Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟକୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିରୋଧରେ ବେଆଇନ ଉପାୟରେ ବଜାର ଅକ୍ତିଆର କରିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ କରିବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) କମ୍ପିଟିଶନ କମିଶନ ଇଣ୍ଡିଆ(ସିସିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ସିଏଲ୍‌ଏଟିଙ୍କ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ, ଜଷ୍ଟିସ ଏ.ଏସ୍‌.ବୋପାନ୍ନା ଏବଂ ଜଷ୍ଟିସ ଭି.ରାମସୁବ୍ରମଣ୍ୟନ ଏହି ମାମଲାର ଶୁଣାଣି କରି ରହିତାଦେଶ ଜାରି କରିଛନ୍ତି। ଏହି ପ୍ରସଙ୍ଗକୁ ପୁଣି ଥରେ ତର୍ଜମା ଲାଗି ଏନ୍‌ସିଏଲ୍‌ଏଟି ପଠାଇ ଦିଆଯାଇଛି। ସୁପ୍ରିମକୋର୍ଟ ଅଲ୍‌ ଇଣ୍ଡିଆ ଅନଲାଇନ ଭେଣ୍ଡର୍ସ ଆସୋସିଏଶନ ଏବଂ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆକୁ ନୋଟିସ ଜାରି କରିଥିବା ଜଣାପଡିଛି। ଏହି ମାମଲାରେ ବର୍ତ୍ତମାନ ଫ୍ଲିପକାର୍ଟକୁ କିଛିଟା ଆଶ୍ୱସ୍ତି ମିଳିଛି। ଫ୍ଲିପକାର୍ଟ ପକ୍ଷରୁ ବରିଷ୍ଟ ଆଇନଜୀବୀ ହରିଷ ସାଲଭେ ମାମଲା ଲଢୁଛନ୍ତି।

Share