Categories: ବାଣିଜ୍ୟ

ଗ୍ରାହକଙ୍କୁ ଝଟ୍‌କା ଦେଲା ଜିଓ

ନୂଆଦିଲ୍ଲୀ,୨୯।୧୧: ରିଲାଏନ୍ସ ଜିଓ ଗ୍ରାହକଙ୍କ ଝଟ୍‌କା ଦେଇଛି। ଜିଓ ନିଜର ପ୍ଲାନ୍‌ର ମୂଲ୍ୟ ବୃଦ୍ଧି ହୋଇଛି। ପ୍ଲାନ ଗୁଡିକ ପ୍ରାୟ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି। ଏଥିରେ ଡାଟା ପ୍ଲାନ, ଅନଲିମିଟେଡ ପ୍ଲାନ ସହ ଜିଓଫୋନ୍‌ ଯୋଜନା ସାମିଲ ରହିଛି। ଡିସେମ୍ବର ୧, ୨୦୨୧ରୁ ଜିଓର ନୂତନ ମୂଲ୍ୟ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ପୂର୍ବରୁ ଏୟାରଟେଲ ନିଜ ଯୋଜନା ଗୁଡ଼ିକର ମୂଲ୍ୟ ବୃଦ୍ଧି କରିଛି।
ଜିଓଫୋନର ୭୫ ଟଙ୍କାର ପ୍ଲାନ ପାଇଁ ଗ୍ରାହକଙ୍କୁ ଏବେ ୯୧ ଟଙ୍କା ଦେବାକୁ ପଡିବ। ଏହି ଯୋଜନାରେ ୩ ଜିବି ଡାଟା ସହିତ ଅନଲିମିଟେଡ ଭଏସ କଲ ଏବଂ ୫୦ଟି ଏସ୍‌ଏମ୍‌ଏସ୍‌ର ସୁବିଧା ପ୍ରଦାନ କରାଯାଇଛି । ଏହି ଯୋଜନା ୨୮ ଦିନର ବୈଧତା ସହ ଉପଲବ୍ଧ ହେବ।
ଜିଓର ୧୨୯ ଟଙ୍କାର ଅନଲିମିଟେଡ ପ୍ଲାନ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡିବ । ଏହି ଯୋଜନାରେ ଗ୍ରାହକୁ ମାସିକ ତଥ୍ୟ ସହିତ ଅନଲିମିଟେଡ କଲିଂ ସହିତ ୩୦୦ ଏସ୍‌ଏମ୍‌ଏସ୍‌ ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ।
ବାର୍ଷିକ ରିଚାର୍ଜ ଯୋଜନାରେ ସର୍ବାଧିକ ୪୮୦ ଟଙ୍କା ବୃଦ୍ଧି କରିଛି ଜିଓ। ଏଭଳି ସ୍ଥିତିରେ ଗ୍ରାହକଙ୍କୁ ବାର୍ଷିକ ଜିଓ ରିଚାର୍ଜ ପାଇଁ ୨୩୯୯ ଟଙ୍କା ବଦଳରେ ୨୮୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ଦୈନିକ ୨ ଜିବି ଡାଟା ସହିତ ଅନଲମିଟେଡ କଲିଂ ସହିତ ଦୈନିକ ୧୦୦ଟି ଏସ୍‌ଏମ୍‌ଏସ୍‌ ଦିଆଯାଉଛି ।
ସେହିପରି ଗ୍ରାହକଙ୍କୁ ସର୍ବନିମ୍ନ ୧୪୯ଟଙ୍କା ବଦଳରେ ୧୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୨୪ ଦିନ ବୈଧତା ସହିତ ଏହି ଯୋଜନାରେ ଦୈନିକ ୧ ଜିବି ଡାଟା ସହିତ, ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ପ୍ରଦାନ କରାଯିବ।
ଅନ୍ୟପଟେ ଜିଓ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ପାଇଁ ୨୪୯ ଟଙ୍କା ବଦଳରେ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ଯୋଜନାରେ ଦୈନିକ ୨ ଜିବି ଡାଟା ସହିତ ଅନଲିମିଟେଡ କଲିଂ ଏବଂ ୨୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ପ୍ରଦାନ କରାଯିବ ।

Share