ଧର୍ମୀୟ ନେତା

ପାଶ୍ଚାତ୍ୟର ନେତୃତ୍ୱ ନିଜକୁ ମୁଖ୍ୟ ଭାବେ ପ୍ରଦର୍ଶିତ କରିବା ସହ ଅନ୍ୟକୁ ନିୟନ୍ତ୍ରଣ କରେ, ଯାହାର ମଡେଲ୍‌ଗୁଡ଼ିକ ହେଉଛି ସାମରିକ ଶକ୍ତିଭିତ୍ତିକ। ଏହା କାର୍ଯ୍ୟ ପନ୍ଥା ଚିହ୍ନଟ କରି ଲକ୍ଷ୍ୟ ହାସଲ କରିବା ଉପରେ ଗୁରୁତ୍ୱ ଦେଇଥାଏ। କିନ୍ତୁ ଭାରତର ନେତୃତ୍ୱ ମଡେଲ୍‌ଗୁଡ଼ିକ ଲୋକକୈନ୍ଦ୍ରିକ ଏବଂ ଏହି ନେତୃତ୍ୱ ପାଶ୍ଚାତ୍ୟର ନେତୃତ୍ୱ ମଡେଲ୍‌କୁ ସୂଚେଇ ଦିଏ ଯେ, ଜୀବନର ଉଦ୍ଦେଶ୍ୟ କେବଳ ନିଜେ ଖାଇବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଅନ୍ୟମାନଙ୍କୁ ଖୁଆଇବା। ଅନ୍ୟମାନଙ୍କୁ ଖାଇବାକୁ ଦେବା ହିଁ ବାସ୍ତବରେ ଧର୍ମ। ଯିଏ ନିଜ ଖାଇବା କଥା କମ୍‌ ଚିନ୍ତା କରି ଅନ୍ୟମାନଙ୍କୁ ଖୁଆଇ ଥାଆନ୍ତି ସେ ପ୍ରକୃତରେ ଜଣେ ଧର୍ମୀୟ ନେତା।
ନିଜେ ଖାଇ ଅନ୍ୟଙ୍କୁ ଖୁଆଇବା କ୍ଷମତା ସମସ୍ତଙ୍କର ଅଛି। ପ୍ରଥମେ ଯେଉଁମାନେ ଖାଇବାକୁ ଦିଅନ୍ତି ସେମାନେ ‘ଯଜମାନ’ ପଦବାଚ୍ୟ। ଯେଉଁମାନେ ଅନ୍ୟକୁ ଖାଇବାକୁ ଦେବାସହ ତା’ବଦଳରେ କିଛି ଦିଅନ୍ତି ସେମାନେ‘ଦେବତା’ଭାବେ ଗଣାଯାଆନ୍ତି। କ୍ଷୁଧା, ଭୟ, ସଙ୍କୁଚିତ ତଥା ଅସ୍ବଚ୍ଛ ମନ ଶ୍ରେଷ୍ଠତା ଏବଂ ତୁଚ୍ଛତା ବିଷୟରେ ଧାରଣା ଜନ୍ମାଏ। ଅସ୍ବଚ୍ଛ ବା ଅସ୍ଥିର ମନ ହେଉଛି ଅହଂକାର (ଅହମ୍‌)। ଯୋଗ ଏଭଳି ମନର ଅସ୍ଥିରତାକୁ ଦୂର କରିବାରେ ସାହାଯ୍ୟ କରିଥାଏ, ଦେବତ୍ୱ ସହ ଯୋଡ଼ିବାରେ ସହାୟକ ହୁଏ। ସ୍ବଚ୍ଛ ତଥା ଅବିଚଳିତ ମନ ହେଉଛି ଆତ୍ମା। ତେଣୁ ସେଭଳି ମନ ଯାହାର ରହିଥାଏ ସେ ତା’ ଆଖପାଖର ଲୋକଙ୍କ ଭୋକ କଥା ବୁଝେ, ଅସୁରକ୍ଷିତ ପରିବେଶକୁ ସୁଧାରିବା ଲାଗି ଗୁରୁତ୍ୱ ମଧ୍ୟ ଦେଇଥାଏ। ଏଣୁ ଧର୍ମୀୟ ନେତାମାନେ ଯୋଗର ପଥକୁ ଆପଣାଇଥାନ୍ତି ଏବଂ ଏହାକୁ ଜୀବନରେ ଗୁରୁତ୍ୱ ଦିଅନ୍ତି ।
ଅନ୍ୟଙ୍କୁ କିଛି ଦେବା କିମ୍ବା ବିନିମୟ ଭାବନା ଆଣିବାରେ ଯୋଗ ଆମକୁ ସକ୍ଷମ କରାଏ। ଏହା କ୍ଷୁଧା ଉପରେ ଅଙ୍କୁଶ ଲଗାଇବା ସହ ଅନ୍ୟ ଲୋକଙ୍କ କ୍ଷୁଧା ଉପରେ ଧ୍ୟାନ ଦେବାକୁ ବ୍ୟକ୍ତିଙ୍କୁ ପ୍ରେରିତ କରେ। ଆମେ ଯୋଗ ବିନା ଯଜ୍ଞ କଲେ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିପାରିବା ନାହିଁ। ଜଣେ ଯଜମାନ ହେବା ପାଇଁ ସହାନୁଭୂତି ଜରୁରୀ, ଯାହା ଅନ୍ୟମାନଙ୍କୁ ଖାଇବାକୁ ଦେବା ଲାଗି ତାଙ୍କୁ ସକ୍ଷମ କରିବ। ଯଜମାନମାନେ ରାବଣଙ୍କୁ ଖଳନାୟକ ଭାବେ ଦେଖନ୍ତି ନାହିଁ, ବରଂ ସେ ଭୟ, ଅନିଶ୍ଚିତ ଭାବନା ଓ ଅହଂକାର ଦ୍ୱାରା ନିୟନ୍ତ୍ରିତ ବୋଲି ବିଚାର କରନ୍ତ। ଅନ୍ୟପଟେ ରାମଙ୍କର ଏପରି ଭୟ ନାହିଁ । ତାଙ୍କ ବିଚାର ସନ୍ତୁଳିତ ଏବଂ ସେ ଚିନ୍ତା ମୁକ୍ତ। ସେ ଭୟ ପୀଡ଼ିତ ନୁହନ୍ତି କିମ୍ବା ହିରୋ ବୋଲି ନିଜକୁ ମନେକରନ୍ତି ନାହିଁ। ସେ ସବୁବେଳେ ଆତ୍ମାନୁଭବରେ ବୁଡ଼ି ରହିଥାନ୍ତି।
ସୁଖ ଓ ଶାନ୍ତି ସବୁବେଳେ ସ୍ଥାୟୀ ନୁହେଁ ଏବଂ ସବୁକିଛି ବଦଳିଯାଏ ଓ ସମୟକ୍ରମେ ଶେଷ ହୋଇଯାଏ ବୋଲି ଜଣେ ଯଜମାନ ଭଲ ଭାବେ ଜାଣନ୍ତି। ଏଭଳି ବିଚାର ରଖିଲେ ଅନେକ ବିଷୟକୁ କିଞ୍ଚିତ୍‌ ସୁଖଦ କରିପାରିବା। ଉଗ୍ର ଆଚରଣ କମ୍‌ କଲେ ଅଧିକ ଆନନ୍ଦ ପାଇପାରିବା। ମଣିଷ ମରଣଶୀଳ, ଏହା ଜାଣିବା ହେଉଛି ଜୀବନର ମୂଳ କଥା ଏବଂ ‘ମଖାଦେବ ଜାତକ’ରେ ରାଜା ଏହାକୁ ଭଲ ଭାବେ ହୃଦୟଙ୍ଗମ କରିଥିଲେ। ରାଜାଙ୍କ ନାପିତ ରାଜାଙ୍କୁ କହିଥିଲେ ଯେ ସେ ତାଙ୍କ ମୁଣ୍ଡରେ ଏକ ପାଚିଲା କେଶ ଦେଖିଛନ୍ତି। ଏହା ଶୁଣି ରାଜା ସେହିଦିନ ସ୍ଥିର କଲେ ଯେ ତାଙ୍କର ଅବସର ନେବାର ସମୟ ଉପନୀତ ଏବଂ ଦାୟିତ୍ୱ ଶେଷ ହୋଇଗଲା। ଫଳରେ ସେ ସିଂହାସନ ମୋହ ଏଡ଼ାଇ ରାଜ୍ୟ ଛାଡ଼ି ଚାଲିଯାଇଥିଲେ। ରାମାୟଣରେ ରାବଣର ମୃତ୍ୟୁ ସମୟରେ ରାମ ତାଙ୍କୁ ଲଙ୍କାର ଆଗାମୀ ପିଢ଼ି ରାଜାଙ୍କ ସହିତ ତାଙ୍କ ଜ୍ଞାନ ବାଣ୍ଟିବାକୁ କହିଥିଲେ। ତାହା ଶୁଣି ପ୍ରଥମେ ରାବଣ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କିନ୍ତୁ ପରେ ଶାନ୍ତ ହୋଇଯାଇଛନ୍ତି। ସେହିଭଳି କାହାଣୀ ମଧ୍ୟ ମହାଭାରତରେ ରହିଛି। ଭୀଷ୍ମଙ୍କର ମୃତ୍ୟୁ ସମୟରେ କୃଷ୍ଣ ତାଙ୍କୁ ପାଣ୍ଡବଙ୍କ ସହ ଜ୍ଞାନ ବାଣ୍ଟିବାକୁ କହୁଛନ୍ତି। କହିବାକୁ ଗଲେ ଜଣକ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଉଥିବା ଜ୍ଞାନ ଧନ ଓ କ୍ଷମତା ସଞ୍ଚାଳନ କରୁଥିବା ଟେକ୍‌ନିକାଲ ଜ୍ଞାନ ଭଳି ହେବା ଦରକାର ନାହିଁ; ବରଂ ତାହା ଜଣଙ୍କର ଆକାଂକ୍ଷା ଓ ଅସୁରକ୍ଷିତ ଭାବନାକୁ ନିୟନ୍ତ୍ରଣରେ ରଖିବାର ଜ୍ଞାନ ହେବା ଜରୁରୀ। ଏଭଳି ଜ୍ଞାନ ଶାନ୍ତ ଏବଂ ଉଦାରମନା ହେବା ଲାଗି ଶିକ୍ଷା ଦେଇଥାଏ। ବଡ଼ କଥା ହେଉଛି ଏହି ଜ୍ଞାନ ସମ୍ପର୍କରେ କହିବା ସହଜ କିନ୍ତୁ ତାହା ହାସଲ କରିବା କଷ୍ଟକର।
ନୂତନ ଭାବେ ଲେଖାଯାଇଥିବା ମହାଭାରତ ଦର୍ଶାଏ ଯେ, ପାଣ୍ଡବ ଭଲ ଓ କୌରବ ଖରାପ। ତେବେ କେଉଁ ସକାରାତ୍ମକ କାର୍ଯ୍ୟ ସଫଳତା ଆଣେ, କେଉଁ ଧନ ଜଣକୁ ଧନୀ କରେ ଏବଂ କେଉଁ ଶକ୍ତି ଜଣକୁ ଶକ୍ତିଶାଳୀ କରେ ତାହା ଧର୍ମୀୟ ନେତାମାନେ ନିରୀକ୍ଷଣ କରନ୍ତି । ପାଣ୍ଡବମାନେ ଶାସନ କରିବାକୁ ଏକ ରାଜ୍ୟ ପାଇଲା ବେଳେ ସେମାନେ କିପରି ଅସନ୍ତୁଷ୍ଟ ହେଲେ ତାହା ମହାଭାରତ ଦର୍ଶାଇଛି। ପଞ୍ଚପାଣ୍ଡବ ପ୍ରତିଭାସମ୍ପନ୍ନ ଥିବାରୁ ସେମାନଙ୍କ ସମ୍ପର୍କୀୟ ଭାଇ ଶହେ (କୌରବ) ନିଜକୁ ଅସୁରକ୍ଷିତ ମଣୁଥିଲେ। ପାଣ୍ଡବଙ୍କ ଜୀବନ ଥିଲା ଏକ ଲମ୍ବା ସଂଗ୍ରାମର ପଥ। କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ସେମାନଙ୍କ ମଧ୍ୟରେ ପୈତୃକ ଜମି ବଣ୍ଟାଯାଇ ପାଣ୍ଡବଙ୍କୁ ଏକ ଜଙ୍ଗଲ ଦିଆଗଲା ଏବଂ ସେଠାରେ ସେମାନେ ଏକ ଆକର୍ଷଣୀୟ ସହର ନିର୍ମାଣ କରିଥିଲେ। ନୂତନ ରାଜ୍ୟକୁ ସୁରକ୍ଷିତ ରଖିବା ବଦଳରେ ପାଣ୍ଡବମାନେ ଅହଂକାରୀ କୌରବଙ୍କ ସହ ଜୁଆଖେଳରେ ମାତିଲେ ଏବଂ ପ୍ରତାରିତ ହୋଇ ସେହି ରାଜ୍ୟ ହରାଇଲେ। ଫଳରେ ପାଣ୍ଡବଙ୍କୁ ୧୩ ବର୍ଷ ଧରି ଜଙ୍ଗଲରେ ରହିବାକୁ ପଡ଼ିଲା। ସେମାନଙ୍କ ପ୍ରତି ଘଟିଥିବା ଅନ୍ୟାୟ କଥା ଚିନ୍ତା କରି ସେଠାରେ କ୍ରୋଧିତ ହୋଇପଡ଼ିଥିଲେ। ହେଲେ ଜଙ୍ଗଲରେ ରହି ସେଠାକାର ପରିବେଶରୁ ଶିକ୍ଷା କରିବା ଲାଗି କୃଷ୍ଣ ସେମାନଙ୍କୁ କହିଥିଲେ। ଜଙ୍ଗଲ ଜୀବମାନେ ପାଣ୍ଡବଙ୍କୁ ନିଜର କରିନେଇଥିଲେ ଏବଂ ମନେପକାଇ ଦେଇଥିଲେ ଯେ ପ୍ରକୃତି ଓ ରାଜ୍ୟ ବଞ୍ଚତ୍ବା ପାଇଁ ସୃଷ୍ଟି ହୋଇଥିବାବେଳେ ଅପରପକ୍ଷେ ସାମାଜିକ ସ୍ତର ଏବଂ ସମ୍ପତ୍ତି ଅହଂକାର ବଢ଼ାଇବା ଲାଗି ପରିକଳ୍ପନା କରାଯାଇଛି। ନିର୍ବାସନର ଶେଷ ବର୍ଷରେ ପାଣ୍ଡବଙ୍କୁ ସେବାକାରୀ ଭାବେ ଲୁଚି ରହିବାକୁ ପଡ଼ିଥିଲା। ରାଜାମାନେ ସେମାନଙ୍କୁ ନିର୍ଯାତନା ଦେଇଥିଲେ। ଧନୀ ଓ ଶକ୍ତିଶାଳୀମାନେ କିପରି ଅଧିକାରର ଅପବ୍ୟବହାର କରନ୍ତି ତାହା ସେମାନେ ଅନୁଭବ କରିବାକୁ ସକ୍ଷମ ହୋଇଥିଲେ। ରାମାୟଣ ଓ ମହାଭାରତରେ ବର୍ଣ୍ଣନା କରାଯାଇଥିବା ଜଙ୍ଗଲରେ ନିର୍ବାସନ ଜୀବନ ଏକ ଦଣ୍ଡ ନୁହେଁ, ବରଂ ରାଜାମାନେ ଶିକ୍ଷା ପାଇ ନିଜକୁ ପରିବର୍ତ୍ତନ କରିବାର ଏହା ଏକ ଉପଯୁକ୍ତ ଅବଧି। ପ୍ରକୃତିରେ କେହି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ କିମ୍ବା ନିକୃଷ୍ଟ ନୁହନ୍ତ ବୋଲି ଅନୁଭବ କରିବାରେ ଜଙ୍ଗଲ ନିର୍ବାସନ ଏକ ଉପଯୋଗୀ ସମୟ ।
ରାଜାମାନେ କେବଳ ଜୀବ ଭାବେ କେତେକ ସ୍ଥିତିରେ ଶକ୍ତିଶାଳୀ ଏବଂ ଆଉ କେତେକ କ୍ଷେତ୍ରରେ ଦୁର୍ବଳ ବୋଲି ସେମାନଙ୍କୁ ବୁଝିବାକୁ ପଡ଼ିବ। ପାଣ୍ଡବମାନେ ଅନୁଭବ କରିଥିଲେ ଯେ, ସେମାନଙ୍କ ପାଖରେ ଧନ ଏବଂ ଶକ୍ତି ଥାଇ ସେମାନେ ଅହଂକାରୀ ହୋଇଯାଇଥିଲେ। ରାଜ୍ୟକୁ ନେଇ ସେମାନଙ୍କ ଅସ୍ତିତ୍ୱ ଥିଲା, ସେମାନଙ୍କୁ ନେଇ ରାଜ୍ୟର ଅସ୍ତିତ୍ୱ ନ ଥିଲା ବୋଲି ସେମାନେ ବି ଭୁଲିଗଲେ । ଏହା ମଧ୍ୟ ସେମାନେ ଭୁଲିଯାଇଥିଲେ ଯେ, ଜୁଆ ଖେଳ ବାଜିରେ ରାଜ୍ୟ ଏକ ସମ୍ପତ୍ତି ନୁହେଁ ବୋଲି ସେମାନେ ମଧ୍ୟ ଭୁଲିଯାଇଥିଲେ।
ରାଜା ରାମ ଧର୍ମକୁ ଗୁରୁତ୍ୱ ଦିଅନ୍ତି। ଯିଏ ପୃଥିବୀର ଯତ୍ନ ନେଉଛନ୍ତି ସେମାନଙ୍କ ପାଇଁ ଗୋପାଳକ କୃଷ୍ଣ ହେଉଛନ୍ତି ପ୍ରତୀକ । ଜଣେ କିଭଳି ପ୍ରକୃତି ଓ ସମାଜ ଏବଂ ସଂସ୍କୃତିର ରକ୍ଷାକର୍ତ୍ତା ହୋଇପାରିବ ତାହା ସେ ରାଜାମାନଙ୍କୁ ଶିଖାଉଛନ୍ତି। ରାଜ-ଧର୍ମ କହିଲେ ରାଜ୍ୟ ଦଖଲ, ସାମ୍ରାଜ୍ୟ ବିସ୍ତାର କିମ୍ବା ଜୁଆଖେଳରେ ତାହା ହରାଇବାକୁ ବୁଝାଏ ନାହିଁ, ବରଂ ଲୋକଙ୍କୁ ଦେବତା ଭାବି ବ୍ୟବହାର କରିବା ପାଇଁ ଏହା ଉଦ୍ଦିଷ୍ଟ। ତୁମର ଯାହା ଅଛି କିମ୍ବା ସେମାନେ ଯାହା ଚାହାନ୍ତି ତାହା ସେହି ଲୋକଙ୍କୁ ଦେଇଦିଅ ଏବଂ ସେମାନଙ୍କୁ ମଧ୍ୟ ସେହି ପଥ ଆପଣାଇବା ସକାଶେ ଉତ୍ସାହିତ କର।
-devduttofficial@gmail.com

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

ଭୋଜିଖାଇ ଫେରିଲେ ସକାଳୁ ମିଳିଲାନି ବାଇକ୍‌ 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ରାଜେଶ କୁମାର ରାଉତଙ୍କ ଏକ ବାଇକ୍‌କୁ କେହି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରୁ ଚୋରି…

ଆମେରିକାର ବଡ଼ ଦାବି: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଗୁରୁତର ଆହତ

ୱାଶିଂଟନ୍‌,୧୩।୩: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଠ୍‌ ଏକ ବଡ଼ ଦାବି କରିଛନ୍ତି। ଇରାନର ନୂଆ ସୁପ୍ରିମ ଲିଡର ମୋଜତାବା ଖାମନେଇ ଗୁରୁତର ଆହତ ହୋଇଥିବା ଏକ…

ୱାରେଣ୍ଟିଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର କୁକୁଡ଼ାଖଣ୍ଡି ବ୍ଲକ ବଣିଆମାରି ଗ୍ରାମର ବିପ୍ର ମଲ୍ଲିକଙ୍କୁ କୋର୍ଟ ୱାରେଣ୍ଟ ବଳରେ ଗିରଫ କରି ବ୍ରହ୍ମପୁର…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର,କଣ୍ଟାବାଞ୍ଜି,୧୩।୩ ( ସୁନିଲ କୁମାର ମହାନ୍ତି, ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରଙ୍କ ଶୁକ୍ରବାର ବଲାଙ୍ଗୀର ଭୀମ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ:  ସଭାପତି, ସମ୍ପାଦକ ପ୍ରାର୍ଥୀ କଲେ ନାମାଙ୍କନ ପ୍ରତ୍ୟାହାର 

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ  ଅନୁଷ୍ଠିତ ହେବ।…

ରନ୍ଧନ ଗ୍ୟାସ୍‌ର ଅଚଳାବସ୍ଥା ନେଇ ଗର୍ଜିଲା କଂଗ୍ରେସ

ନୂଆପଡ଼ା,୧୩ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ରନ୍ଧନ ଗ୍ୟାସକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri