ସହର ସହ ଯୋଡ଼ିହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ ପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକ ଗ୍ରାମକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଲାଗି ପ୍ରଶାସନ ପକ୍ଷରୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠି ସହାୟତାରେ ଉକ୍ତ କାର୍ଯ୍ୟ କରାଯାଇ ନୂତନ ସେତୁ ଓ ରାସ୍ତା ନିର୍ମାଣ କରାଯାଉଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ସଶକ୍ତ ହୋଇପାରୁଛି।
  ଜିଲାର ହରିଚନ୍ଦନପୁର, ବାଂଶପାଳ ଓ ଝୁମ୍ପୁରା ବ୍ଲକ୍‌ରେ ଓଏମ୍‌ବିଏଡିସି ପାଣ୍ଠି ବିନିଯୋଗରେ ମୋଟ ୨୬୨.୩୨ କି.ମି.ରାସ୍ତା ସଂଯୋଗୀକରଣ କାମ ଚାଲିଛି। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୪.୦୪ କି.ମି. ନୂତନ ରାସ୍ତା ନିର୍ମାଣ ଶେଷ ହୋଇଛି। ଫଳରେ ୩୪ ପଞ୍ଚାୟତର ୧୪ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ବାକି ରାସ୍ତା ନିର୍ମାଣ କାମ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବାଂଶପାଳ ବ୍ଲକ୍‌ର ନୟାକୋଟ ପଞ୍ଚାୟତରେ ବିଭିନ୍ନ ନାଳ ଉପରେ ମୋଟ ୧୯୫.୩୯ ମିଟର ଲମ୍ବର ତିନୋଟି ସେତୁ ନିର୍ମାଣ କରାଯାଇଛି। ଏହା ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇଥିବାରୁ ୭ ଗଁାର ୩ ହଜାର ୮୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଧାରାରେ ପରିବର୍ତ୍ତନ ଆସିପାରିଛି।
ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ‘ଓଏମ୍‌ବିଏଡିସି  ପାଣ୍ଠି ସହାୟତାରେ କେନ୍ଦୁଝର ଜିଲାରେ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତା’ଭିତରେ ରାସ୍ତା ସଂଯୋଗୀକରଣ ହେଉଛି ଏକ ପ୍ରମୁଖ କାର୍ଯ୍ୟକ୍ରମ। ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରାସ୍ତା ଏବଂ ସେତୁ ନିର୍ମାଣ ହେବା ଯୋଗୁ ଲୋକେ ବିଭିନ୍ନ ସୁବିଧା ସୁଯୋଗ ପାଇପାରୁଛନ୍ତି। ସ୍ବାସ୍ଥ୍ୟସେବା ସହ ଅନ୍ୟାନ୍ୟ କାମ ପାଇଁ ସହର ସହ ଯୋଡ଼ିହୋଇପାରୁଛନ୍ତି।
ବାଂଶପାଳ ବ୍ଲକ୍‌ ଲୁଙ୍ଗାଝର ବାସିନ୍ଦା ବେଣୁଧର ନାଏକ କହନ୍ତି, ଆଗରୁ ତାଙ୍କ ଗାଁକୁ ଭଲ ରାସ୍ତା ନ ଥିବାରୁ ଯିବା ଆସିବାରେ ବହୁ ଅସୁବିଧା ହେଉଥିଲା। ଏବେ ପାହାଡ଼ କାଟି ରାସ୍ତା ହୋଇଛି। ଫଳରେ ସୁବିଧାରେ ଡାକ୍ତରଖାନା ଓ ପିଲାମାନେ ସ୍କୁଲ ଯାଇପାରୁଛନ୍ତି।
  ପଞ୍ଚାୟତର ଅଧିବାସୀ ସୁମତୀ ନାଏକ କୁହନ୍ତି, ଗଁାକୁ ବିଭିନ୍ନ ନାଳ ଘେରି ରହିଛି। ବର୍ଷାଦିନ ହେଲେ ଗଁାରୁ ଲୋକେ ବାହାରକୁ ଯାଇପାରୁ ନ ଥିଲେ। ଏବେ ନାଳ ଉପରେ ପୋଲ ତିଆରି ହୋଇଛି। ସୁବିଧାରେ ସବୁଆଡ଼େ ଯାଇପାରୁଛନ୍ତି।
ଅନ୍ୟପକ୍ଷରେ ଜିଲାର ଅନେକ ଗ୍ରାମକୁ ରାସ୍ତା ନାହିଁ। ସେହିପରି ଏହି ଯୋଜନାରେ ହେଉଥିବା କାମ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଅନେକ ରାସ୍ତା ଓ ପୋଲ କମ୍‌ ଦିନରେ ଭାଙ୍ଗୁଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପାଣି ଭଳି ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅବସ୍ଥାରେ ସୁଧାର ଆସିପାରୁନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି। ସେହିପରି ଖଣି ଅଞ୍ଚଳରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସେସବୁର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉନାହିଁ। ଏଣୁ ଏହି ଅର୍ଥରେ ନିର୍ମାଣ ହୋଇଥିବା କାମଗୁଡ଼ିକର ଠିକ୍‌ ଯାଞ୍ଚ ହେଲେ ବହୁ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିବ ବୋଲି ମତପ୍ରକାଶ ପାଉଛି। ବହୁ କାମ ଠିକ୍‌ ସମୟରେ ସରୁନାହିଁ କିମ୍ବା ସୂଚନା ଫଳକ ଲଗାଯାଉନାହିଁ। ଫଳରେ ପ୍ରକୃତ ତଥ୍ୟ ମିଳିପାରୁନାହିଁ ବୋଲି ପୂର୍ବତନ ବିଧାୟକ ନାୟକ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri