ଫିଲ୍ମ ଲାଇଗର୍‌ ପୋଷ୍ଟର ରିଲିଜ୍‌, ବିଜୟଙ୍କ ନ୍ୟୁଡ୍‌ ପୋଷ୍ଟ ଦେଖି…

ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ ଲାଇଗର୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚଳଚ୍ଚିତ୍ରରେ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ ସୁପରଷ୍ଟାର ବିଜୟଙ୍କୁ ବକ୍ସର ମାଇକ ଟାଇସନଙ୍କ ଚରିତ୍ରରେ ଦେଖିବାକୁ ମିଳିବେ । ପ୍ରଶଂସକମାନେ ଏହି ଫିଲ୍ମକୁ ଅପେକ୍ଷା କରି ଥିବା ବେଳେ ଖୁବ ଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି। ଶନିବାର ବିଜୟଙ୍କ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟୁଡ ଭାବରେ ଦେଖିବାକୁ ମିଳିଛି । ଫଟୋରେ ଗୋଟିଏ ହାତରେ ଫୁଲ ଧରିଛନ୍ତି, ଯେଉଁଥିରୁ ସେ ତାଙ୍କର ପ୍ରାଇଭେଟ୍‌ ପାର୍ଟକୁ ଲୁଚାଇ ରଖିଛନ୍ତି। ବିଜୟଙ୍କର ଏହବୋଲ୍ଡ ପୋଷ୍ଟର ରିଲିଜ ପରେ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Share