ଅଂଶୁଘାତର ପ୍ରତିକାର

”ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା କରି ଆସୁଅଛି। ଏହା ଏକ ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ପ୍ରକ୍ରିୟା ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମ ଋତୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ଥାଏ। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟ ସମାଜ ନିମନ୍ତେ ଅସହ୍ୟ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।“

ଆମ ଦେଶ ଭାରତରେ ହେଉଥିବା ଜଳବାୟୁ ପରିବର୍ତ୍ତନ ହେତୁ ଧରାପୃଷ୍ଠରେ ୬ଟି ଋତୁ ପ୍ରତୀୟମାନ ହୋଇଥାଏ। ପ୍ରତି ବର୍ଷ ଗ୍ରୀଷ୍ମ, ବର୍ଷା ଓ ଶୀତର ପ୍ରଭାବ ବାୟୁମଣ୍ଡଳରେ ଅନୁଭୂତ ହୋଇଥାଏ। ଭାରତବର୍ଷରେ ପ୍ରତିବର୍ଷ ଜାନୁଆରୀ ୧୪ ତାରିଖ (ମକର ସଂକ୍ରାନ୍ତି)ଠାରୁ ଜୁନ୍‌ ୨୧ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଗ୍ରୀଷ୍ମ ଋତୁରେ ଦିନ ବଡ଼ ହୋଇ ରାତି ଛୋଟ ହୋଇଥାଏ। ପ୍ରାୟତଃ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେତୁ ଉକ୍ତ ସମୟରେ ପଦାକୁ ବାହାରିବା ଅନୁଚିତ। ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ କିଛି ଦୂରତା ହ୍ରାସ ପାଉଥିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଇ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ। ଏଥିଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ପ୍ରବଳ ଖରାରେ ଯାତାୟାତ କରୁଥିବା ବେଳେ ମନୁଷ୍ୟ ହଠାତ୍‌ ଅଂଶୁଘାତର ଶିକାର ହେବାର ଯଥେଷ୍ଟ ଆଶଙ୍କା ରହିଛି।
ପୃଥିବୀ ସୃଷ୍ଟି ସମୟରୁ ଖରା, ବର୍ଷା, ଶୀତର ଉପକାରିତା, ପ୍ରକୋପ ଓ ପ୍ରଭାବ ସହ ମନୁଷ୍ୟ ସମାଜ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ଏହାର ସାମ୍ନା କରିଆସୁଛି। ଏହା ଏକ ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ପ୍ରକ୍ରିୟା ଅଟେ। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମ ଋତୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଏ। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟ ସମାଜ ନିମନ୍ତେ ଅସହ୍ୟ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି। ସୂର୍ଯ୍ୟରଶ୍ମିର ତାପମାତ୍ରା ସହ ଜଙ୍ଗଲରେ ମନୁଷ୍ୟ ଦ୍ୱାରା ଅଗ୍ନି ସଂଯୋଗ ହେତୁ, ଗ୍ରାମାଞ୍ଚଳରେ ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲରୁ ଦୀର୍ଘ ବର୍ଷ ଧରି ତିଷ୍ଠି ରହିଥିବା ବୃକ୍ଷଗୁଡ଼ିକୁ କାଟିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ସବୁ ଅଞ୍ଚଳରେ ସିମେଣ୍ଟ ଓ ଲୌହ ନିର୍ମିତ ବିଦ୍ୟୁତ୍‌ ଖୁଣ୍ଟ ରହିବା ସହ ଜଙ୍ଗଲ ଓ ଗ୍ରାମାଞ୍ଚଳରେ ବୃକ୍ଷର ପରିମାଣ ହ୍ରାସ ଆଦି କାରଣ ହେତୁ ଗ୍ରୀଷ୍ମ ଦିନେ ସୂର୍ଯ୍ୟଙ୍କ ତାପମାତ୍ରା ବାୟୁମଣ୍ଡଳରେ ଦ୍ୱିଗୁଣିତ ହେଉଛି। ଏହାର ପରିଣାମ ସ୍ବରୂପ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ହ୍ରାସ ପାଇବାକୁ ଆବଶ୍ୟକତାଠାରୁ ଅଧିକ ସମୟ ନେଉଛି। ଗ୍ରୀଷ୍ମ ଋତୁରେ ଏପରି ପ୍ରବଳ ଗରମରୁ ରକ୍ଷା ପାଇବା ନିମନ୍ତେ ଆମେ ଆମର ନିଜ ନିଜର ଜମି ଓ ବାସଗୃହ ଚତୁଃପାର୍ଶ୍ୱ ବହୁ ପରିମାଣରେ ବୃକ୍ଷ ରୋପଣ କରିବା ଆବଶ୍ୟକ। ଏହାଦ୍ୱାରା ଆମର ପ୍ରକୃତି ଓ ପରିବେଶ ସନ୍ତୁଳିତ ରହିବ। ଏହା ସହ ଆମେ ବିଶୁଦ୍ଧ ଅମ୍ଳଜାନ ପାଇବା ଓ ରୌଦ୍ରତାପକୁ ବହୁପରିମାଣରେ ପ୍ରତିରୋଧ କରିପାରିବା।
ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ତଥା ଅଂଶୁଘାତକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ଉପାୟ ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା (ଦିବା ୧୧ଟାରୁ ୩ଟା ପର୍ଯ୍ୟନ୍ତ) ସମୟରେ ଯାତାୟାତ ନ କରିବା, ବାସଗୃହ ନିକଟରେ ଥିବା ବୃକ୍ଷର ଛାଇରେ ବିଶ୍ରାମ ନେବା, ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରିବା ଉଚିତ। ସୂତାରେ ନିର୍ମିତ ବସ୍ତ୍ର, ଧଳା ଟୋପି, କଳା ଚଷମା ଓ ଛତା, ପାଦରେ ଜୋତା ଧାରଣ କରି ଯାତାୟାତ କରିବା ଉଚିତ। ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତା ନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ନିର୍ମିତ ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହା ସହ ଗ୍ରୀଷ୍ମ ଋତୁରେ ମାଟି ପାତ୍ରରେ ପାଣି ରଖି ପାନୀୟ ଜଳ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ନବାତ ପଣା, ଆଖୁ ରସ ପିଇବା ଉଚିତ। ପଖାଳ ଭାତ, ତୋରାଣି, ଦହି, ଚହ୍ଲା, ଲସି, ଲେମ୍ବୁ ଆଦିରେ ଅଳ୍ପ ଲୁଣ ମିଶାଇ ପାନୀୟ ରୂପେ ସେବନ କରିବା ଉଚିତ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ତରଭୁଜ, କାକୁଡ଼ି, ଅଙ୍ଗୁର, କମଳା, ସପୁରି ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରିବା ଦ୍ୱାରା ଏହା ପେଟକୁ ଥଣ୍ଡା ରଖିଥାଏ।
ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ୍‌ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ପାଇବା ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌର ତାପ ସହ୍ୟ କରି ନ ପାରି ଅଂଶୁଘାତର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେ ବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇ ମନୁଷ୍ୟ ଚେତା ଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ। ଶରୀରର ବାହ୍ୟ ଚର୍ମ ଉତ୍ତାପ ଯୁକ୍ତ ଓ ଶୁଷ୍କ ହେବାସହ ଶରୀରରୁ ବେଳେ ବେଳେ ଝାଳ ନିର୍ଗତ ହୁଏ, ଏହା ଦ୍ୱାରା ଦୁର୍ବଳ ଲାଗିବା ସହ ବାନ୍ତି ଲାଗିବା, ମୁଣ୍ଡ ଘୂରାଇବା ଆଦି ଲକ୍ଷଣ ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ତତ୍‌କ୍ଷଣାତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ଉଚିତ। ନଚେତ ରୋଗୀ ମୁତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଥାଏ। ମୋଟାମୋଟି ଭାବେ ପ୍ରକୃତିର ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଆମ ଶରୀରର ତାପମାତ୍ରା ବୃଦ୍ଧି ପାଇବା ଓ ହ୍ରାସ ପାଇବା ନିୟନ୍ତ୍ରଣ ପ୍ରକ୍ରିୟା ସାଧାରଣତଃ ସ୍ବତଃପ୍ରବୃତ୍ତ ବା ସ୍ବାଭାବିକ ଭାବରେ ହୋଇଥାଏ। ଏହି ପ୍ରକ୍ରିୟାରେ ବ୍ୟତିକ୍ରମ ହେଲେ ଆମ ଶରୀର ଅଧିକ ତାପମାତ୍ରାକୁ ସହ୍ୟ କରି ନ ପାରି ଆମେ ଅଂଶୁଘାତର ଶିକାର ହୋଇଥାଉ। (କ୍ରମଶଃ…)

ଡା. ବସନ୍ତ କୁମାର ଷଢ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri