ଡେଟା ସେଣ୍ଟର ବ୍ୟବସାୟରେ ରିଲାଏନ୍ସ

ଭୁବନେଶ୍ୱର,୨୭।୭: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ନିକଟରେ ବ୍ରୁକ୍‌ଫିଲ୍‌ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଓ ଡିଜିଟାଲ ରିଆଲିଟି ସହ ଦ୍ୱିପାକ୍ଷିକ ସହଭାଗିତା ଓ ନିବେଶ ଆଦି ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଭାରତରେ ଡାଟା ସେଣ୍ଟର ବିକାଶ ପାଇଁ ଆର୍‌ଆଇଏଲ୍‌ ଉଭୟ ବ୍ରୁକ୍‌ଫିଲ୍‌ଡ ଓ ଡିଜିଟାଲ ରିଆଲିଟିର ଭାରତରେ ରହିଥିବା କମ୍ପାନୀଗୁଡ଼ିକର ୩୩.୩୩% ଅଂଶଧନକୁ କିଣିବ ବୋଲି ସୂଚନା ମିଳିଛି।

ଏପରିକି ପ୍ରସ୍ତାବିତ ଉକ୍ତ ନିବେଶର ମୂଲ୍ୟ ୩୭୮ କୋଟି ଟଙ୍କା ରହିଥିଲାବେଳେ ଆବଶ୍ୟକତା ଅନୁସାରେ ତାହା ପ୍ରାୟ ୬୨୨ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ବୋଲି ଜଣାପଡ଼ିଛି। ଏହି କାରବାର ବର୍ତ୍ତମାନ ରେଗୁଲେଟରି ଅନୁମୋଦନ ଅପେକ୍ଷାରେ ରହିଥିବାବେଳେ ପ୍ରାୟ ୩ ମାସ ଅବଧି ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି। ସେହିଭଳି ଭାରତରେ ଡିଜିଟାଲ ରିଆଲିଟି ଟ୍ରଷ୍ଟ ଏବଂ ବ୍ରୁକ୍‌ଫିଲ୍‌ଡ ଇନ୍‌ଫ୍ରାଷ୍ଟ୍ରକ୍ଚରର ମିଳିତ ଉଦ୍ୟୋଗ ଡିଜିଟାଲ ସେବା କମ୍ପାନୀଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ ମୌଳିକ ଢାଞ୍ଚାର ବିକାଶ କରୁଛନ୍ତି। ଏହି ମିଳିତ ଉଦ୍ୟୋଗ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଏବଂ ସଂଯୁକ୍ତ ତଥା ଆବଶ୍ୟକତା ମୁତାବକ ବୃଦ୍ଧି ହୋଇପାରୁଥିବା ଡେଟା ସେଣ୍ଟର ନିର୍ମାଣ କରୁଛି।

ଏହି ସହଭାଗିତା ସହିତ ରିଲାଏନ୍ସ ଉକ୍ତ ସଂଯୁକ୍ତ ଉଦ୍ୟମର ଏକ ସମାନ ଅଂଶୀଦାର ହେବାକୁ ଯାଉଛି। ଏହି ନୂଆ ମିଳିତ ଉଦ୍ୟୋଗର ନାମ ଡିଜିଟାଲ କନେକ୍ସନ- ଏ ବ୍ରୁକ୍‌ଫିଲ୍‌ଡ, ଜିଓ ଓ ଡିଜିଟାଲ ରିଆଲିଟି କମ୍ପାନୀ ରହିବ। ଏପରିକି ଏହି ମିଳିତ ଉଦ୍ୟୋଗ ସମ୍ପ୍ରତି ଚେନ୍ନାଇ ଓ ମୁମ୍ବାଇର ପ୍ରମୁଖ ସ୍ଥାନରେ ଡେଟା ସେଣ୍ଟର ବିକଶିତ କରୁଛି। ବିଶେଷକରି ଚେନ୍ନାଇରେ ୧୦୦ ମେଗାୱାଟ୍‌ ପରିସରର ଏହି ମିଳିତ ଉଦ୍ୟୋଗ ପ୍ରଥମ ୨୦ ମେଗାୱାଟ୍‌ ଗ୍ରୀନ୍‌ଫିଲ୍‌ଡ ଡେଟା ସେଣ୍ଟର ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ସେହିପରି ୪୦ମେଗାୱାଟ୍‌ ଡେଟା ସେଣ୍ଟର ନିର୍ମାଣ ପାଇଁ ମୁମ୍ବାଇରେ କମ୍ପାନୀ ୨.୧୫ ଏକର ଜମି ଅଧିଗ୍ରହଣ ନେଇ ଘୋଷଣା କରିଥିଲା। ଏ ସମ୍ପର୍କରେ ଜିଓ ପ୍ଲାଟ୍‌ଫର୍ମ ଲିମିଟେଡ୍‌ର ସିଇଓ କିରଣ ଥୋମାସ କହିଛନ୍ତି, ଆମେ ଡିଜିଟାଲ ରିଆଲିଟି ଏବଂ ଆମର ବର୍ତ୍ତମାନର ବିଶ୍ୱସନୀୟ ସହଯୋଗୀ ବ୍ରୁକ୍‌ଫିଲ୍‌ଡ ସହିତ ସହଭାଗିତା ନେଇ ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri