ୱାୟନାଡ୍‌ ଭୂସ୍ଖଳନ ପୀଡ଼ିତଙ୍କୁ ରିଲାଏନ୍ସ ଫାଉଣ୍ଡେଶନର ସହାୟତା

ମୁମ୍ବାଇ,୭।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିର ସାମାଜିକ ପ୍ରତିଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ନିକଟରେ କେରଳର ୱାୟନାଡ୍‌ଠାରେ ହୋଇଥିବା ଭୂସ୍ଖଳନ କ୍ଷତିଗ୍ରସ୍ତ ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଘୋଷଣା କରିଛି। ଏପରିକି ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେଶନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଭୂସ୍ଖଳନ କ୍ଷତିଗ୍ରସ୍ତ ପୀଡ଼ିତମାନଙ୍କୁ ତୁରନ୍ତ ସହାୟତା ଭାବେ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାଶନ ସାମଗ୍ରୀ, ବାସନକୁସନ, ପାନୀୟ ଜଳ, ମୌଳିକ ସ୍ବଚ୍ଛତା ସାମଗ୍ରୀ, ଟେଣ୍ଡ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଫାଉଣ୍ଡେଶନ ପକ୍ଷରୁ ଯୋଗାଇ ଦିଆଯାଉଛିି। ସେହିଭଳି ପ୍ରଭାବିତ ପରିବାର କିଭଳି ପୁଣି ଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରି ପାରିବେ। ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ଏପରିକି ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ପୁସ୍ତକ ଏବଂ କ୍ରୀଡ଼ା ସାମଗ୍ରୀ ସହ ଶିକ୍ଷା ସହାୟତା ମଧ୍ୟ ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳର କାର୍ଯ୍ୟ ସୁଗମ କରିବା ପାଇଁ ରିଲାଏନ୍ସ ଜିଓ ସ୍ବତନ୍ତ୍ର ଟାୱାର ସ୍ଥାପନ କରିଛି। ଏହାଦ୍ୱାରା ଯୋଗାଯୋଗରେ ଉନ୍ନତି ହୋଇପାରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ସୁବ୍ୟବସ୍ଥିତ କରାଯାଇପାରିବ। ମନୋବୈଜ୍ଞାନିକ ଓ ସାମାଜିକ ଆଘାତ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କୁ ଫାଉଣ୍ଡେଶନ ପକ୍ଷରୁ ବିଶେଷଜ୍ଞ ସହାୟତା ମଧ୍ୟ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ୱାୟନାଡ୍‌ରେ ଲୋକଙ୍କ ଦୁଃଖ ଏବଂ ଭୂସ୍ଖଳନ ହେତୁ ହୋଇଥିବା ଅଶେଷ କ୍ଷୟକ୍ଷତିକୁ ନେଇ ଆମେ ଦୁଃଖିତ। ଏହି ଦୁଃଖ ସମୟରେ ସମସ୍ତ ପ୍ରଭାବିତ ବ୍ୟକ୍ତି ଓ ପରିବାର ପ୍ରତି ଆମର ସମବେଦନା ଜଣାଉଛି। ବିଶେଷକରି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଆମର ରିଲାଏନ୍ସ ଫାଉଣ୍ଡେଶନର ବିଭିନ୍ନ ଦଳ ଦିନରାତି କାର୍ଯ୍ୟ କରୁଛନ୍ତି। ଏପରିକି ଆମେ ଏହି କଠିନ ସମୟରେ କେରଳର ଲୋକମାନଙ୍କ ସହିତ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri