Categories: ବାଣିଜ୍ୟ

ରିଲାଏନ୍ସ ଫାଉଣ୍ଡେଶନର ବୃହତ୍‌ ଛାତ୍ରବୃତ୍ତି ପ୍ରତିବଦ୍ଧତା

ମୁମ୍ବାଇ,୩୦।୧୨:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରତିଷ୍ଠାତା ଚେୟାରମ୍ୟାନ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନ ଆଗାମୀ ୧୦ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରବୃତ୍ତି ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ଯୁବବର୍ଗଙ୍କ ନିମନ୍ତେ ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରିଲାଏନ୍ସ ଫାଉଣ୍ଡେଶନ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦୦୦ ଜଣଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ। ଏଥିସହିତ ସ୍ନାତକୋର ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦୦ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ୨୦୨୩ ଫେବୃୟାରୀ ୧୪ ସୁଦ୍ଧା ଆବେଦନ କରାଯାଇପାରିବ।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ଫାଉଣ୍ଡର ତଥା ଚେୟାରପର୍ସନ ନୀତା ଅମ୍ବାନୀ
କହିଛନ୍ତି, ମୋ ଶ୍ୱଶୁର (ଧୀରୁଭାଇ ଅମ୍ବାନୀ)ଙ୍କର ଦେଶର ଯୁବବର୍ଗ ଏବଂ ସେମାନଙ୍କ କ୍ଷମତା ଉପରେ ବିରାଟ ଭରସା ରହିଥିଲା। ଏପରିକି ତାଙ୍କର ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନ ଆଗାମୀ ୧୦ ବର୍ଷରେ ଅଣ୍ଡରଗ୍ରାଜୁଏଟ ଏବଂ ପୋଷ୍ଟଗ୍ରାଜୁଏଟ ଛାତ୍ରୀଛାତ୍ରଙ୍କ ନିମନ୍ତେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବାର ପ୍ରତିବଦ୍ଧତା ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଛି। ସେହିଭଳି ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ, ଉପଯୁକ୍ତ ସମର୍ଥନ ଦ୍ୱାରା ନୂଆ ପିଢ଼ି ଜ୍ଞାନ, ନବସୃଜନ ଏବଂ ନେତୃତ୍ୱ ଜରିଆରେ ଭାରତର ଅଭିବୃଦ୍ଧି ଇତିହାସରେ ସବୁଠାରୁ ଉଜ୍ଜ୍ୱଳମୟ ପରବର୍ତ୍ତୀ ଅଧ୍ୟାୟ ସୃଷ୍ଟି କରିବେ।
ଧୀରୁଭାଇ ଅମ୍ବାନୀ ଛାତ୍ରବୃତ୍ତି ୧୯୬୬ ମସିହାରେ ପ୍ରଚଳନ କରାଯାଇଥିଲା ଏବଂ ରିଲାଏନ୍ସ ଫାଉଣ୍ଡେଶନ ଛାତ୍ରବୃତ୍ତି ୨୦୨୦ରେ ଆରମ୍ଭ ହେବାଠାରୁ ସମଗ୍ର ଦେଶରେ ୧୩,୦୦୦ ଯୁବବର୍ଗଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି।

Share