ରିଲାଏନ୍ସର ଆୟ ୧୦୦ ବିଲିଅନ ଡଲାର

ମୁମ୍ବାଇ,୮।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ନିକଟରେ ଏହାର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍‌ ଓ ଡିଜିଟାଲ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ ବ୍ୟବସାୟରେ ଦୃଢ଼ ଗତିଶୀଳତା ଯୋଗୁ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀର ତ୍ରୈମାସରେ ନିଟ୍‌ ଲାଭରେ ୨୨.୫% ବୃଦ୍ଧି ହୋଇଛି। ଫଳରେ ତୈଳରୁ ରିଟେଲ ଓ ଟେଲିକମ୍‌ ପର୍ଯ୍ୟନ୍ତ ଏହି ବ୍ୟବସାୟ ସାମ୍ରାଜ୍ୟର ନିଟ୍‌ ଲାଭ ୧୩,୨୨୭ କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୬,୨୦୩ କୋଟି ଟଙ୍କା ହୋଇଛି। ବଜାର ମୂଲ୍ୟ ଅନୁସାରେ ଦେଶର ସର୍ବବୃହତ୍‌ କମ୍ପାନୀର ଏକତ୍ରିତ ରାଜସ୍ବ ୨୦୨୧-୨୨ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ବର୍ଷରୁ ବର୍ଷ ଭିତ୍ତିରେ ୩୫% ବୃଦ୍ଧି ପାଇ ୨.୩୨ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ନିଟ୍‌ ଲାଭ ୬୦,୭୦୫ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ବ ୭.୯୨ ଲକ୍ଷ କୋଟି ଟଙ୍କା (୧୦୨ବିଲିଅନ ଡଲାର) ରହିଛି। ଏହା ହେଉଛି ପ୍ରଥମ ଭାରତୀୟ କମ୍ପାନୀ ଯାହା ଗୋଟିଏ ଆର୍ଥିକ ବର୍ଷରେ ୧୦୦ ବିଲିଅନ ଡଲାର ରାଜସ୍ବ ଅତିକ୍ରମ କରିଛି। କମ୍ପାନୀ ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସ ଇବିଆଇଟିଡିଏ ହାସଲ କରିଛି, ଯାହା ବର୍ଷରୁ ବର୍ଷ ଭିତ୍ତିରେ ୨୮% ବୃଦ୍ଧି ପାଇ ୩୩,୯୬୮ କୋଟି ଟଙ୍କା ହୋଇଛି। ଅପରପକ୍ଷରେ ତୈଳରୁ ରସାୟନ (ଓ୨ସି) ବ୍ୟବସାୟର ଇବିଆଇଟିଡିଏ୨୫% ବୃଦ୍ଧି ପାଇ ୧୪,୨୧୪ କୋଟି ଟଙ୍କା ହୋଇଥିବା ବେଳେ ଡିଜିଟାଲ୍‌ ବ୍ୟବସାୟର ଟିକସ ପୂର୍ବବର୍ତ୍ତୀ ଆୟ ଗତବର୍ଷ ତୁଳନାରେ ୨୫% ବୃଦ୍ଧି ପାଇ ୧୧,୨୦୯ କୋଟି ଟଙ୍କା ହୋଇଛି। ରିଟେଲ ବ୍ୟବସାୟର ଇବିଆଇଟିଡିଏ ୨.୫% ବୃଦ୍ଧି ପାଇ ୩,୭୧୨ କୋଟି ଟଙ୍କା ହୋଇଛି ଓ କେଜି-ଡି୬ ବ୍ଲକ୍‌ର ସାଟେଲାଇଟ୍‌ ଫିଲ୍ଡରୁ ଗ୍ୟାସ୍‌ ଉପତ୍ାଦନ ଯୋଗୁ ତୈଳ ଓ ଗ୍ୟାସ୍‌ର ଇବିଆଇଟିଡିଏ ୩ଗୁଣା ବୃଦ୍ଧି ପାଇ ୧,୫୫୬ କୋଟି ଟଙ୍କା ହୋଇଛି। କ୍ଷେତ୍ର ଇବିଆଇଟିଡିଏରେ ଉପଭୋକ୍ତା ବ୍ୟବସାୟ ଅବଦାନ ପାଖାପାଖି ୪୫% ରହିଛି।
ରିଲାଏନ୍ସ ରିଟେଲ୍‌ର ଦକ୍ଷତା ବଢ଼ାଇବା ଓ ସମ୍ପତ୍ତି ଅଧିଗ୍ରହଣ ପାଇଁ କମ୍ପାନୀ ୧ ବିଲିଅନ ଡଲାରରୁ ଅଧିକ ନିବେଶ କରିଛି ଏବଂ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଅଧିକ ଷ୍ଟୋର୍‌ ଖୋଲିଛି। ସବୁଜ ଶକ୍ତି ସମ୍ପର୍କିତ ଗିଗା ଫ୍ୟାକ୍ଟ୍ରି ଓ ଉତ୍ସାହଜନକ ଅପ୍‌ଷ୍ଟ୍ରିମ୍‌ କ୍ଷେତ୍ର ୪-୫ ବର୍ଷ ମନ୍ଥର ରହିବା ପରେ ଆଗାମୀ ୨୪-୩୬ ମାସ ପାଇଁ ଦୃଢ଼ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri