ରିଲାଏନ୍ସର ଆୟ ୧୦୦ ବିଲିଅନ ଡଲାର

ମୁମ୍ବାଇ,୮।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ନିକଟରେ ଏହାର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍‌ ଓ ଡିଜିଟାଲ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ ବ୍ୟବସାୟରେ ଦୃଢ଼ ଗତିଶୀଳତା ଯୋଗୁ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀର ତ୍ରୈମାସରେ ନିଟ୍‌ ଲାଭରେ ୨୨.୫% ବୃଦ୍ଧି ହୋଇଛି। ଫଳରେ ତୈଳରୁ ରିଟେଲ ଓ ଟେଲିକମ୍‌ ପର୍ଯ୍ୟନ୍ତ ଏହି ବ୍ୟବସାୟ ସାମ୍ରାଜ୍ୟର ନିଟ୍‌ ଲାଭ ୧୩,୨୨୭ କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୧୬,୨୦୩ କୋଟି ଟଙ୍କା ହୋଇଛି। ବଜାର ମୂଲ୍ୟ ଅନୁସାରେ ଦେଶର ସର୍ବବୃହତ୍‌ କମ୍ପାନୀର ଏକତ୍ରିତ ରାଜସ୍ବ ୨୦୨୧-୨୨ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସରେ ବର୍ଷରୁ ବର୍ଷ ଭିତ୍ତିରେ ୩୫% ବୃଦ୍ଧି ପାଇ ୨.୩୨ ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ରିଲାଏନ୍ସ ନିଟ୍‌ ଲାଭ ୬୦,୭୦୫ କୋଟି ଟଙ୍କା ହୋଇଥିବା ବେଳେ ରାଜସ୍ବ ୭.୯୨ ଲକ୍ଷ କୋଟି ଟଙ୍କା (୧୦୨ବିଲିଅନ ଡଲାର) ରହିଛି। ଏହା ହେଉଛି ପ୍ରଥମ ଭାରତୀୟ କମ୍ପାନୀ ଯାହା ଗୋଟିଏ ଆର୍ଥିକ ବର୍ଷରେ ୧୦୦ ବିଲିଅନ ଡଲାର ରାଜସ୍ବ ଅତିକ୍ରମ କରିଛି। କମ୍ପାନୀ ସର୍ବକାଳୀନ ଶ୍ରେଷ୍ଠ ତ୍ରୈମାସ ଇବିଆଇଟିଡିଏ ହାସଲ କରିଛି, ଯାହା ବର୍ଷରୁ ବର୍ଷ ଭିତ୍ତିରେ ୨୮% ବୃଦ୍ଧି ପାଇ ୩୩,୯୬୮ କୋଟି ଟଙ୍କା ହୋଇଛି। ଅପରପକ୍ଷରେ ତୈଳରୁ ରସାୟନ (ଓ୨ସି) ବ୍ୟବସାୟର ଇବିଆଇଟିଡିଏ୨୫% ବୃଦ୍ଧି ପାଇ ୧୪,୨୧୪ କୋଟି ଟଙ୍କା ହୋଇଥିବା ବେଳେ ଡିଜିଟାଲ୍‌ ବ୍ୟବସାୟର ଟିକସ ପୂର୍ବବର୍ତ୍ତୀ ଆୟ ଗତବର୍ଷ ତୁଳନାରେ ୨୫% ବୃଦ୍ଧି ପାଇ ୧୧,୨୦୯ କୋଟି ଟଙ୍କା ହୋଇଛି। ରିଟେଲ ବ୍ୟବସାୟର ଇବିଆଇଟିଡିଏ ୨.୫% ବୃଦ୍ଧି ପାଇ ୩,୭୧୨ କୋଟି ଟଙ୍କା ହୋଇଛି ଓ କେଜି-ଡି୬ ବ୍ଲକ୍‌ର ସାଟେଲାଇଟ୍‌ ଫିଲ୍ଡରୁ ଗ୍ୟାସ୍‌ ଉପତ୍ାଦନ ଯୋଗୁ ତୈଳ ଓ ଗ୍ୟାସ୍‌ର ଇବିଆଇଟିଡିଏ ୩ଗୁଣା ବୃଦ୍ଧି ପାଇ ୧,୫୫୬ କୋଟି ଟଙ୍କା ହୋଇଛି। କ୍ଷେତ୍ର ଇବିଆଇଟିଡିଏରେ ଉପଭୋକ୍ତା ବ୍ୟବସାୟ ଅବଦାନ ପାଖାପାଖି ୪୫% ରହିଛି।
ରିଲାଏନ୍ସ ରିଟେଲ୍‌ର ଦକ୍ଷତା ବଢ଼ାଇବା ଓ ସମ୍ପତ୍ତି ଅଧିଗ୍ରହଣ ପାଇଁ କମ୍ପାନୀ ୧ ବିଲିଅନ ଡଲାରରୁ ଅଧିକ ନିବେଶ କରିଛି ଏବଂ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଅଧିକ ଷ୍ଟୋର୍‌ ଖୋଲିଛି। ସବୁଜ ଶକ୍ତି ସମ୍ପର୍କିତ ଗିଗା ଫ୍ୟାକ୍ଟ୍ରି ଓ ଉତ୍ସାହଜନକ ଅପ୍‌ଷ୍ଟ୍ରିମ୍‌ କ୍ଷେତ୍ର ୪-୫ ବର୍ଷ ମନ୍ଥର ରହିବା ପରେ ଆଗାମୀ ୨୪-୩୬ ମାସ ପାଇଁ ଦୃଢ଼ ଅଭିବୃଦ୍ଧି ସୁଯୋଗ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri