Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୧୩ା୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ରିଟେଲ ଚେନ୍‌ ୟୁନିଟ୍‌ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଭାରତର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ବର୍ତ୍ତମାନ ସମସ୍ତ ବର୍ଗରେ ଆକର୍ଷଣୀୟ ଅଫର ସହ ଅନେକ ସୁବିଧା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ସେହିଭଳି ଏଠାରେ ଫୋନ୍‌, ଲାପ୍‌ଟପ୍‌, ଟିଭି, କିଚେନ ଓ ଗୃହ ଉପକରଣ ଭଳି ଆହୁରି ଅନେକ ସାମଗ୍ରୀ କମ୍ପାନୀର ରିଲାଏନ୍ସ ଡିଜିଟାଲ, ମାଇଁ ଜିଓ ଷ୍ଟୋର ଓ ରିଲାଏନ୍ସ ଡିଜିଟାଲ (ଅନ୍‌ଲାଇନ) ରେ କିଣାକିଣି କରିପାରିବେ। ଏହି ପରିପ୍ରେକ୍ଷୀରେ ଆଧୁନିକ ଅଲ୍‌ଟ୍ରା ହାଇ ଡେଫିନିସନ ୬୫ ଇଞ୍ଚ ୟୁଏଚ୍‌ଡି ଆଣ୍ଡ୍ରଏଡ୍‌ ଟିଭି ସହ ୨ବର୍ଷର ୱାରେଣ୍ଟି ଯାହା ୪୯,୯୯୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ୪୩ ଇଞ୍ଚର ୟୁଏଚ୍‌ଡି ଆଣ୍ଡ୍ରଏଡ୍‌ ଟିଭିର ପ୍ରାରମ୍ଭିକ ମୂଲ୍ୟ ୧୯,୯୯୦ ଟଙ୍କା ସହ ୨ବର୍ଷର ୱାରେଣ୍ଟି ରହିଛି। ୨ୟ ଜେନେରେଶନ ଆପଲ ଏୟାରପଡ୍‌ ମୂଲ୍ୟ ୮୪୯୦ ଟଙ୍କାରେ ଉପଲବ୍ଧ। ଏପରିକି ବିଭିନ୍ନ ବର୍ଗର ଲାପ୍‌ଟପ୍‌ ପାଇଁ ମଧ୍ୟ ରିଲାଏନ୍ସ ଡିଜିଟାଲରେ ଅନେକ ଅଫର ସହ ଏହାର କ୍ରେତାମାନେ ଆକର୍ଷଣୀୟ ଉପହାର ସାଙ୍ଗକୁ କିଛି ଭାଗ୍ୟଶାଳୀ ବିଜେତା ମଧ୍ୟ କାର,ବାଇକ୍‌, ଟିଭି, ଫୋନ୍‌ କିଣିବାର ସୁଯୋଗ ପାଇପାରିବେ।
ଅପରପକ୍ଷରେ ବିଭିନ୍ନ ବର୍ଗର ନୂଆ ଆଇଫୋନ୍‌ ସାଙ୍ଗକୁ ଗୃହ ଉପକରଣ, ସାଇଡ-ବାଏ-ସାଇଡ୍‌ ରେଫ୍ରିଜରେଟର ଏବଂ ଫ୍ରଣ୍ଟ ଲୋଡ୍‌ ୱାଶିଂମେଶିନ ଉପରେ ଆକର୍ଷଣୀୟ ଲାଭ ଉଠାନ୍ତୁ। ଏହି ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ୍ତ ଓ ନିୟମାବଳୀ ଲାଗୁ ହେବ।

Share