Categories: ବାଣିଜ୍ୟ

ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ

ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଉପରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ଆରଆଇଏଲ ଏବଂ ଡିଜନିର ଏହି ମିଳିତ ଉଦ୍ୟମରେ ରିଲାଏନ୍ସରର ୬୧ ପ୍ରତିଶତ ଅଂଶଧନ ରହିବ। ଭାରତରେ ଦୃଢ ପ୍ରତିଯୋଗିତା ହେତୁ ଡିଜସି ଏହି ନିଷ୍ପତ୍ତି ନେଇଛନ୍ତି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଏବଂ ୱାଲ୍ଟ ଡିଜନି ମଧ୍ୟରେ ହୋଇଥିବା ଚୁକ୍ତି ଚୂଡାନ୍ତ ହୋଇଛି। ସୂଚନାନୁସାରେ, ଏହା ଖୁବ ଶୀଘ୍ର ଘୋଷଣା କରାଯିବ। ବର୍ତ୍ତମାନ ଉଭୟ କମ୍ପାନୀ ଏହି ଡିଲ ସମ୍ବନ୍ଧରେ କିଛି ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଚୁକ୍ତି ଶେଷ କରିବାବେଳେ, ଡିଜନିର ସ୍ଥାନୀୟ ସମ୍ପତ୍ତି ଉପରେ ଆଧାରିତ ସେୟାର ବଣ୍ଟନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।
ରିପୋର୍ଟରେ ଦାବି କରାଯାଇଛି ଯେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ଟାଟା ପ୍ଲେ ଲିମିଟେଡ କିଣିବାକୁ ଚିନ୍ତା କରୁଛି। ଏହି ପ୍ରସାରଣ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଡିଗନିର ମଧ୍ୟ ଅଂଶ ଅଛି । ସମ୍ପ୍ରତି, ଟାଟା ପ୍ଲେ ଟାଟା ସନ୍ସର ମାଲିକାନା। କମ୍ପାନୀରେ ଟାଟା ସନ୍ସର ୫୦.୨ ପ୍ରତିଶତ ଅଂଶଧନ ଅଛି। ଏହା ବ୍ୟତୀତ ଡିଜନି ଏବଂ ସିଙ୍ଗାପୁରର ନିବେଶ କମ୍ପାନୀ ଟେମାସେକ ଦ୍ୱାରା ଅବଶିଷ୍ଟ ଅଂଶଧନ ରହିଛି।

ଡିଜ୍ନି ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଭାରତର ମନୋରଞ୍ଜନ କ୍ଷେତ୍ରରେ ଏକ ବିଶାଳ ମିଡିଆ କମ୍ପାନୀ ଜନ୍ମ ହେବ। ରିପୋର୍ଟ ଅନୁଯାୟୀ, ଏହି କାରବାରରେ ୬୧ ପ୍ରତିଶତ ଅଂଶଧନ ପାଇଁ ରିଲାଏନ୍ସ ବିପୁଳ ପରିମାଣର ୧.୫ ବିଲିୟନ ଡଲାର ବିନିଯୋଗ କରିବ। ଓଟିଟି ସେଗମେଣ୍ଟରେ ରିଲାଏନ୍ସର କଡ଼ା ପ୍ରତିଯୋଗିତା ଯୋଗୁଁ ଆମେରିକୀୟ ବିଶାଳ କମ୍ପାନୀ ଡିଜନି ଚିନ୍ତିତ ଥିଲେ। ୨୦୨୨ରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଧିକାରକୁ ନେଇ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା। କିନ୍ତୁ ଏଥିରେ ରିଲାଏନ୍ସ ଜିତିଥିଲା। ତା’ପରେ ରିଲାଏନ୍ସ ଡିଜନିରୁ ଏଚବିଓ ଶୋ ପ୍ରସାରଣ କରିବାର ଅଧିକାର ମଧ୍ୟ ଛଡ଼ାଇ ନେଇଥିଲା। ପ୍ରବଳ ଚାପ ଯୋଗୁଁ ଡିଜନିଙ୍କୁ ମୋବାଇଲରେ ଭାରତ କ୍ରିକେଟ ବିଶ୍ୱକପ ପ୍ରସାରଣକୁ ମାଗଣା କରିବାକୁ ପଡିଲା।

Share