ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା। ଇରାନ ଅଣୁଅସ୍ତ୍ରର ବିକାଶ କରିବ ନାହଁି ବୋଲି ଗ୍ୟାରେଣ୍ଟି ଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର କୌଣସି ଚୁକ୍ତିରେ ତେହରାନ୍‌ ରାଜି ନୁହେଁ ବୋଲି ଇରାନର ମୁଖ୍ୟ ବୁଝାମଣାକାରୀ ତଥା ପାର୍ଲାମେଣ୍ଟ ବାଚସ୍ପତି ମହମ୍ମଦ ବଘେର ଘଲିବାଫ୍‌ କହିଛନ୍ତି। ଆମେରିକାର ପ୍ରତିଶ୍ରୁତିରେ ଆମର ବିଶ୍ୱାସ ନାହିଁ। ଇରାନୀୟମାନଙ୍କ ଅଧିକାରର ସୁରକ୍ଷା ପାଇଁ ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ଆମେ ଚୁକ୍ତିନାମାରେ ସ୍ବାକ୍ଷର କରିବୁ ନାହିଁ ବୋଲି ଘଲିବାଫ୍‌ ସ୍ପଷ୍ଟ କରିଦେଇଛନ୍ତି।
ଇରାନୀୟଙ୍କ ଅଧିକାରର ସୁରକ୍ଷା ପାଇଁ ଆମେରିକା ଏପର୍ଯ୍ୟନ୍ତ କୌଣସି ଗ୍ୟାରେଣ୍ଟି ଦେଇ ନ ଥିବାରୁ ଏହାର ସର୍ତ୍ତ ସହ ତେହରାନ୍‌ ଏକମତ ନୁହେଁ ବୋଲି ଘଲିବାଫ୍‌ ସରକାରୀ ଟେଲିଭିଜନକୁ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଆମେ ଶତ୍ରୁର କଥା ଓ ପ୍ରତିଶ୍ରୁତିରେ ବିଶ୍ୱାସ କରୁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ଫେବୃଆରୀ ୨୮ରୁ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ ମିଳିତ ଆକ୍ରମଣ କରିବା ପରଠାରୁ ତେହରାନ୍‌ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଅବରୋଧ କରି ରଖିଥିବାରୁ ଇନ୍ଧନ ପରିବହନ ବାଧାପ୍ରାପ୍ତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ବିଶ୍ୱ ତୈଳ ଆବଶ୍ୟକତାର ୨୦ ପ୍ରତିଶତ ପରିବହନ ହେଉଥିଲା। ଯୋଗାଣ ବନ୍ଦ ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଅତ୍ୟଧିକ ବୃଦ୍ଧି ପାଇବାରୁ ବିଭିନ୍ନ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଗତ ଏପ୍ରିଲ ୮ରୁ ଅସ୍ତ୍ରବିରତି ଲାଗୁ ହୋଇଥିବାବେଳେ ପରେ ଟ୍ରମ୍ପ୍‌ ଏହାର ସମୟସୀମାକୁ ବଢ଼ାଇଥିଲେ। ତେବେ ସ୍ଥାୟୀ ଯୁଦ୍ଧ ବନ୍ଦ ପାଇଁ ଏପର୍ଯ୍ୟନ୍ତ ସହମତି ହୋଇପାରୁ ନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା କଠୋର ସର୍ତ୍ତ ରଖୁଥିବାବେଳେ ଇରାନ ତାହାକୁ ଗ୍ରହଣ କରୁନାହିଁ। ସେହିପରି ଇରାନର ସର୍ତ୍ତକୁ ମଧ୍ୟ ମାନିବାକୁ ଆମେରିକା ନାରାଜ। ଏକାଧିକ ପର୍ଯ୍ୟାୟ ଆଲୋଚନା ଏବଂ ପ୍ରସ୍ତାବ ବିନିମୟ ସତ୍ତ୍ୱେ ଚୁକ୍ତିନାମା ଚୂଡ଼ାନ୍ତ ହେବା ନେଇ ଅନିଶ୍ଚିତତା ଜାରି ରହିଛି। ଶନିବାର ଟ୍ରମ୍ପ୍‌ ପଠାଇଥିବା ସର୍ତ୍ତାବଳୀକୁ ଇରାନ ଅଧିକ କଠୋର ବୋଲି କହିଥିଲା। ଟ୍ରମ୍ପ ଶନିବାର ଏକ ସାକ୍ଷାତ୍‌କାରରେ କହିଥିଲେ, ଚୁକ୍ତି ସ୍ବାକ୍ଷର ହେବା ମାତ୍ରେ ଆମେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ଖୋଲିଦେଇପାରିବା। ସେମାନେ ଅଣୁଅସ୍ତ୍ର ଆଉ ତିଆରି କରିବେ ନାହିଁ, ଏହି ଗ୍ୟାରେଣ୍ଟି ଆମକୁ ମିଳିଛି ବୋଲି ଟ୍ରମ୍ପ୍‌ କହିଥିଲେ। ଅନ୍ୟପକ୍ଷରେ ଆଣବିକ କାର୍ଯ୍ୟକ୍ରମ ଉପରେ ବୁଝାମଣାରେ ପହଞ୍ଚତ୍ବା ପୂର୍ବରୁ ଇରାନ ଏହାର ଅଟକି ରହିଥିବା ୧୨ ବିଲିୟନ ଡଲାର ଜବତ ସମ୍ପତ୍ତି ଛାଡ଼ିଦେବାକୁ ଦାବି କରିଛି। ଇରାନ ଏହାର ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ନଷ୍ଟ କରିଦେବ ବୋଲି ଟ୍ରମ୍ପ୍‌ କହିଥିବାବେଳେ ତେହରାନ୍‌ ଏହାକୁ ଖଣ୍ଡନ କରିଥିଲା। ଏଭଳି କୌଣସି ଚୁକ୍ତି ହୋଇ ନ ଥିବା ତେହରାନ୍‌ କହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri