ହ୍ବାଟ୍ସଆପ୍‌ ୟୁଜରଙ୍କୁ ଆଶ୍ୱସ୍ତି; ମେ ୧୫ ଯାଏ ଲାଗୁ ହେବନି ପ୍ରିଭେସି ପଲିସି

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ର ନୂଆ ପ୍ରଭେସି ନୀତି ଏବଂ ସେବା ସଂକ୍ରାନ୍ତ ଅନ୍ୟ ନିୟମ ଚଳିତ ବର୍ଷ ମେ ମାସ ୧୫ ଯାଏ ଲାଗୁ ହେବ ନାହିଁ। କମ୍ପାନୀ ପକ୍ଷରୁ ଶନିବାର ଏ ନେଇ ଘୋଷଣା କରାଯାଇଛି। ପ୍ରିଭେସି ନିୟମ ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ରହିଥିଲେ ୟୁଜରଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିହୋଇ ତା’ର ଉତ୍ତର ରଖାଯାଉଥିବା କମ୍ପାନୀ କହିଛି। ଫେବୃୟାରୀ ୮ରେ କୌଣସି ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ରଦ୍ଦ କିମ୍ବା ହଟାଇ ଦିଆଯିବ ନାହିଁ। ମେ ମାସ ପରେ ନୂଆ ବିଜ୍‌ନେସ ପ୍ଲାନ୍‌ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଯିବ ବୋଲି ଏହି ମେସେଜିଂ ସେବା ଯୋଗାଣକାରୀ କମ୍ପାନୀ ପକ୍ଷରୁ ଶନିବାର ଟୁଇଟ ଯୋଗେ କୁହାଯାଇଛି।
ଜାନୁୟାରୀ ୬ରେ ଏହି କମ୍ପାନୀ ନୂଆ ନିୟମ ଲାଗୁ ଦ୍ୱାରା ଏହାର ମୂଳ କମ୍ପାନୀ ଫେସ୍‌ବୁକ୍‌ ସହ ଡାଟା ଶେୟାର କରିବା ନେଇ ୟୁଜରଙ୍କୁ କହିଥିଲା। ଏଥିରେ ୟୁଜରଙ୍କୁ କୌଣସି ବିକଳ୍ପ ପ୍ରଦାନ କରାଯାଇ ନ ଥିଲା। ନୂଆ ନିୟମକୁ ଗ୍ରହଣ ନ କଲେ ଫେବୃୟାରୀ ୮ ସୁଦ୍ଧା ହ୍ବାଟ୍ସଆପ୍‌ ଅଚଳ ହୋଇଯିବ ବୋଲି କମ୍ପାନୀ ସ୍ପଷ୍ଟ କରିଥିଲା। କମ୍ପାନୀର ନୂଆ ନିୟମକୁ ନେଇ ୟୁଜର ଏବଂ ବିଶେଷଜ୍ଞ ଅନେକ ସମାଲୋଚନା କରିଛନ୍ତି। ଏହା ଡାଟା ସଂଗ୍ରହକୁ ବଢାଉଥିବା ବେଳେ ପ୍ରିଭେସି ପ୍ରତି ବିପଦ ବୋଲି ଅନେକେ କହୁଛନ୍ତି। ଏହି ପରିପ୍ରେକ୍ଷୀରେ ସାଇବର ନିରାପତ୍ତା ବିଶେଷଜ୍ଞ ଜିତେନ ଜୈନ କହିଛନ୍ତି, ନୂଆ ଅପ୍‌ଡେଟ୍‌ରେ ହ୍ବାଟ୍ସଆପ୍‌ ପ୍ରିଭେସି ବିପନ୍ନତାକୁ କମାଇବା ଲାଗି କୌଣସି ପଦକ୍ଷେପ ନେଉଥିବା ଦେଖାଯାଉନାହିଁ। ବର୍ତ୍ତମାନ ଲୋକମାନେ ଏହି ନୀତିକୁ ବିରୋଧ କରୁଥିବାରୁ କମ୍ପାନୀ କେବଳ ନିୟମ କାର୍ଯ୍ୟକାରୀ କରାଇବା ସମୟକୁ ଘୁଞ୍ଚାଇଛି।
ଏପଟେ ହ୍ବାଟ୍ସଆପ୍‌ ଏକ ବ୍ଲଗ୍‌ ପୋଷ୍ଟରେ କହିଛି, ୟୁଜରଙ୍କ ମଧ୍ୟରେ ନୂଆ ନୀତିକୁ ନେଇ ଅନେକ ଭ୍ରାନ୍ତଧାରଣା ରହିଛି। ଏ ସଂକ୍ରାନ୍ତ ପ୍ରସଙ୍ଗକୁ ବୁଝିବାରେ ଲୋକଙ୍କୁ ସହାୟତା କରାଯିବ। ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପଶନ ଦ୍ୱାରା ୟୁଜରଙ୍କ ସ୍ବାର୍ଥ ରକ୍ଷା କରିବା ଦିଗରେ କମ୍ପାନୀ ଉଦ୍ୟମ ଜାରି ରଖିଛି। ଏହି ନୂଆ ନିୟମ ଦ୍ୱାରା କମ୍ପାନୀ ମଧ୍ୟ ଗ୍ରାହକଙ୍କ ମେସେଜ ପଢ଼ିବା କଷ୍ଟକର ବ୍ୟାପାର। ଭବିଷ୍ୟତରେ ମଧ୍ୟ କୌଣସି ଆକାଉଣ୍ଟ ଡିଲିଟ କରିବା ଯୋଜନା ରଖାଯାଇନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଲୋକମାନେ କେଉଁ ଭଳି ଡାଟା ଶେୟାର କରିବେ ଏବଂ କେଉଁ ଆପ୍ଲିକେଶନ ବ୍ୟବହାର କରିବେ ତାହା ନିଜସ୍ବ ପ୍ରସଙ୍ଗ। ଏଣୁ ବାଧ୍ୟ କରାଇ କିଛି କରାଇବା ଠିକ୍‌ ନୁହେଁ ବୋଲି କ୍ୟାସ୍‌ପର ସ୍କାଏର ସିନିୟର ରିସର୍ଚ୍ଚର ଆନା ଲାର୍କିନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri