ଟି-ସେତୁରେ ଯାନବାହନ ଚଳାଚଳ ବନ୍ଦ ରହିବ

କଟକ ଅଫିସ,୪ା୨: କଟକ ଜିଲା ବଡ଼ମ୍ବା ସିଂହନାଥ ପୀଠରେ ଜାଗର ଉପଲକ୍ଷେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ରହିଛି। ଏନେଇ କଟକ ଜିଲା ପ୍ରଶାସନ ପକ୍ଷରୁ ୧୮ ତାରିଖ ଭୋର୍‌ ୪ଟାରୁ ୧୯ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଟି-ସେତୁ ଦେଇ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଏନେଇ ଶନିବାର ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।