Posted inଜାତୀୟ

ନେପାଳ ବିମାନ ଦୁର୍ଘଟଣା: ଏବେବି ପରିବାରକୁ ମିଳିନି ୪ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୨ ।୧: ନେପାଳ ବିମାନଦୁର୍ଘଟଣାକୁ ପ୍ରାୟ ଏକ ସପ୍ତାହ ବିତି ଗଲାଣି । ହେଲେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଭାରତୀୟଙ୍କ ମୃତଦେହକୁ ଏବେବି ଅପେକ୍ଷା ରଖିଛନ୍ତି ସେମାନଙ୍କ ପରିଜନ । ନେପାଳି ଅଧିକାରୀମାନେ ମଙ୍ଗଳବାର ଅର୍ଥାତ୍ ୧୭ ଜାନୁୟାରୀରୁ ମୃତକଙ୍କ ପରିଜନଙ୍କୁ ସେମାନଙ୍କ ମୃତଦେହ ହସ୍ତାନ୍ତର କରିବା ଆରମ୍ଭ କରିଥିଲେ । ରବିବାର ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ସେଥିରେ ୫୩ ଜଣ ନେପାଳିନାଗରିକ ଥିବା ବେଳେ ୫ ଭାରତୀୟ ଓ ୧୫ ବିଦେଶୀ ନାଗରିକଙ୍କ ସମେତ ଚାଳକ ଦଳର ୪ ସଦସ୍ୟ ଥିଲେ ।
ଏହି ବିମାନ ଦୁର୍ଘଟଣାରେ ଯେଉଁ ଭାରତୀୟଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିଚୟ ଉତ୍ତର ପ୍ରଦେଶର ଅଭିଶେକ କୁଶାବାହା(୨୫), ବିଶାଲ ଶର୍ମା(୨୨), ଅନିଲ କୁମାର ରାଜଭର(୨୭), ସୋନୁ ଜୟସୱାଲ(୩୫) ଓ ସଞ୍ଜୟ ଜୟସୱାଲ ବୋଲି ଜଣାପଡିଛି ।
ସମାଚାର ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ସଞ୍ଜୟ ଜୟସୱାଲଙ୍କ ମୃତଦେହ ଶୁକ୍ରବାର ୨୦ ଜାନୁୟାରୀରେ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା । ହେଲେ ଅନ୍ୟ ୪ ଜଣଙ୍କ ମୃତଦେହ ଏବେ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମିଳିନାହିଁ । ମୃତଦେହ ଆଣିବାକୁ ସମ୍ପର୍କୀୟ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ହସ୍ପିଟାଲରେ ପହଞ୍ଚିଥିଲେ ଏମାନଙ୍କ ମଧ୍ୟରେ ସୋନୁ ଜୟସୱାଲଙ୍କ ପିତା ରାଜେନ୍ଦ୍ର ପ୍ରସାଦ ଥିଲେ । ହେଲେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ଶନିବାର ୨୧ ଜାନୁୟାରୀରେ ବିଶାଲ ଶର୍ମାଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।
ରିପୋର୍ଟରେ କୁହାଯାଇଛି କି ଶୁକ୍ରବାର ୪୯ ମୃତଦେହର ପୋଷ୍ଟମର୍ଟମ କରାଯାଇ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଶନିବାର ଆଉ ୧୫ ମୃତଦେହକୁ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ମୃତଦେହ ଚିହ୍ନଟରେ ଥିବା ଡାକ୍ତର କହିଛନ୍ତି ପରିବାର ସଦସ୍ୟ ମୃତଦେହ ଚିହ୍ନଟ ପାଇଁ ଯେଉଁ ଚିହ୍ନ କହିଥିଲେ ତାହା ପର୍ଯ୍ୟାପ୍ତ ନ ଥିଲା । ରବିବାର ଏହାର ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଯାଇ ମୃତହେଦକୁ ପରିଜନଙ୍କୁ ହସ୍ତାନ୍ତର କରାଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri