳେ ୨୨୦ ରୁ ୨୫୦ ଜନ ସଂଖ୍ୟା ଅଛି ସେଥି ମଧ୍ୟରେ ହାରାହାରି ୧୦୦ ରୁ ୧୨୦ ଭୋଟର ଅଛନ୍ତି l ହେଲେ ଏମାଙ୍କ ଦୁଃଖ କେହି ବୁଝୁ ନାହାନ୍ତି , ନା ର୍ନିବାଚିତ ଜନପ୍ରତିନିଧି ତାଙ୍କ ଦୁଃଖ ବୁଝିବା ପାଇଁ ଯାଉଛନ୍ତି ନା କୌଣସି ସରକାରୀ କର୍ମଚାରୀ ଯାଉଛନ୍ତି। କେବଳ ଭୋଟ ସମୟରେ ଭୋଟ ପିଛା ୫୦ ରୁ ୧୦୦ ଟଙ୍କା ଦେଇ ନିରୀହ ଆଦିବାସୀଙ୍କ ଭୋଟ ହାତାଉଥିବା କଥା କରିଛନ୍ତି l ଏହି ଗାଁରେ ବିଦ୍ୟାଳୟ ନାହିଁ, ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ, ସ୍ବାସ୍ଥ୍ୟ ସେବା କେନ୍ଦ୍ର ନ ଥିବା ସାଙ୍ଗକୁ ବିଦ୍ୟୁତ ଆଲୋକ ସାତସପନ ହୋଇପଡ଼ିଛି।

ଏହାସହିତ ପ୍ରଶାସନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଅଚଳାବସ୍ଥା ହୋଇଥିବା ଦେଖାଦେବା ସହ ସରକାରୀ ଯୋଜନା ପଥହୁଡିଛି l ଏହି ଗ୍ରାମବାସୀଙ୍କ ଯୋଜନା ଯାଉଛି କେଉଁ ଆଡେ ବୋଲି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ପ୍ରଶାସନ ପକ୍ଷରୁ ଏହି ପାହାଡ ଉପରେ ଏକ ସବୁ ଦିନିଆ ରାସ୍ତା ନିର୍ମାଣ କରି ଉକ୍ତ ଦୁଇଗୋଟି ଗ୍ରାମବାସୀମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଗ୍ରାମବାସୀମାନେ ଦାବି କରିବା ସହ କୁନି କୁନି ପିଲାମାନେ ମଧ୍ୟ ‘ଆମେ ପାଠ ପଢ଼ିବାକୁ ଚାହୁଁଛୁ. ଆମକୁ ଅଶିକ୍ଷିତ କରନାହିଁ, ଆମେ ଶିକ୍ଷିତ ହେବାକୁ ଚାହୁଁଛୁ। ଆମ ପାଇଁ ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି ଶିକ୍ଷା ବ୍ୟବସ୍ଥା କରନ୍ତୁ ସରକାର କିମ୍ବା ବ୍ଲକ ଓ ଜିଲା ପ୍ରଶାସନ’ ବୋଲି ଗୁହାରି କରୁଛନ୍ତି l

ଏସଂପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ, ମୁଁ ସେ ଦୁର୍ଗମ ଅଞ୍ଚଳ କେବେ ଯାଇ ନାହିଁ ସମୟ ମିଳିଲେ ନିଶ୍ଚୟ ଯିବି ଏବଂ ଯାହା ତାଙ୍କ ମୌଳିକ ସୁବିଧା ପାଇବା କଥା ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରି ଧୀରେ ଧୀରେ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି। ତେବେ ସେପଟେ ଏସଂପର୍କରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ମଧ୍ୟ କହିଛନ୍ତି କି ଯେ, ଯାହା ପଞ୍ଚାୟତ ସ୍ତରରେ ହୋଇପାରିବ ତାହା ଆମେ କରିବୁ ହେଲେ ଉକ୍ତ ଗ୍ରାମ କୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ରାସ୍ତା ନିର୍ମାଣ ସାଙ୍ଗକୁ ସ୍କୁଲ ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି l ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗ୍ରାମଗୁଡିକରେ ବସବାସ କରୁଥିବା ଜନସାଧାରଣଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ଦିଗରେ ପ୍ରୟାସ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା l


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?