Categories: ବାଣିଜ୍ୟ

ରିଲାଏନ୍ସ ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର

ନୂଆଦିଲ୍ଲୀ: ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ବିଶ୍ୱର ଦ୍ୱିତୀୟ ବୃହତ୍‌ ଅଭିବୃଦ୍ଧିଶୀଳ ରିଟେଲର ଭାବେ ବିବେଚିତ ହୋଇଛି। ଡେଲଏଟ ପକ୍ଷରୁ ପ୍ରକାଶିତ ଏହି ର଼୍ୟାଙ୍କିଙ୍ଗ୍‌ରେ ଗ୍ଲୋବାଲ ପାଓ୍ବାର ରିଟେଲିଂରେ କମ୍ପାନୀ ୫୩ତମ ସ୍ଥାନରେ ରହିଛି। ଏହା ପୂର୍ବରୁ ଏହା ୫୬ତମରେ ରହିଥିଲା। ତାଲିକାର ପ୍ରଥମ ସ୍ଥାନରେ ଆମେରିକାର ଓ୍ବାଲମାର୍ଟ ରହିଛି। ଦ୍ୱିତୀୟରେ ଆମାଜନ ଡଟ୍‌ କମ୍‌ ଇଙ୍କ, ତୃତୀୟ ସ୍ଥାନରେ କଷ୍ଟକୋ ହୋଲସେଲ୍‌ ଏବଂ ଚତୁର୍ଥରେ ଜର୍ମାନୀର ସ୍ବର୍ଜ ଗ୍ରୁପ ରହିଛି। ଟପ୍‌ ୧୦ ଫାର୍ମ ମଧ୍ୟରେ ଆମେରିକାର ୭ ଏବଂ ବ୍ରିଟେନର ଗୋଟିଏ ଫାର୍ମ ରହିଥିବା ଜଣାପଡିଛି। ବିଶ୍ୱର ଶୀର୍ଷ ୨୫୦ ରିଟେଲର ମଧ୍ୟରେ କେବଳ ରିଲାଏନ୍ସ ଏକମାତ୍ର ଭାରତୀୟ କମ୍ପାନୀ ଭାବେ ସ୍ଥାନୀତ ହୋଇଛି। ସେହିଭଳି ଶୀର୍ଷ ୧୦ ମଧ୍ୟରେ ସ୍ଥାନୀତ ହୋଇଥିବା ବ୍ରିଟେନର ଏକମାତ୍ର କମ୍ପାନୀ ହେଲୋ ଟେକ୍ସୋ ପିଏଲ୍‌ସି।

Share