ବଡ଼ ଚାକିରି ପାଇଲେ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର

ପାଟନା,୨୮।୧୨: କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡପତି(କେବିସି) କଥା ଯେତେବେଳେ ବି ମନକୁ ଆସେ, ବିହାରର ସୁଶୀଲ କୁମାର ନାଁ ନିଶ୍ଚିତ ଭାବରେ ମନକୁ ଆସେ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ ହୃଦୟ ଜିତିଥିଲେ। ଏବେ ସୁଶୀଲ କୁମାର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଏବଂ ଏଥର ଏହାର କାରଣ କେବିସି ନୁହେଁ, ବରଂ ବିପିଏସସି ଶିକ୍ଷକ ନିଯୁକ୍ତି ପରୀକ୍ଷା। ସୁଶୀଲ ଏହି ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ଜଣେ ଶିକ୍ଷକ ହୋଇ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦେବେ। ବିପିଏସସି ପରୀକ୍ଷାରେ ୧୧୯ ତମ ର଼୍ୟାଙ୍କ୍‌ରେ ସୁଶୀଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
୨୦୧୧ରେ ସୁବିଲ କୁମାର କେବିସିରେ ପାଞ୍ଚ କୋଟି ଟଙ୍କା ଜିତିଥିଲେ। ସେବେଠାରୁ ସେ ଚର୍ଚ୍ଚାରେ ଥିଲେ। ଏତେ କୋଟି ଟଙ୍କା ଜିତିବା ପରେ ମଧ୍ୟ ମଝିରେ ସେ କାଙ୍ଗାଳ ହୋଇଯାଇଥିବାର ଗୁଜବ ମଧ୍ୟ ବ୍ୟାପିଥିଲା। ପ୍ରାୟ ୧୨ ବର୍ଷ ପୂର୍ବେ କେବିସି ଜିତିଥିବା ସୁଶୀଲ କୁମାର ବର୍ତ୍ତମାନ ବିପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକ ହେବେ ଏବଂ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷା ଦେବେ।
ସୁଶୀଲଙ୍କୁ ନିଜ ହୋମଟାଉନ୍‌ ମୋତିହାରୀରେ ପୋଷ୍ଟ କରାଯିବ। ସେ ପିଲାମାନଙ୍କୁ ମନୋବିଜ୍ଞାନ ବିଷୟ ଶିକ୍ଷା ଦେବେ। ଏକାଦଶ-ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ସୁଶୀଲଙ୍କୁ ମନୋନୀତ କରାଯାଇଛି। ବିପିଏସସି ଶିକ୍ଷକ ନିଯୁକ୍ତି ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ପର୍ଯ୍ୟାୟରେ ସୁଶୀଲଙ୍କୁ ଚୟନ କରାଯାଇଛି।
କେବିସିରେ ୫ କୋଟି ଟଙ୍କା ଜିତିବା ପରେ ହଠାତ୍‌ ସୁଶୀଲ ଜଣେ ସେଲିବ୍ରିଟି ପାଲଟିଯାଇଥିଲେ। ସାରା ଦେଶର ଲୋକମାନେ ତାଙ୍କୁ ଚିହ୍ନିବା ଆରମ୍ଭ କଲେ ଏବଂ ଅମିତାଭ ବଚ୍ଚନଙ୍କ ୧୫ଟି ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ଲୋକପ୍ରିୟ ହୋଇଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri