Categories: ବାଣିଜ୍ୟ

ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ କଲା ରିଲାଏନ୍ସ ରିଟେଲ୍‌

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ୪୭,୨୬୫ କୋଟି ଟଙ୍କାର ପୁଞ୍ଜି ହାସଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। ୧୦.୦୯% ଅଂଶଧନ ବିକ୍ରି ଦ୍ୱାରା କମ୍ପାନୀ ଏହି ପୁଞ୍ଜି ହାସଲ କରିବାକୁ ସକ୍ଷମ ହୋଇଛି। ଏହା ଉକ୍ତ କ୍ଷେତ୍ରରେ ସର୍ବବୃହତ୍ତ ପୁଞ୍ଜି ହାସଲ ପ୍ରକ୍ରିୟା ହୋଇଥିବା ବେଳେ ଏହାକୁ କମ୍ପାନୀ ୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିଛି। ପୁଞ୍ଜି ନିବେଶ ରାଶି ଗ୍ରହଣ ଏବଂ ଶେୟାର ଜାରି କରାଯିବା ସହ ସମସ୍ତ ନିବେଶ ସମ୍ପୂର୍ଣ୍ଣ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। କମ୍ପାନୀର ଦୃଢ ବ୍ୟବସାୟ ମଡେଲ ଓ ଏହାର ପରିବର୍ତ୍ତନକାରୀ ପ୍ରଭାବ ଯୋଗୁ ବିଶ୍ୱ ସ୍ତରର ନିବେଶକ ଏହାକୁ ଦୃଢ ସମର୍ଥନ ଜଣାଇଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଖ୍ୟାତି ସମ୍ପନ୍ନ ନିବେଶକଙ୍କୁ ପାଇ ଗର୍ବିତ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି।

Share