Categories: ବାଣିଜ୍ୟ

ଫ୍ୟୁଚର ଗ୍ରୁପ କାରବାର ଅଧିଗ୍ରହଣ କରିବ ରିଲାଏନ୍ସ ରିଟେଲ୍‌

ନୂଆଦିଲ୍ଲୀ,୩୦।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଂଶ ବିଶେଷ ରିଲାଏନ୍ସ ରିଟେଲ୍‌ ଭେଞ୍ଚର ଲିମିଟେଡ୍‌ ଫ୍ୟୁଚର ଗ୍ରୁପର ରିଟେଲ, ହୋଲ୍‌ସେଲ ବାଣିଜ୍ୟ ସମେତ ଲଜିଷ୍ଟିକ ଏବଂ ଓ୍ବେରହାଉସିଂ ବିଜନେସ୍‌କୁ ଅଧିଗ୍ରହଣ କରିବ। ଏ ନେଇ କମ୍ପାନୀ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ଡିଲ୍‌ ୨୪,୭୧୩ କୋଟି ଟଙ୍କା ବିନିୟମରେ ହେଉଥିବା ଜଣାପଡିଛି। ଫ୍ୟୁଚର ଗ୍ରୁପର ରିଟେଲ କାରବାର ‘ବିଗ୍‌ ବଜାର’ ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଥିବା ବେଳେ ଋଣ ଭାର ଯୋଗୁ କମ୍ପାନୀ ଚିନ୍ତାରେ ରହିଥିଲା। ଅପରପକ୍ଷରେ ରିଲାଏନ୍ସ ରିଟେଲ ମଧ୍ୟ ଏହି ବର୍ଗରେ ନିଜର ଏକ ଦୃଢ ସ୍ଥିତି ବଜାୟ ରଖିବାକୁ ଯୋଜନା କରୁଛି। ଏହି ଅଧିଗ୍ରହଣ ଦ୍ୱାରା ରିଲାଏନ୍ସ ଭାରତରେ ଏହାର ରିଟେଲ କାରବାରକୁ ଅଧିକ ଦୃଢ କରିବାରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞ ସୂଚନା ଦେଇଛନ୍ତି।

Share